Bhubaneswar News: ନୂଆ ବୋହୂର ଚାଲ୍ ବୁଝି ପାରିଲେନି ଶାଶୁଘର ଲୋକେ, ବାପ ଘରକୁ ବୁଲି ଯାଇଥିବା ବେଳେ...
Advertisement
Article Detail0/zeeodisha/odisha1760067

Bhubaneswar News: ନୂଆ ବୋହୂର ଚାଲ୍ ବୁଝି ପାରିଲେନି ଶାଶୁଘର ଲୋକେ, ବାପ ଘରକୁ ବୁଲି ଯାଇଥିବା ବେଳେ...

Bhubaneswar News: ଦୁଇ ସପ୍ତାହ ତଳେ ବିବାହ (Wedding)ହୋଇଥିଲା। ନିଜ ଜୀବନ ସାଥୀକୁ ପାଇ ବେଶ ଖୁସିଥିଲା ବର । ଆଉ ସୁଖର ସଂସାର କରିବ ବୋଲି ଭାବିଥିଲା । କିନ୍ତୁ ବରର ଭାବନା ସହ ଖେଳ ଖେଳିଲା କନ୍ୟା । ବିବାହର ଦୁଇ ସପ୍ତାହ ନ ଯାଉଣୁ ନିଜ ପ୍ରେମିକ ସହ ଶାଶୁଘରେ ଥିବା ସୁନା ଗହଣ ଧରି ଚମ୍ପଟ ମାରିଛି ବୋହୂ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhubaneswar News: ଦୁଇ ସପ୍ତାହ ତଳେ ବିବାହ (Wedding)ହୋଇଥିଲା। ନିଜ ଜୀବନ ସାଥୀକୁ ପାଇ ବେଶ ଖୁସିଥିଲା ବର । ଆଉ ସୁଖର ସଂସାର କରିବ ବୋଲି ଭାବିଥିଲା । କିନ୍ତୁ ବରର ଭାବନା ସହ ଖେଳ ଖେଳିଲା କନ୍ୟା । ବିବାହର ଦୁଇ ସପ୍ତାହ ନ ଯାଉଣୁ ନିଜ ପ୍ରେମିକ ସହ ଶାଶୁଘରେ ଥିବା ସୁନା ଗହଣ ଧରି ଚମ୍ପଟ ମାରିଛି ବୋହୂ । ଏହି ଘଟଣା ଭୁବନେଶ୍ବର (Bhubaneswar) ବାଲିପାଟଣା ଅଞ୍ଚଳରେ ଘଟିଛି । ମାମଲା ଯାଇ ଏବେ ଥାନାରେ ପହଞ୍ଚିଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । 

Also Read: Shukra Gochar 2023: ଶୁକ୍ର କରିବେ ରାଶି ପରିବର୍ତ୍ତନ, ମାଲାମାଲ୍ ହେବେ ଏହି ତିନି ରାଶି, ମାଟି ଧରିଲେ ହେବ ସୁନା!

କ'ଣ ଥିଲା ପୂରା ଘଟଣାକ୍ରମ?

ଗତ ୯ ତାରିଖରେ, ବାଲିପାଟଣା ଅଞ୍ଚଳର ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ବୈଦିତ ରିତିନିତି ଅନୁସାରେ ବିବାହ କରିଥିଲେ। ବର ପକ୍ଷରୁ କୌଣସି ଯୌତୁକ ଦାବି କରାଯାଇନଥିଲା । ବରଂ ବରପକ୍ଷ ନିଜ ଆଡୁ ସବୁ ଖର୍ଚ୍ଚ ବହନ କରିଥିଲେ । ଏପରିକି ବୋହୂ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଗହଣା କରିଥିଲେ।  କିନ୍ତୁ ବିବାହ ପରେ ଚତୁର୍ଥୀ ହୋଇନଥିଲା। କାହିଁକିନା ନବବିବାହିତା ବୋହୂ ଜଣକ କହିଥିଲେ ଯେ,  ୧୬ ମଙ୍ଗଳା ପୂର୍ବରୁ ଶାରୀରିକ ସଂପର୍କ ରଖିଲେ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲେ ସ୍ତ୍ରୀ । ହେଲେ ବୋହୂର ଚାଲ ବୁଝିପାରିନଥିଲେ ବରଘର। ଏହା ପରେ ନବଦମ୍ପତି ରଥଯାତ୍ରା ଦେଖିବାକୁ ପୁରୀ ଯାଇଥିଲେ। ସେଠାରେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ସ୍ବାମୀ-ସ୍ତ୍ରୀ। ପରେ ସ୍ବାମୀ ସହ ନିଜ ବାପ ଘରକୁ ବୁଲିବାକୁ ଯାଇଥିଲା କନ୍ୟା।  ସେଠାରେ ପହଞ୍ଚିବା ପରେ ଜ୍ବାଇଁଙ୍କ ଚର୍ଚ୍ଚା ଆରମ୍ଭ କରିଥିଲେ ଶ୍ବଶୁର ଘର ଲୋକେ । ଏହି ସମୟର ଝିଅ ଗାଁ ବୁଲିବାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ। ପରେ ଆଉ  ଘରକୁ ଫେରିନ ଥିଲା । ଫୋନ କରିଥିଲେ ମଧ୍ୟ ଫୋନ୍ ସୁଇଚ ଅଫ୍ ଦେଖାଇଥିଲେ। ଯାହାକୁ ନେଇ ବିବ୍ରତ ହୋଇପଡିଥିଲା ବର। ଶେଷରେ ଉପାୟ ଶୂନ୍ୟ ହୋଇ ବର ନିଜ ଘରକୁ ଫେରିଥିଲା । ଏବଂ ନିଜ ସ୍ତ୍ରୀର ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ସେପଟେ ନବ ବିବାହିତ କନ୍ୟା ନିଜ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । 

ସେହିପରି ଆଉ ଏକ ସମାନ ଘଟଣା ପିପିଲି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ନୂଆ ବୋହୂକୁ କିନ୍ନର ସନ୍ଦେହ କରିଛନ୍ତି ଶାଶୁଘର ଲୋକେ। ମାମଲା ଯାଇ ଏବେ ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ,ପିପିଲି ଅଞ୍ଚଳରେ ଜଣେ ଯୁବକ ଗତ ୨ ତାରିଖରେ ବିବାହ କରିଥିଲେ। ଦୁଇପକ୍ଷଙ୍କ ସହମତିରେ ବିବାହ ହୋଇଥିଲା । କନ୍ୟାଘର ପକ୍ଷରୁ ବି ଯାନି ଯୌତୁକ ବରକୁ ମିଳିଥିଲା ।  କିନ୍ତୁ ଚତୁର୍ଥୀ ଦିନ ବର ସହ ଶାରୀରିକ ସମ୍ପର୍କ ଗଢିବାକୁ ରୋକଠୋକ୍ ମନା କରିଦେଇଥିଲା ବର । ବିବାହର ୬ ମାସ ପରେ ଶାରୀରିକ ସମ୍ପର୍କ ରଖିବାକୁ ସ୍ବାମୀଙ୍କୁ କହିଥିଲେ ସ୍ତ୍ରୀ । କିନ୍ତୁ ବୋହୂର ଚାଲିଚଳଣୀ ଉପରେ ସନ୍ଦେହ କରିଥିଲେ ଶାଶୁଘର ଲୋକେ ,ଏହାପରେ ବୋହୂ ବାପଘରକୁ ଚାଲି ଯାଇଥିବାବେଳେ ପାଲଟା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି ।