Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ! ଏହି ଦିନରୁ ପ୍ରବଳ ବର୍ଷିବ
Weather Update: ରାଜ୍ୟରେ ତାତି କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Weather Update: ରାଜ୍ୟରେ ତାତି କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର (Deep Depression) ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷାର (Heavy Rain) ପରିମାଣ ବୃଦ୍ଧି ପାଇବ। ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ (imd) । ସେହିପରି ରାଜ୍ୟରେ ଆସନ୍ତା ୨ ତାରିଖରୁ ବର୍ଷା (Heavy Rain) ଆରମ୍ଭ ହୋଇଯିବ।
Also Read: Bhubaneswar News: ନୂଆ ବୋହୂର ଚାଲ୍ ବୁଝି ପାରିଲେନି ଶାଶୁଘର ଲୋକେ, ବାପ ଘରକୁ ବୁଲି ଯାଇଥିବା ବେଳେ...
Also Read: Shukra Gochar 2023: ଶୁକ୍ର କରିବେ ରାଶି ପରିବର୍ତ୍ତନ, ମାଲାମାଲ୍ ହେବେ ଏହି ତିନି ରାଶି, ମାଟି ଧରିଲେ ହେବ ସୁନା!
କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି, ୩ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
Also Read: Horoscope Today 30 June 2023: ଏହିସବୁ ରାଶିଙ୍କୁ ମିଳିବ ଶୁଭଫଳ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
Also Read: Rath Yatra 2023: ମହଣ ମହଣ ସୁନାରେ ଦିବ୍ୟ ଦର୍ଶନ ଦେଲେ ଶ୍ରୀଜିଉ, ଆଜି ହେବ ଅଧରପଣା ନୀତି
Also Read: Mumbai Goa Vande Bharat: ମିଳୁଛି ଅତ୍ୟାଧୁନିକ ସୁବିଧା; ହେଲେ କାହିଁକି ଲୋକଙ୍କ ପସନ୍ଦ ଆସୁନାହିଁ ବନ୍ଦେ ଭାରତ?
ତେବେ ରାଜ୍ୟରେ ଚଳିତ ବର୍ଷ ମୌସୁମୀ ପ୍ରବାହ ଏବଂ ବର୍ଷା ବିଗତ ବର୍ଷଠାରୁ ବିଳମ୍ବ ଥିଲେ ମଧ୍ୟ ଚଳିତମାସରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କେତେକ ଜାଗାରେ ଅଧିକ ଆଉ କେତେକ ସ୍ଥାନରେ କମ୍ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨୦୧୧ ମସିହାରୁ ୨୦୨୩ ମସିହା ମଧ୍ୟରେ ଓଡ଼ିଶାକୁ ମୌସୁମୀ ଛୁଇଁବାରେ ବିଳମ୍ବ ହେଇନଥିଲା । ଶେଷଥର ପାଇଁ ୨୦୧୯ ମସିହା ଜୁନ୍ ମାସ ୨୧ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିବାବେଳେ ଅବଶିଷ୍ଟ ବର୍ଷ ଗୁଡ଼ିକରେ ଜୁନ୍ ୬ରୁ ୮ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ବର୍ଷା ଦେଖାଦେଇଥିଲା ଚଳିତ ମାସ ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାକୁ ଛୁଇଁଥିଲା । ସେତେବେଳକୁ ରାଜ୍ୟର ନିଅଣ୍ଟିଆ ବର୍ଷାର ପରିମାଣ ୮୦ ପ୍ରତିଶତ ଥିଲା । ହେଲେ ମୌସୁମୀ ଛୁଇଁବାର ୫ ଦିନ ପରେ ଜୁନ ୨୮ ତାରିଖ ସୁଦ୍ଧା ୧୫୬.୧ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶ କମ୍ ।