Virat Kohli: ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ ନେଇଛନ୍ତି ଏତେ ଟଙ୍କା..
Advertisement
Article Detail0/zeeodisha/odisha1746992

Virat Kohli: ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ ନେଇଛନ୍ତି ଏତେ ଟଙ୍କା..

ଭାରତ ସମେତ ଅନେକ ଦେଶରେ କ୍ରିକେଟ୍ ଖେଳକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ପ୍ରଶଂସକମାନେ ନିଜ ଦେଶର ଟିମକୁ ଖୁବ୍ ପସନ୍ଦ କରନ୍ତି । ଏଥିସହ ଟିମର ଉଭୟ ପୁରୁଣା ଓ ନୂଆ ଖେଳାଳିଙ୍କୁ ଭାରତୀୟ କ୍ରିକେଟପ୍ରେମୀ ପସନ୍ଦ କରିଥାନ୍ତି । ସେଥିପାଇଁ ନିଜ ନିକଟବର୍ତ୍ତି ସ୍ଥାନରେ କ୍ରିକେଟ ମ୍ୟାଚଟିଏ ହେଲେ ଖେଳ ଦେଖିବା ପାଇଁ ଟିକଟ (tickets) କରିବାକୁ ଦ

Virat Kohli:  ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ ନେଇଛନ୍ତି ଏତେ ଟଙ୍କା..

Virat Kohli: ଭାରତ ସମେତ ଅନେକ ଦେଶରେ କ୍ରିକେଟ୍ ଖେଳକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ପ୍ରଶଂସକମାନେ ନିଜ ଦେଶର ଟିମକୁ ଖୁବ୍ ପସନ୍ଦ କରନ୍ତି । ଏଥିସହ ଟିମର ଉଭୟ ପୁରୁଣା ଓ ନୂଆ ଖେଳାଳିଙ୍କୁ ଭାରତୀୟ କ୍ରିକେଟପ୍ରେମୀ ପସନ୍ଦ କରିଥାନ୍ତି । ସେଥିପାଇଁ ନିଜ ନିକଟବର୍ତ୍ତି ସ୍ଥାନରେ କ୍ରିକେଟ ମ୍ୟାଚଟିଏ ହେଲେ ଖେଳ ଦେଖିବା ପାଇଁ ଟିକଟ (tickets) କରିବାକୁ ଦୀର୍ଘ ସମୟ ଧରି ଲମ୍ୱା ଲାଇନରେ ଛିଡା ହୋଇ ରୁହନ୍ତି ଖେଳପ୍ରେମୀ । ତେବେ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ କିଛି ଦର୍ଶକଙ୍କ ହୃଦୟରେ ବିରାଟ କୋହଲିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସ୍ଥାନ । ନିଜର ପ୍ରଦର୍ଶନ ପାଇଁ କେବଳ ଦେଶ ଭିତରେ ନୁହେଁ ଅନ୍ୟ ଦେଶର କ୍ରିକେଟପ୍ରେମୀ ମଧ୍ୟ ବିରାଟଙ୍କୁ ଖୁବ୍ ପସନ୍ଦ କରିଥାନ୍ତି । ବିରାଟ କୋହଲି ବିଶ୍ୱର ଧନୀ କ୍ରିକେଟର (Richest cricketer)ଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ମିଳିଥିବା ସୂଚନା ମୁତାବକ ବିରାଟ ନିଜର ସୋସିଆଲ ମିଡିଆ ପୋଷ୍ଟ (Social media post) ପାଇଁ ୮ କୋଟିରୁ ଉର୍ଦ୍ଧ ଟଙ୍କା ରୋଜଗାର (income) କରିଥାନ୍ତି ।

ବାଙ୍ଗାଲୋରରେ ଥିବା କମ୍ପାନୀ ଷ୍ଟକଗ୍ରୋ ଅନୁଯାୟୀ ବିରାଟ କୋହଲିଙ୍କ ସମୁଦାୟ ସମ୍ପତ୍ତି ହଜାର କୋଟିରୁ ବି ଅଧିକ । ବର୍ତ୍ତମାନ ବିରାଟଙ୍କର ରୋଜଗାର ୧ ହଜାର କୋଟିରୁ ଅଧିକ । ଉକ୍ତ ରିପୋର୍ଟରେ ଏହା କୁହାଯାଇଛି ଯେ ବିରାଟ ଉଭୟ ଇନଷ୍ଟାଗ୍ରାମ ଓ ଟ୍ୱିଟର (Instagram and twitter) ପୋଷ୍ଟ ପାଇଁ ୧୧ କୋଟିରୁ ଅଧିକ ଟଙ୍କା ନେଇଥାନ୍ତି । ଏଥି ସହିତ ଆହୁରି ଅନେକ ଉପାୟରେ ବିରାଟ ଟଙ୍କା ରୋଜଗାର କରୁଥିବା ଜଣାପଡିଛି । ବିସିସିଆଇ (BCCI)ର ଏ+ ଗ୍ରେଡ୍ ତାଲିକାରେ ରହିଛନ୍ତି ବିରାଟ କୋହଲି । ତେଣୁ ଦରମା (Salary) ଆକରରେ ତାଙ୍କର ବାର୍ଷିକ ରୋଜଗାର ୭ କୋଟିରୁ ଅଧିକ ଟଙ୍କା । ଏଥିସହ କୋହଲିଙ୍କୁ ଅନେକ ପୁରସ୍କାର (Award) ମଧ୍ୟ ମିଳିଥାଏ । ଟେଷ୍ଟ୍ ମ୍ୟାଚ (Test match)ରେ ୧୫ ଲକ୍ଷ, ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ୩ ଲକ୍ଷ, ଓଡ଼ିଆଇ (ODI) ପାଇଁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥାଏ । ଏଥି ସହିତ ଆଇପିଏଲ (IPL) ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) କୋହଲିଙ୍କୁ ୧୫ କୋଟି ଟଙ୍କାରେ କିଣିଥିଲା ।

ଷ୍ଟକଗ୍ରୋ ରିପୋର୍ଟ ଅନୁଯାୟୀ, କେବଳ କ୍ରିକେଟ୍ ନୁହେଁ ଏହା ବ୍ୟତୀତ କୋହଲି ୟୁନିଭର୍ସାଲ୍ ସ୍ପୋର୍ଟସବିଜ୍,  ବ୍ଲୁ ଟ୍ରାଇବ, ସ୍ପୋର୍ଟସ କନଭୋ ଏବଂ ଏମପିଏଲ୍ ଭଳି ଅନେକ ଷ୍ଟାର୍ଟ ଅପ କମ୍ପାନୀରେ ପୁଞ୍ଜି ବିନିଯୋଗ (Capital investment) କରିଛନ୍ତି । ଏହା ବ୍ୟତୀତ ଭାରତୀୟ କ୍ରିକେଟର ବିଶେଷ କରି ବ୍ୟାଟସମ୍ୟାନ ପ୍ରାୟ ୧୮ଟି ବ୍ରାଣ୍ଡ (Brand) ସହିତ କାମ କରିଥାନ୍ତି ।  ଏହି ବିଜ୍ଞାପନ (advertisement) ବହୁ ବ୍ୟୟବହୁଳ ହୋଇଥାଏ । ଗୋଟିଏ ଦିନର ବିଜ୍ଞାପନ ପାଇଁ ୭ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ରଖିଥାନ୍ତି ଆପଣଙ୍କ ପ୍ରିୟ କ୍ରିକେଟର ।

ଏହାକୁ ବାଦ ଦେଲେ କୋହଲିଙ୍କର ଅନେକ ଟିମ୍ ରହିଛି । ଯଥା ଫୁଟବଲ, ଟେନିସ୍ ଏବଂ କୁସ୍ତି ଟିମ । ଏଥିସହ ବିରାଟ କୋହଲିଙ୍କ ଘର ବିଷୟରେ ଆପଣ ହୁଏତ କମ୍ ଜାଣିଥିବେ । କିନ୍ତୁ ଆମେ ଆପଣଙ୍କୁ କହିରଖୁଛୁ ଯେ, ବିରାଟଙ୍କର ଦୁଇଟି ବିରାଟକାୟ ଘର ରହିଛି । ସେମଧ୍ୟରୁ ଗୋଟିଏ ମୁମ୍ୱାଇରେ ଥିବାବେଳେ ଅନ୍ୟଟି ରହିଛି ଗୁରୁଗାଓଁରେ । ମୁମ୍ବାଇ (Mumbai)ରେ ଥିବା ଘରର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କାରୁ ଅଧିକ ହେବ । ସେହିପରି ଗୁରୁଗାଓଁରେ ଥିବା ଘରର ଦାମ ପ୍ରାୟ ୮୦ କୋଟି ଟଙ୍କା ଉପରେ । କେବଳ ଏତିକି ନୁହେଁ ଅନେକ ପୋଷାକ ବ୍ରାଣ୍ଡ୍, ଓ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ରହିଛି ବିରାଟଙ୍କର ।

Also read- ବଢିଲା ସୁନା ଦର: କିନ୍ତୁ ଏହି ସହରରେ ଶସ୍ତା !