Allegation against Biryani: ବିରିୟାନି ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ହେଲେ ଏହା କୌଣସି ସାଧାରଣ ଅଭିଯୋଗ ନୁହେଁ। ଏହାକୁ ଶୁଣିଲେ ଆପଣ ଚକିତ ହୋଇଯିବେ। ବିରିୟାନୀ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ଟିଏମସି ନେତା। ପଶ୍ଚିମବଙ୍ଗର କୁଚବିହାରେ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ମାମଲା। 


COMMERCIAL BREAK
SCROLL TO CONTINUE READING

ମୁନସିପାଲଟି ଅଧ୍ୟକ୍ଷ (Cooch Behar Municipality Chairman) ତଥା ଟିଏମସି ନେତା (TMC Leader) ରବୀନ୍ଦ୍ରନାଥ ଘୋଷ (Rabindra Nath Ghosh) କୁଚବିହାର ଅଞ୍ଚଳର ୨ ଜଣ ବିରିୟାନୀ ଦୋକାନୀଙ୍କ (Coochbihar Biryani Seller) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଦୋକାନରୁ ବିରିୟାନି ଖାଇବା ଲୋକଙ୍କ ପୁରୁଷତ୍ୱ ଶକ୍ତି ହ୍ରାସ ପାଉଥିବା ଅଭିଯୋଗ କରିଛନ୍ତି ସେ। ଏଭଳି ଅଭିଯୋଗ ଆଣି ଟିଏମସି ନେତା ସେହି ଦୁଇଟି ଦୋକାନରେ ତାଲା ପକାଇ ଦେଇଛନ୍ତି। 


ଟିଏମସି ନେତା ରବୀନ୍ଦ୍ରନାଥ ଘୋଷଙ୍କ କହିବା କଥା ଯେ ଏହି ଦୁଇଟି ଦୋକାନରୁ ବିରିୟାନି ଖାଇବା ପରେ ପୁରୁଷତ୍ୱ (Masculinity) ଶକ୍ତି ହ୍ରାସ ପାଉଛି ବୋଲି ସ୍ଥାନୀୟ ଲୋକ ଅନେକ ଦିନ ଧରି ଅଭିଯୋଗ କରିଆସୁଥିଲେ। ଏହି ଅଭିଯୋଗକୁ ଗ୍ରହଣ କରି ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିରିୟାନୀ ବିକୁଥିବା ସେହି ଦୋକାନୀଙ୍କ ପାଖରେ କୌଣସି ଲାଇସେନ୍ସ ମଧ୍ୟ ନଥିଲା। ଯେଉଁ କାରଣରୁ ସେହି ଦୋକାନକୁ ବନ୍ଦ କରି ଦିଆଯାଇଛି। 


Also Read: West Bengal: ଶୁଭେନ୍ଦୁ ଅଧିକାରୀ ଏବଂ ଦିଲ୍ଲୀପ ଘୋଷଙ୍କ ତର୍ପଣ କରି ବିବାଦରେ ଟିଏମସି ବିଧାୟକ ମଦନ ମିତ୍ରା


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେତେବେଳେ ଦୋକାନ ବନ୍ଦ କରାଯାଉଥିଲା, ସେତେବେଳେ ଦୋକାନୀ ମଧ୍ୟ କୌଣସି ଅଭିଯୋଗ କରିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ ସେହି ଦୋକାନରେ ବିକ୍ରି ହେଉଥିବା ବିରିୟାନିରେ ଏପରି କ'ଣ ମିଶା ଯାଉଥିଲା, ଯାହା ଦ୍ୱାରା ଲୋକଙ୍କ ପୁରୁଷତ୍ୱ ଶକ୍ତି ହ୍ରାସ ପାଉଥିଲା। ବିରିୟାନୀ ବିକୁଥିବା ଏହି ଦୋକାନୀ ଉତ୍ତର ପ୍ରଦେଶ ଏବଂ ବିହାର (Uttar Pradesh and Bihar) ଅଞ୍ଚଳର ବୋଲି କୁହାଯାଉଛି। ଦୋକାନ ବନ୍ଦ କରାଯିବା ଘଟଣାରେ ଦୋକାନୀଙ୍କର କୌଣସି ବିବୃତ୍ତି ଆସିନାହିଁ କିମ୍ବା ସେମାନେ ସେମାନଙ୍କ ସପକ୍ଷରେ କୌଣସି ସ୍ପଷ୍ଟୀକରଣ ଉପସ୍ଥାପନ କରିନାହାଁନ୍ତି।


Also Read: TMC MLA Idris Ali: 'ସିବିଆଇ-ଇଡି ମୋତେ ଛୁଇଁ ପାରିବେ ନାହିଁ, କାରଣ ମୁଁ ପୁରୁଷ'


କୁଚବିହାର ମୁନସିପାଲଟି ଅଧ୍ୟକ୍ଷ ରବୀନ୍ଦ୍ରନାଥ ଘୋଷ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଲୋକ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ ଯେ ବିରିୟାନି ତିଆରି କରିବା ପାଇଁ ଏହି ଦୋକାନୀ ଯେଉଁ ମସଲା (Biryani Masala) ବ୍ୟବହାର କରୁଛନ୍ତି, ଯାହାର ପ୍ରଭାବରେ ପୁରୁଷତ୍ୱ ଶକ୍ତି ହ୍ରାସ ପାଉଛି। ପ୍ରତିଦିନ ରାତିରେ ଏଠାରେ ହଙ୍ଗାମା ହେବା ସହ ଅଭିଯୋଗ ଆସୁଥିଲା। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସେହି ଦୋକାନକୁ ବନ୍ଦ କରି ଦିଆଯାଇଥିଲା। କାରଣ ବ୍ୟବସାୟ କରିବା ଲାଗି ଆବଶ୍ୟକୀୟ ବାଣିଜ୍ୟକ ଲାଇସେନ୍ସ ସେହି ଦୋକାନୀଙ୍କ ପାଖରେ ନଥିଲା।