Bomb Blast Threat at Mumbai Airport: ମୁମ୍ବାଇ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ।  ଯଦି ୪୮ ଘଣ୍ଟା ମଧ୍ୟରେ ଟଙ୍କା ନ ମିଳେ ତେବେ, ମାଟିରେ ମିଶିବ ମୁମ୍ବାଇ ବିମାନ ବନ୍ଦର(Mumbai Airport)।ଏକ ମିଲିୟନ୍ ଡଲାର  (8,33,46,750.00 Indian Rupee) ଦାବି କରିଛନ୍ତି କିଛି ଆତତାୟୀ। ଆତତାୟୀମାନଙ୍କ ଠାରୁ ଏଭଳି ଧମକ ପାଇବା ପରେ, ବିମାନ ବନ୍ଦର କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଇମେଲ୍ ମାଧ୍ୟମରେ ଆତତାୟୀମାନେ (bomb blast threat at mumbai airport an email) ଏଭଳି ଧମକ ଦେଇଥିବା ଜଣାପଡି଼ଛି।  ଧମକ ଆସିବା ପରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି।


COMMERCIAL BREAK
SCROLL TO CONTINUE READING

Also Read: Today Horoscope: ଏହିସବୁ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ବିଗିଡି଼ ପାରେ ହେବାକୁ ଥିବା କାମ


ମିଡିଆ ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସ ସୂଚନା ଦେଇଛି ଯେ, quaidacasrol@gmail.comରୁ ଏହି ଇମେଲ ଆସିଛି।  ଗୁରୁବାର ଦିନ ପ୍ରାୟ ୧୧ ଟା ସମୟରେ ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL)ର ଫିଡବ୍ୟାକ୍ ଇନବକ୍ସକୁ ଏହି ଇମେଲ୍ ଆସିଛି। ଏହି ଇମେଲରର ସବଜେକ୍ଟରେ  ବିସ୍ଫୋରଣ' ଲେଖା ଯାଇଛି। ଏହା ସହ ମେଲରେ ଲେଖାଯାଇଛି ଯେ, 'ଏହା ମୁମ୍ବାଇ ବିମାନ ପାଇଁ ଏକ ଅନ୍ତିମ ଚେତାବନୀ , ଯଦି ଏକ ମିଲିୟନ୍ ଡଲାର୍ ଦିଆଯାଇଥିବା ଠିକଣାକୁ ନ ଆସେ, ତେବେ ଆମେ ୪୮ ଘଣ୍ଟା ମଧ୍ୟରେ ଟର୍ମିନାଲ୍ ୨ କୁ ବୋମାରେ ଉଡାଇଦେବ। ପରବର୍ତ୍ତୀ ୨୪ ଘଣ୍ଟା ପରେ ଆମେ ଅନ୍ୟ ଏକ ଚେତାବନୀ ଦେବୁ, ତା’ପରେ ପରବର୍ତ୍ତୀ ଘଟଣା ପାଇଁ ଆପଣ ଦାୟୀ ରହିବେ । ' ସେପଟେ, ଏନେଇ ପୋଲିସ୍ ପକ୍ଷରୁ ଛାନଭିନ୍ ଜାରି ରହିଛି । ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ସୋମବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମୁମ୍ବାଇର କଣ୍ଟ୍ରୋଲ ରୁମକୁ ଫୋନ କରି ସରକାରଙ୍କ ଦ୍ୱାରା ପରିଚାଳିତ ସାର୍ ଜେଜେ ହସ୍ପିଟାଲକୁ ବିସ୍ଫୋରଣ କରିବାକୁ ଧମକ ଦେଇଥିଲେ। ପରେ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତର ନାମ କାମରନ ଖାନ ବୋଲି ଜଣାପଡିଛି।