Cyclone Hamoon Latest Update: ସ୍ଥଳ ଭାଗ ଆଡ଼କୁ ଅଗ୍ରସର ହେଉଛି ବାତ୍ୟା "ହାମୁନ"। ଏହି ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ଏକ ଘୂର୍ଣ୍ଣିବଳୟ ହେବା ପରେ ଏହି ସାମୁଦ୍ରିକ ଝଡ଼ର ନାମ "ହାମୁନ୍" ରଖାଯାଇଛି। ଇରାନ ପକ୍ଷରୁ ଏହି ବାତ୍ୟାର ନାମକରଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗକୁ ଗତି କରୁଥିଲା। ବର୍ତ୍ତମାନ କେରଳରେ ପ୍ରବଳ ବର୍ଷା ହେଉଥିବାରର ଦେଖିବାକୁ ମିଳିଛି। ଏହା ବ୍ୟତୀତ ଦେଶର କୌଣସି ସ୍ଥାନରେ ବର୍ଷା ହୋଇନଥିଲା।


ଅକ୍ଟୋବର ୨୫ ତାରିଖ ଅତିକ୍ରମ କରିବ ବାଂଲାଦେଶ ଉପକୂଳ 
ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ମାଧ୍ୟମରେ କହିଛି ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବାତ୍ୟା "ହାମୁନ୍" ଖେପୁପାରା ଏବଂ ଚଟ୍ଟଗାଓଁ ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।


ତାମିଲନାଡୁ-କେରଳ ଠାରେ ପ୍ରବଳ ନେଇ ଜାରି ହୋଇଥିଲା ଚେତାବନୀ
ସୋମବାର ତାମିଲନାଡୁ ଏବଂ କେରଳ ଠାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଥିଲା ପାଣିପାଗ ବିଭାଗ। ଏହା ସହିତ ଓଡ଼ିଶା ଉପକୂଳ ସହ ଦେଶର ପୂର୍ବୋତ୍ତର ବିଭାଗ ମିଜୋରାମ ଏବଂ ମଣିପୁର ଠାର ପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ତ୍ରିପୁରା ଏବଂ ଆସାମ ଠାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଅକ୍ଟୋବର ୨୫ ତାରିଖରେ ନାଗାଲାଣ୍ଡ, ମଣିପୁର ଏବଂ ତ୍ରିପୁରା ଆଦି ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।


ପ୍ରଭାବରେ ପ୍ରଥମ ଦିନ ଅକ୍ଟୋବର ୨୪ ତାରିଖ ମଙ୍ଗଳବାର ସକାଳ ୮:୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ସମେତ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଶେଷ କରି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ କିଛି ସ୍ଥାନରେ ଭାରୀ ବର୍ଷା ହୋଇପାରେ। "ହାମୁନ୍" ବାତ୍ୟା ପ୍ରଭାବରେ ରାଜ୍ୟର ଯେଉଁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ହେବାର ରହିଛି ସେହି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅକ୍ଟୋବର ୨୫-୨୬ ତାରିଖରେ ମଧ୍ୟ ବର୍ଷା ହେବାନେଇ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। "ହାମୁନ୍" ବାତ୍ୟା ଓଡ଼ିଶା ଉପକୂଳରୁ ପ୍ରାୟ ୨୦୦ କିଲୋମିଟର ଦୂରତାରେ ଅତିକ୍ରମ କରିବ। ଏହି ଅବଧି ମଧ୍ୟରେ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।


ଓଡିଶା ଉପରେ ପଡ଼ିବ ନାହିଁ କୌଣସି ପ୍ରତ୍ୟକ୍ଷ: ଆଇଏମଡି ମହାନିର୍ଦ୍ଦେଶକ 
"ହାମୁନ୍" ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବଙ୍ଗୋପ ସାଗରରେ ପବନର ବେଗ ଧିରେ ଧିରେ ୮୦-୯୦ କିମି ଠାରୁ ନେଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ। ସମ୍ଭାବ୍ୟ ବାତ୍ୟା ଓଡିଶା ଉପରେ କୌଣସି ପ୍ରତ୍ୟକ୍ଷ ପ୍ରଭାବ ପକାଇବ ନାହିଁ। ହେଲେ ଏହା ଦ୍ୱାରା ଦୁର୍ଗା ପୂଜା ମଣ୍ଡପ କ୍ଷତିଗ୍ରସ୍ତ ହୋଇପାରନ୍ତି।