Delhi AIIMS Fire: ଅଗଷ୍ଟ ୭ ତାରିଖ ସୋମବାର ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦିଲ୍ଲୀ ଠାରେ ଘଟିଯାଇଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। ଦିଲ୍ଲୀ ଏମ୍ସ ମେଡ଼ିକାଲ ଠାର ହୋଇଥିବା ଅଗ୍ନିକାଣ୍ଡ ସକାଳ ୧୧:୫୫ ସମୟରେ ଘଟିଥିବା ଜଣାପଡ଼ି଼ଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଦିଲ୍ଲୀ ଏମ୍ସ ଅଗ୍ନିଶମ ବିଭାଗର ୮ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ଖବର ମିଳିନାହିଁ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦିଲ୍ଲୀ (All India Institute of Medical Sciences Delhi) ଠାରେ ହୋଇଥିବା ଅଗ୍ନକାଣ୍ଡ ସମ୍ପର୍କରେ ଖବର ମିଳିବା ମାତ୍ରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ମିଳିଥିବା ଖବର ଅନୁଯାୟୀ ଏମ୍ସ ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସମ୍ପର୍କରେ ଖବର ପାଇବା ମାତ୍ରେ ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟ ଦୌଡ଼ାଦୌଡ଼ି କରିବାରେ ଲାଗିଥିଲେ। ତୁରନ୍ତ ଏମ୍ସ ପ୍ରଶାସନ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଅଗ୍ନିକାଣ୍ଡ ହୋଇଥିବା ବିଭାଗରୁ ବାହାର କରି ଦେଇଥିଲେ। ଅଗ୍ନିକାଣ୍ଡ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ। ଅଗ୍ନିକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ କିଛି ଜଣାପଡିନାହିଁ। ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। 


ଦ୍ୱିତୀୟ ମହଲା ମୁଖ୍ୟ କୋଠା ଏବଂ ପୁରୁଣା ରାଜ କୁମାରୀ ଓପିଡି ବିଲଡିଂ ଠାରେ ହୋଇଥିବା ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୋମବାର ହଇଥିବା ଅଗ୍ନିକାଣ୍ଡ ସମ୍ପର୍କରେ ମତ ରଖି ଏମ୍ସ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ଅଗ୍ନିଶମ ସେବା (Delhi Fire Department) ଏବଂ ଏମ୍ସ ଅଗ୍ନିଶମ ବିଭାଗ (Delhi AIIMS Fire Unit) ମିଳିତ ଭାବେ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି। ଅଗ୍ନିକାଣ୍ଡରେ କୌଣସି ପ୍ରାଣହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ।



୪ ବର୍ଷ ପୂର୍ବେ ଜରୁରୀକାଳୀନ ୱାର୍ଡ ଠାରେ ଲାଗିଥିଲା ନିଆଁ
ଗତ ୨୦୧୯ ଅଗଷ୍ଟରେ ଦିଲ୍ଲୀ ଏମ୍ସ ଜରୁରୀକାଳୀନ ୱାର୍ଡ ଠାରେ ମଧ୍ୟ ହୋଇଥିଲା ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡ ଦିଲ୍ଲୀ ଏମ୍ସ ପିସି ବ୍ଲକ୍ ଅର୍ଥାତ୍ ଶିକ୍ଷାଦାନ ବ୍ଲକ୍ ଠାରେ ରହିଥିବା କୋଠାର ପ୍ରଥମରୁ ପଞ୍ଚମ ମହଲାରେ ହୋଇଥିଲା। ଆରମ୍ଭରେ ନିଆଁ ପ୍ରଥମ ଦୁଇ ମହଲା ମଧ୍ୟରେ ସୀମିତ ରହିଥିଲା, ହେଲେ ପରେ ଏହା ପଞ୍ଚମ ମହଲାକୁ ବ୍ୟାପି ଯାଇଥିଲା। ସେତେବେଳେ ହୋଇଥିବା ଅଗ୍ନିକାଣ୍ଡ ପରେ ଏମ୍ସ, ପକ୍ଷରୁ କିଛି ସମୟ ପାଇଁ ଜରୁରୀକାଳୀନ ବିଭାଗକୁ ବନ୍ଦ କରି ଦିଆଯାଇଥିଲା। ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦିଲ୍ଲୀ ହେଉଛି ଦେଶର ଅନ୍ୟତମ ପ୍ରତିଷ୍ଠିତ ତଥା ଚିକିତ୍ସା ପ୍ରତିଷ୍ଠାନ। ଦେଶର ବିଭିନ୍ନ ସ୍ଥାନରୁ ରୋଗୀ ସେମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଆସିଥାନ୍ତି।