Shukra Gochar 2023: ଶୁକ୍ର କରିବେ ରାଶି ପରିବର୍ତ୍ତନ, ମାଲାମାଲ୍ ହେବେ ଏହି ତିନି ରାଶି, ମାଟି ଧରିଲେ ହେବ ସୁନା!
Advertisement
Article Detail0/zeeodisha/odisha1760020

Shukra Gochar 2023: ଶୁକ୍ର କରିବେ ରାଶି ପରିବର୍ତ୍ତନ, ମାଲାମାଲ୍ ହେବେ ଏହି ତିନି ରାଶି, ମାଟି ଧରିଲେ ହେବ ସୁନା!

Shukra Gochar 2023: ବୈଦିକ ଶାସ୍ତ୍ର ଅନୁସାରେ,ଏକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ନିଜ ଗତି ପରିବର୍ତ୍ତନ କରିଥାଆନ୍ତି । ଯାହାର ପ୍ରଭାବ ୧୨ଟି ଗ୍ରହ ଉପରେ ପଡିଥାଏ ।  ଶୁକ୍ରଙ୍କୁ ଭୌତିକ ସୁଖର କାରଣ ବୋଲି ଦର୍ଶାଯାଏ । ସେହି କ୍ରମରେ ଶୁକ୍ର ଜୁଲାଇ ୭ରେ ସିଂହ (leo)ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ତିନି ରାଶିଙ୍କ (zodiac sign) ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।  

ସୌଜନ୍ୟ- ସୋସିଆଲ ମିଡ଼ିଆ

Shukra Gochar 2023: ବୈଦିକ ଶାସ୍ତ୍ର ଅନୁସାରେ,ଏକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ନିଜ ଗତି ପରିବର୍ତ୍ତନ କରିଥାଆନ୍ତି । ଯାହାର ପ୍ରଭାବ ୧୨ଟି ଗ୍ରହ ଉପରେ ପଡିଥାଏ ।  ଶୁକ୍ରଙ୍କୁ ଭୌତିକ ସୁଖର କାରଣ ବୋଲି ଦର୍ଶାଯାଏ । ସେହି କ୍ରମରେ ଶୁକ୍ର ଜୁଲାଇ ୭ରେ ସିଂହ (leo)ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏବଂ ପରେ, ଅଗଷ୍ଟ ୭ରେ ଶୁକ୍ର ପୁଣି ଥରେ  ସିଂହ ରାଶିରୁ ଯାଇ କର୍କଟ ରାଶିରେ ପ୍ରବେଶ କରିବେ । ଏ-ଭଳି ସ୍ଥିତିରେ ରାଜଯୋଗ ସ୍ଥିତି ସୃଷ୍ଟି ହେଉଛି । ଫଳରେ ତିନି ରାଶିଙ୍କ (zodiac sign) ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।  ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶିର (zodiac sign) ବ୍ୟକ୍ତିଙ୍କ ଭାଗ୍ୟ ଫିଟିବାକୁ ଯାଉଛି ।

Also Read: Horoscope Today 30 June 2023: ଏହିସବୁ ରାଶିଙ୍କୁ ମିଳିବ ଶୁଭଫଳ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଖୋଲିଯିବ ଏହି ତିନି ରାଶିର ଲୋକଙ୍କ ଭାଗ୍ୟ:

ମେଷ: ଶୁକ୍ର ସିଂହ ରାଶିରେ ପ୍ରବେଶ କଲେ ମେଷ ରାଶିର ବ୍ୟକ୍ତିମାନେ ଶୁଭଫଳ ପାଇବେ। ମେଷ ରାଶିର ଲୋକଙ୍କ ପାଇଁ ଶୁକ୍ର ଦ୍ୱିତୀୟ ଏବଂ ସପ୍ତମ ଘରର ପ୍ରଭୁ ଅଟନ୍ତି । ଏବଂ ଶୁକ୍ର ଆପଣଙ୍କ ପଞ୍ଚମ ଘର ଦେଇ ଗମନ କରିବ। ଯାହା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରଦାନ କରିବ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଘର-ଗାଡି କିଣିବା ଅତ୍ୟନ୍ତ ଶୁଭ ଦାୟକ । କାର୍ଯ୍ୟାଳୟରେ ଆପଣଙ୍କ ପଦୋନ୍ନତି ହେବା ସହ ଆୟ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହା ସମୟ ଅତ୍ୟନ୍ତ ଶୁଭ। ହଠାତ୍ କେଉଁଆଡୁ ଧନଲାଭର ଯୋଗ ମଧ୍ୟ ରହିଛି। ଯେଉଁ ବ୍ୟକ୍ତି ମାନେ ବାହାର କମ୍ପାନୀ ମାନଙ୍କରେ ଚାକିରି ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ନିଯୁକ୍ତି ମିଳିବ। 

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଶୁକ୍ର ଦଶମ ଏବଂ ତୃତୀୟ ଘରର ପ୍ରଭୁ ଅଟନ୍ତି।  ଏହି ରାଶିରେ ଶୁକ୍ର ଜୁଲାଇ ୭କୁ ଚଳନ କରିବେ।  ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସେହି ଦିନଠାରୁ ଚମକିବା ଆରମ୍ଭ କରିବ । କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ । ଏବଂ ନୂତନ ନିଯୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । କମ୍ପିଟେଟିଭ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ବେଶ ଶୁଭଫଳ ପାଇବେ। ଦୀର୍ଘ ଦିନରୁ ଅଧା ରହିଥିବା କାର୍ଯ୍ୟ ସଫଳତାର ସହ ସମାପ୍ତ ହେବ । ବିଦେଶ ଯିବା ନେଇ ସୁଯୋଗ ମିଳିପାରେ । ନୂଆ ଜମି ବାଡ଼ି କିଣିବା ନେଇ ମଧ୍ଯ ଯୋଗ ରହିଛି । ବ୍ୟବସାୟୀ ମାନେ ଲାଭବାନ ହେବେ । ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ମଧ୍ୟ ରହିଛି । ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ଏହି ସମୟରେ ଭଲ ପ୍ରସ୍ତାବ ମଧ୍ୟ ଆସିପାରେ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟ ବୃଦ୍ଧି ହେବ । ସେୟାର ମାର୍କେଟ, ବେଟିଂ ଓ ଲଟେରୀରେ ଲାଭ ମିଳିବ।  

ଧନୁ: ଶୁକ୍ର ସିଂହ ରାଶିରେ ଗମନ କଲେ ଏହି ରାଶିକୁ ଅଧିକ ସଫଳତା ମିଳିବ। ଆଗରୁ ଲାଗି ରହିଥିବା ସମ୍ପତ୍ତି ଜନିତ ସମସ୍ୟାର ସମାଧାନ ହେଇଯିବ। ନୂତନ ଘର-ଗାଡି କିଣିପାରିବେ।  ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ର ଗ୍ରହ ଅତ୍ୟନ୍ତ ଶୁଭ ଦାୟକ ଫଳ ପ୍ରଦାନ କରିବେ। ଧନ ପ୍ରାପ୍ତି ହେବ ଏହା ଦ୍ୱାରା ଆର୍ଥିକ ଅବସ୍ଥା ସୁଧୁରିଯିବ, ଆଗରୁ ବୁଡ଼ି ଯାଇଥିବା ଟଙ୍କା ଫେରି ପାଇବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ କାମ ପୂରା ହେବା ପୂର୍ବରୁ ଏହି ବିଷୟରେ କାହାକୁ ଜଣାନ୍ତୁ ନାହିଁ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)