Delhi Metro Kissing Video: ଅନେକ ସମୟରେ ମେଟ୍ରୋ ସିଟିର ଫଟୋ ଏବଂ ଭିଡିଓ ଭାଇରାଲ୍ (Video viral) ହେବାରେ ଲାଗିଛି । ଯାହା ମେଟ୍ରୋ ଯାତ୍ରୀଙ୍କୁ ମଧ୍ୟ ଖୁବ୍ ପ୍ରଭାବିତ କରିଥାଏ । କିଛି ଦିନ ତଳେ ମେଟ୍ରୋ ଗାର୍ଲଙ୍କ ବିକିନି ଭିଡିଓ ଏବଂ ତାହାର କିଛି ଦିନ ତଳେ ଆଉ ଏକ କିସ୍ ଭିଡିଓ ଭାଇରାଲ୍ ହୋଇଥିଲା । ସେହି ଦୃଶ୍ୟ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶ ସମେତ ବାହାର ଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲା । ପୂର୍ବ ଘଟଣା ପରେ ଡିଏମଆରସି (DMRC) ଅନେକ ସ୍କୋଆଡ୍ ମୁତୟନ କରିଥିବା ସୂଚନା ମିଳିଥିଲା। କିନ୍ତୁ ତାହା ସଫଳ ହେବା ପରିବର୍ତ୍ତେ ଏବେ ଆଉ ଏକ ଦୃଶ୍ୟ ଭାଇରାଲ୍ ହୋଇଛି । 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଆସିଥିବା ଦୃଶ୍ୟରୁ ସ୍ପଷ୍ଟ ଅନୁମାନ କରାଯାଇପାରୁଛି ଯେ, ଆଜିର ଯୁବପିଢୀ କିପରି ନୀତି ନୈତିକତାକୁ ଭୁଲି ସର୍ବସାଧାରଣ ସ୍ଥାନ (Public place)ରେ ଖୁଲମଖୁଲା ପ୍ରେମରେ ମସଗୁଲ ହୋଇ ଚୁମ୍ୱନ ଆଦାନ ପ୍ରଦାନ କରିବା ସହ ଅଶ୍ଳିଳ ଆଳିଙ୍ଗନ କରୁଛନ୍ତି । ଏହି ଦୃଶ୍ୟ ମେଟ୍ରୋନ ଅନ୍ୟ ଯାତ୍ରୀଙ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଇଛି । କିଛି ବ୍ୟକ୍ତି ଏହି ଦୃଶ୍ୟକୁ ନିଜ ମୋବାଇଲ୍ କ୍ୟାମେରା (Mobile camera)ରେ କଏଦ କରି ସୋସିଆଲ ମିଡିଆ (Social media)ରେ ଅପଲୋଡ କରିଛନ୍ତି । ଯାହାଦ୍ୱାରା ଏହା ଅଧିକ ଭାଇରାଲ ହେବାରେ ଲାଗିଛି । ପୋଷ୍ଟ ହୋଇଥିବା ଦୃଶ୍ୟରେ ଏହା ମଧ୍ୟ ଲେଖାଯାଇଛି ଯେ, ଏହି ଘଟଣା ଜୁନ୍ ୧୭ ତାରିଖ ଦିନର । ଏଥିସହ ଏହାମଧ୍ୟ ଲେଖାଯାଇଛି ଯେ, ଏହି ମେଟ୍ରୋ ନମ୍ୱର T2C14 ହଳଦିଆ ଲାଇନ (Yellow line)ରେ ହୁଡା ସିଟି ସେଣ୍ଟର (huda city centre)କୁ ଯାତ୍ରା କରୁଥିଲା । ଦିଲ୍ଲୀ ମେଟ୍ରୋ ଅଧିକାରୀଙ୍କ ନିକଟରେ ଏହି ଖବର ପହଞ୍ଚିଥିଲା । ଦୁଇ ଦିନ ପରେ ଏହି ଖବରର ଉତ୍ତର ଦେଇ କହିଥିଲେ ଯେ, ଡିଏମଆରସି ଏହି ଘଟଣା ପାଇଁ ଦୁଃଖିତ ଅନୁଭବ କରୁଛି । ଏହା ମଧ୍ୟ କହିଥିଲେ ଯେ, ଏହି ଘଟଣା ପରେ ସେମାନେ ସିଟି ସେଣ୍ଟର ଷ୍ଟେସନ ମଧ୍ୟ ଚେକ୍ କରିଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଯାତ୍ରୀ ଫେରାର୍ ହୋଇଯାଇଥିଲେ ।


ଦେଖନ୍ତୁ ଭିଡିଓ- 



ଟ୍ୱିଟରରେ ବିଳମ୍ୱରେ ରିପ୍ଲେ ପାଇଥିବାରୁ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ କହିଛନ୍ତି, ମେଟ୍ରୋ ବିଭାଗର ବିଳମ୍ବିତ ଉତ୍ତର ନିରାଶାଜନକ ଏବଂ ଚିନ୍ତାଜନକ । କିଛି ଯାତ୍ରୀ ଏପରି ଲେଖିଥିଲେ ଯେ, ଚୋରୀ କରିବା ପରେ କଣ ଚୋର ପୋଲିସ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତା ନା କଣ ? ସେହି ପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, କିସ୍ କରିବା ପ୍ରେମୀଯୁଗଳ , ଷ୍ଟେଶନରେ ବୋଧେ ଦୁଇ ଦିନ ପର୍ଯ୍ୟନ୍ତ ପୋଲିସ ଆସିବାକୁ ଅପେକ୍ଷା କରିଥାନ୍ତେ । ଅନ୍ୟ କିଛି ବ୍ୟକ୍ତି ଲେଖିଛନ୍ତି ଯେ, ମେଟ୍ରୋରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାନଯିବାରୁ ବାରମ୍ୱାର ଏପରି ଦୃଶ୍ୟ ସାମ୍ନାକୁ ଆସୁଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ଏଥିସହ ଅନ୍ୟଜଣେ ବ୍ୟକ୍ତି ଏପରି ଘଟଣା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେ ଲେଖିଛନ୍ତି ମେଟ୍ରୋରେ ଅନେକ ବ୍ୟକ୍ତି ପରିବାର ସହ ଯାତ୍ରା କରୁଛନ୍ତି । ତେଣୁ ଏହି ଘଟଣା ସେମାନଙ୍କ ଉପରେ କୁ ପ୍ରଭାବ ପକାଇବ । ସୋସିଆଲ ମିଡିଆରେ ଏହାକୁ ଅଧିକ ସେୟାର କରି ଉକ୍ତ ବ୍ୟକ୍ତିଙ୍କ ପରିବାର ନିକଟରେ ଭିଡିଓ ପହଞ୍ଚାଇବା ପାଇଁ ମଧ୍ୟ ଜଣେ ସୋସିଆଲ ମିଡିଆ ୟୁଜର ଦାବି କରିଛନ୍ତି । ଏପରି କମେଣ୍ଟ ଦେଖିବା ପରେ ଅନେକ ଲୋକ ଏହାକୁ ସେୟାର ମଧ୍ୟ କରୁଛନ୍ତି ।


Also read- ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ ନେଇଛନ୍ତି ଏତେ ଟଙ୍କା..