Weather Alret: ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରୁ ମୌସୂମୀ ବିଦାୟ ନେଇସାରିଛି। ଏହା ଫଳରେ ଦେଶର ଉତ୍ତର ଭାଗରେ ଶୀତ ପାଦ ଥାପିବା ଆରମ୍ଭ କଲାଣି। ପାରଦ ମଧ୍ୟ ଧିରେଧିରେ ଖସିବାରେ ଲାଗିଛି। ସୂର୍ଯ୍ୟତାପ ଧିରେଧିରେ ନରମିବାରେ ଲାଗିଛି। ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ ଆଦି ରାଜ୍ୟରେ ତୁଷାରପାତ ହେବା ଆରମ୍ଭ ହୋଇଛି। ଏହାର ପ୍ରଭାବ ପାହାଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳୁଛି। ଭୋର ଓ ବିଳମ୍ବିତ ରାତିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେବେ ଏହାରି ମଧ୍ୟରେ ଦେଶର କିଛି ଟା ରାଜ୍ୟରେ ବର୍ଷାହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଗାମୀ କିଛି ଦିନ ମଧ୍ୟରେ ପାଣିପାଗ ବିଭାଗରେ ପରିବର୍ତ୍ତନ ଆସିପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି। 


COMMERCIAL BREAK
SCROLL TO CONTINUE READING

ହିମାଚଳ ପ୍ରଦେଶରେ ଏକାଧିକ ଅଞ୍ଚଳରେ ୩ ଦିନ ପର୍ଯ୍ୟନ୍ତ ପାଣିପାଗ ଖରାପ ରହିପାରେ। ହିମାଚଳ ପ୍ରଦେଶରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ଅନୁଯାୟୀ, ହିମାଳୟ ଉପରେ ପାଶ୍ଚାତ୍ୟ ବିଭ୍ରାଟର ପ୍ରଭାବ ଆସନ୍ତା ସପ୍ତାହରୁ ଗାଙ୍ଗେୟ ସମତଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବଙ୍ଗୋପସାଗରରେ ଥିବା ନିମ୍ନ ଚାପ ଅଞ୍ଚଳ ସପ୍ତାହ ଶେଷ ସୁଦ୍ଧା ଏକ ଘୂର୍ଣ୍ଣିବଳୟରେ ପରିଣତ ହୋଇପାରେ। ପାଣିପାଗ ବିଭାଗର ସୂଚନାନୁସାରେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଅଂଶରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଛି।


ସେହିପରି ଓଡ଼ିଶା ପାଇଁ ମଧ୍ୟ ସମ୍ଭାବ୍ୟ ବାତ୍ୟା ସତର୍କତା ଜାରି କରିଛି ପାଣିପାଗ ବିଭାଗ। ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସରକାର କଡ଼ା ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ୨୩ ରୁ ୨୫ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ କରିଦେଇଛନ୍ତି। ଏହା ସହିତ ରାଜ୍ୟ ସରକାର ଉପକୂଳବର୍ତ୍ତି ଜିଲ୍ଲା ଗୁଡ଼ିକ ଆର୍ଲଟ ଜାରି କରିଛନ୍ତି। ଆରବ ସାଗରରେ ମଧ୍ୟ କର୍ଣ୍ଣାଟକ ଓ କୋଙ୍କଣ ଉପକୂଳରେ ଆଉ ଏକ ବାତ୍ୟା ସମ୍ଭାବନା ପ୍ରକାଶ ପାଇଛି। ଏହା ଫଳରେ ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ଓ ବାତ୍ୟା ଆଶଙ୍କା ପ୍ରକାଶ କରିଛି ପାଣିପାଗ ବିଭାଗ। ୨୧ ଅକ୍ଟୋବର ଅର୍ଥାତ ଆସନ୍ତା କାଲି ଠାରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଣ୍ଡିଚେରୀ, କେରଳ, ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହ, ଲାକ୍ଷାଦ୍ୱିପ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଏକାଧିକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। 


ବେସରକାରୀ ପାଣିପାଗ ଅନୁଷ୍ଠାନ ସ୍କାଇମେଟ ଅନୁଯାୟୀ କେରଳର କିଛି ଅଂଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ, ତାମିଲନାଡ଼ୁର ପାହାଡ଼ିଆ ଅଞ୍ଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ମରାଠାଓ୍ୱାଡ଼, ମଧ୍ୟ ମହାରାଷ୍ଟ୍ର, ମଣିପୁର ଓ ମିଜୋରାମରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ନାଗାଲାଣ୍ଡ, ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ବିଦର୍ଭର କିଛି ଅଞ୍ଚଳରେ ବର୍ଷା ହେବ। ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ, ଝାରଖଣ୍ଡ ଓ ପଶ୍ଚିମ ହିମାଳୟର ପାହାଡ଼ିଆ ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।