West Bengal: ଶୁଭେନ୍ଦୁ ଅଧିକାରୀ ଏବଂ ଦିଲ୍ଲୀପ ଘୋଷଙ୍କ ତର୍ପଣ କରି ବିବାଦରେ ଟିଏମସି ବିଧାୟକ ମଦନ ମିତ୍ରା
Advertisement
Article Detail0/zeeodisha/odisha1368794

West Bengal: ଶୁଭେନ୍ଦୁ ଅଧିକାରୀ ଏବଂ ଦିଲ୍ଲୀପ ଘୋଷଙ୍କ ତର୍ପଣ କରି ବିବାଦରେ ଟିଏମସି ବିଧାୟକ ମଦନ ମିତ୍ରା

West Bengal Politics: ମହାଳୟା ଅବସରରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ପୂର୍ବତନ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ତର୍ପଣ କରି ବିବାଦୀୟ ହୋଇ ପଡ଼ିଛନ୍ତି ଟିଏମସି ବିଧାୟକ ମଦନ ମିତ୍ରା। 

 

West Bengal: ଶୁଭେନ୍ଦୁ ଅଧିକାରୀ ଏବଂ ଦିଲ୍ଲୀପ ଘୋଷଙ୍କ ତର୍ପଣ କରି ବିବାଦରେ ଟିଏମସି ବିଧାୟକ ମଦନ ମିତ୍ରା

TMC MLA Madan Mitra: ସେପ୍ଟମ୍ବର ୨୫ ତାରିଖ ରବିବାର ସମଗ୍ର ଦେଶର ପାଳିତ ହୋଇଥିଲା ମହାଳୟା। ଏହି ହିନ୍ଦୁ ସମ୍ପ୍ରଦାୟ ନଦୀ କିମ୍ବା ଜଳାଶୟରେ ତର୍ପଣ ନାମକ ଏକ ପରମ୍ପରା ମାଧ୍ୟମରେ ସେମାନଙ୍କ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିଥାନ୍ତି। ମାତ୍ର ଏଥର ମହାଳୟ ଅବସରରେ ନିଜେ କରିଥିବା କାରାନାମା ପାଇଁ ବିବାଦୀୟ ହୋଇ ପଡ଼ିଛନ୍ତି ଟିଏମସି ବିଧାୟକ ମଦନ ମିତ୍ରା। 

ରବିବାର ମହାଳୟା (Mahalaya) ପାଳନ ଅବସରରେ ପଶ୍ଚିମବଙ୍ଗ (West Bengal) କମରହଟ୍ଟି ଆସନର (Kamarhati Assembly Constituency) ଟିଏମସି ବିଧାୟକ ମଦନ ମିତ୍ରା (TMC MLA Madan Mitra) ବିରୋଧି ଦଳ ନେତା (West Bengal Opposition Leader) ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ (BJP MLA Suvendu Adhikari) ଏବଂ ରାଜ୍ୟର ମେଦୀନପୁର ଲୋକସଭା ଆସନର ସାଂସଦ (Medinipur Lok Sabha MP) ତଥା ପୂର୍ବତନ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ (Former West Bengal BJP President) ଦିଲୀପ ଘୋଷଙ୍କ (Dilip Ghosh) ରାଜନୈତିକ ମୃତ୍ୟୁ ଉପରେ ଶୋକ ପ୍ରକାଶ ସେମାନଙ୍କ ଫଟୋ ଉପରେ ମୃତ ବ୍ୟକ୍ତିଙ୍କ ଭଳି ଫୁଲ ମାଳ ଚଢାଇଛନ୍ତି। 

ଏନେଇ ଟିଏମସି ବିଧାୟକ ହୁଗୁଳି ନଦୀରେ ବୁଡ଼ ପକାଇ ଜଣେ ପୁରୋହିତଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବଂ ବିଜେପି ସାଂସଦ ଦିଲୀପ ଘୋଷଙ୍କ ଫଟୋ ସଜ୍ଜିତ କରି ଏହା ଉପରେ ମାଳ ଚଢାଇଥିଲେ। ଏହା ପରେ ସେ କହିଥିଲେ ଯେ, "ମୁଁ ଦିଲୀପ ଘୋଷ ଏବଂ ଶୁଭେନ୍ଦୁ ଅଧିକାରୀଙ୍କୁ ଦୀର୍ଘ ଜୀବନ କାମନା କରୁଛି। ହେଲେ ସେମାନଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି। ସେମାନେ ଲୋକଙ୍କ ସହ ସମ୍ପର୍କ ହରାଇଛନ୍ତି। ମୁଁ ତାଙ୍କର ରାଜନୈତିକ ମୃତ୍ୟୁ'ରେ ଶୋକବ୍ୟକ୍ତ କରୁଛି। ଏହା ହେଉଛି ସାଙ୍କେତିକ। ବ୍ୟକ୍ତିଗତ ଭାବେ ସେମାନଙ୍କ ମଧ୍ୟରୁ କେହି ମୋର ଶତ୍ରୁ ନୁହଁନ୍ତି। "

ମହାଳୟା ଅବସରରେ ବିଜେପି ନେତାଙ୍କ ତର୍ପଣ କରି ବିବାଦୀୟ ହୋଇ ପଡ଼ିଛନ୍ତି ଟିଏମସି ବିଧାୟକ ମଦନ ମିତ୍ରା। ଏନେଇ ସେ କହିଛନ୍ତି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ବିଜେପି ମରିଯିବ। ପଶ୍ଚିମବଙ୍ଗ ରାଜନୀତିରୁ ବିଜେପି ଖୁବ୍ ଶୀଘ୍ର ଚାଲିଯିବ। ବିଜେପିରେ ତର୍ପଣ  କରିବାକୁ କେହି ରହିବେ ନାହିଁ। ମୁଁ ସ୍ପଷ୍ଟ ଭାବରେ କହୁ ନାହିଁ ଯେ ଯେଉଁ ଲୋକଙ୍କ ଚିତ୍ର ଦେଖାଯାଉଛି ଆମେ ସେମାନଙ୍କ ବିରୁଦ୍ଧରେ ନାହୁଁ, କିନ୍ତୁ ଆମେ ସେମାନଙ୍କ ଅତ୍ୟାଚାରର ବିରୋଧୀ। ବିଜେପି ସମ୍ପୂର୍ଣ୍ଣ ମରିବ। ଅନ୍ୟପଟେ ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ।

Also Read: TMC MLA Idris Ali: 'ସିବିଆଇ-ଇଡି ମୋତେ ଛୁଇଁ ପାରିବେ ନାହିଁ, କାରଣ ମୁଁ ପୁରୁଷ'

ମହାଳୟା ଅବସରରେ ତର୍ପଣ କରିବାକୁ ନେଇ ଟିଏମସି ବିଧାୟକ ମଦନ ମିତ୍ରାଙ୍କ ବିରୋଧରେ ବର୍ଷିଛନ୍ତି ପୂର୍ବତନ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ। ଏନେଇ ସେ କହିଛନ୍ତି ଯେ, ଟିଏମସି ବିଧାୟକ ମୋତେ ତାଙ୍କର ପୂର୍ବପୁରୁଷ ବୋଲି ବିବେଚନା କରିଛନ୍ତି। କାରଣ ତର୍ପଣ କେବଳ ଏକ ପୂର୍ବପୁରୁଷଙ୍କ ପାଇଁ କରାଯାଏ। ଏହା ଦେଖି ମୋତେ ଭଲ ଲାଗୁଛି ଯେ, ମଦନ ମିତ୍ରା ମୋତେ ତାଙ୍କ ପୂର୍ବ ପୁରୁଷ ଭାବେ ଗ୍ରହଣ କରିଛନ୍ତି ଯେଉଁଥିପାଇଁ ସେ ଆମ ଆତ୍ମାର ଶାନ୍ତି ପାଇଁ ତର୍ପଣ କରିଛନ୍ତି। ଆମ ପିଲା ଏତେ ଅମାନୁଷିକ ହୋଇଯିବେ ବୋଲି ଆମେ ଭାବିନଥିଲୁ।