Advertisement
Photo Details/zeeodisha/odisha1974606
photoDetails0hindi

Today Horoscope: ଏହିସବୁ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ବିଗିଡି଼ ପାରେ ହେବାକୁ ଥିବା କାମ

Horoscope Today 24 November 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୨୪ ହେଉଛି ଶୁକ୍ରବାର।  ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

 

1/12

ମେଷ:  ଦେହ ଓ ମନ ଭଲ ରହିବ। ସେବା ଧର୍ମ ପ୍ରତି ମନ ବଳିବ। ଆୟ ଅବ୍ୟାହତ ରହିବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ।

 

2/12

ବୃଷ: ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ। ଶରୀର ପୀଡା, ମାନସିକ ଅଶାନ୍ତି ଦେଖାଦେବ। ଖର୍ଚ୍ଚାନ୍ତ ହେବେ। ଘାତ ଚନ୍ଦ୍ର ଯୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ। ନିଆଁ, ପାଣି ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା।

 

3/12

ମିଥୁନ: କର୍ତ୍ତବ୍ୟ ନିଷ୍ଠ ହେବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ।  

 

4/12

କର୍କଟ: ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ମନ ପ୍ରସନ୍ନ ରହିବ। କର୍ମ କ୍ଷେତ୍ର ଉତ୍ସାହପ୍ରଦ ହେବ। ନୂତନ ଜମି କିମ୍ବା ଗୃହ କ୍ରୟ ନିମିତ୍ତ ଯୋଜନା କରିବେ। ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ। ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ। ବ୍ୟବସାୟ ଆଶାନୁରୂପକ ହେବ।

 

5/12

ସିଂହ: ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ। ସେବା ପୂଜାରେ ମନ ନିବେଶ କରିବେ। ଶରୀର ଓ ମନ ସୁସ୍ଥ ରହିବ। କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଆୟ ଓ ବ୍ୟୟ ସମାନ ରହିବ। ବ୍ୟବସାୟ ଲାଭ ଯୁକ୍ତ ହେବ।  

 

6/12

କନ୍ୟା: ଶରୀର ଆରୋଗ୍ୟ ରହିବ । କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଆୟ ଆଶାନୁରୂପକ ହେବ । ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।  

 

7/12

ତୁଳା: ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।

 

8/12

ବିଛା: କର୍ମ ଚଞ୍ଚଳ ରହିବେ। ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ। ଖର୍ଚ୍ଚ ବୃଦ୍ଧି ପାଇବ। ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ। ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ। ବ୍ୟବସାୟରେ କାରବାର ବୃଦ୍ଧି ପାଇବ।  

 

9/12

ଧନୁ: କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଦେହ ଓ ମନ ଭଲ ରହିବ। ସୁସମ୍ବାଦ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପରିବାରରେ ହସ ଖୁସିର ଲହରି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।  

10/12

ମକର: ଦିନଟିରେ ଆପଣ କର୍ମ ତତ୍ପର ହେବେ। ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ। କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ  ରହିବ। ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ। ପାରିବାରିକ ହସଖୁସି ଲାଗି ରହିବ। ଦୂରଯାତ୍ରା ସଫଳ ହେବ।  

11/12

କୁମ୍ଭ: ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ। ଦୂରଯାତ୍ରା ବିପଦପୂର୍ଣ୍ଣ ହେବ। ବୃଥା ନିନ୍ଦା ଅପବାଦ ମିଳିପାରେ। ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ। ଅର୍ଥହାନି ହେବ।  

12/12

ମୀନ: ଆରୋଗ୍ୟ ରହିବେ। ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ। ଆୟ ଅବ୍ୟାହତ ରହିବ। ବ୍ୟବସାୟୀମାନେ ଭଲ ଲାଭ କରିବେ।