Crime News: ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଇଥିଲେ, ୨ ବର୍ଷ ଜେଲ୍ ଯିବେ
Crime News: ଭିଜିଲାନ୍ସ କୋର୍ଟ ଧାରା ୭ ପିସି ଆକ୍ଟ ୧୯୮୮ରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୩ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି।
Crime News: ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଞ୍ଚମହଲା ପ୍ୟାକ୍ସର ଅବସରପ୍ରାପ୍ତ ସମ୍ପାଦକ ଯୁଗଳ କିଶୋର ମିଶ୍ରଙ୍କୁ ଦୁଇବର୍ଷ କାରାଦଣ୍ଡ ହୋଇଛି। ଧାନ କିଣିବା ଲାଗି ଟୋକନ୍ ଦେବେ ଲାଗି ସେ ଜଣେ ଚାଷୀଙ୍କଠାରୁ ଲାଞ୍ଚ (Bribery) ନେଉଥିବାବେଳ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ୨୦୧୬ ମସିହାରେ ଏନେଇ ମାମଲା ରୁଜୁ ହୋଇଥିଲା। ଭିଜିଲାନ୍ସ କୋର୍ଟ (Vigilance Court) ଧାରା ୭ ପିସି ଆକ୍ଟ ୧୯୮୮ରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୩ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ସମସ୍ତ ଦଣ୍ଡାଦେଶ ଏକକାଳୀନ ଭୋଗିବାକୁ ଅଦାଲତ ନିର୍ଦ୍ଦେଶ (Court order) ଦେଇଛନ୍ତି।
ଶ୍ରୀ ମିଶ୍ର ସେତେବେଳେ ପ୍ୟାକ୍ସର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଅର୍ଥାତ୍ ୨୦୧୬ ମସିହା ଜୁନ୍ ୭ ତାରିଖରେ ନିମ୍ନା ଗ୍ରାମର ଚାଷୀ ଆର୍ତ୍ତତ୍ରାଣ ପାଣ୍ଡିଆ ଧାନ ବିକ୍ରି ପାଇଁ ସମସ୍ୟା ହେଉଥିବାରୁ ତାଙ୍କୁ ଟୋକନ୍ ଦେବା ଲାଗି ଅଢ଼େଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏଥିରେ ରାଜି ହୋଇ ଟଙ୍କା ଦେଉଥିବା ସମୟରେ ଯୁଗଳ କିଶୋର ମିଶ୍ରଙ୍କୁ ଭିଜିଲାନ୍ସ ଧରିଥିଲା। ଏ ସମ୍ପର୍କରେ ଅଭିଯୋଗକୁ ଭିତ୍ତିକରି ସମ୍ବଲପୁର ଭିଜିଲାନ୍ସ ପିଏସ କେସ୍ ନଂ ୫/ ୭.୬.୨୦୧୬ ଧାରା ୧୩(୨)ଆର/ଡବ୍ଲୁ, ୧୩(୧)(ଡି)/୭ ପିସି ଆକ୍ଟ ୧୯୮୮ ଅନୁଯାୟୀ ଶ୍ରୀ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଧାରା ୧୩(୨)ଆର/ଡବ୍ଲୁ, ୧୩(୧)(ଡି) ପିସି ଆକ୍ଟ ୧୯୮୮ରେ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାୟରେ ଦର୍ଶାଇଛନ୍ତି।
Also Read- Mukta Scheme ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ: ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗର ପତ୍ର
Also Read- ଶ୍ରମିକଙ୍କ ଆକାଉଣ୍ଟକୁ ଆସିଲା ୨ଶହ କୋଟି ଟଙ୍କା, ପୋଲିସକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ