Love Story, ଢେଙ୍କାନାଳ: ତପସ୍ୱିନୀ, ଦୀପିକା ପରି ଆଉ ଜଣେ ମହିଳା ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି। ଶଙ୍ଖା, ସିନ୍ଦୁର ଧରି ପ୍ରେମିକ ଘର ସାମ୍ନାରେ ପ୍ରେମିକା ଧାରଣା ଦେଇଛନ୍ତି। ବିବାହ ପ୍ରତିଶ୍ରୁତି ଦେବାରୁ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହିତ ପଳେଇ ଯାଇଥିଲେ। ଆଉ ଏବେ ପ୍ରେମିକ ତାଙ୍କୁ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ପ୍ରେମିକ-ପ୍ରେମିକାର ଏହି ଡ୍ରାମା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଭଦଳିଆ ସାହିରେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ପ୍ରେମିକର ଘର ଆଗରେ ଧାରଣାରେ ବସିଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ, କଙ୍କଡାହାଡ଼ ଥାନା ଭଦଳିଆ ସାହିର ଶ୍ରୀବତ୍ସ ଗୁରୁଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ସେମାନେ ଦୀର୍ଘ ୧୪ ବର୍ଷ ହେଲା ପରସ୍ପରକୁ ପ୍ରେମ କରୁଥିଲେ। ଏପରିକି ପ୍ରାୟ ଦଶ ବର୍ଷ ହେବ ସେମାନେ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲା। ତେବେ ପରିବାର ଲୋକଙ୍କ କଥାରେ ସେ ୨୦୨୧ ମସିହାରେ ବିବାହ କରିଥିଲେ। କିନ୍ତୁ ପ୍ରେମିକ କଥାରେ ପଡି ସେ ବିବାହର ଛଅ ମାସ ନ ପୁରୁଣୁ ସ୍ୱାମୀ ଘର ଛାଡି ଫେରାର ହୋଇଗଲେ।


Also Read: ନାବାଳିକାଙ୍କୁ ଛଅ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ବାପା, ଦାଦା, ଭାଇ ଓ ଜେଜେ! ସ୍କୁଲରେ ଖୋଲିଲା ରାଜ


ପୀଡିତା ଜଣକ କହିଛନ୍ତି ଯେ, ବିବାହ ପରେ ଶ୍ରୀବତ୍ସ ତାଙ୍କୁ ବାରମ୍ବାର ଫୋନ କରି ଆତ୍ମହତ୍ୟାର ଧମକ ଦେଉଥିଲା। ବିବାହ ପ୍ରତିଶ୍ରୁତି ଦେଇ ସ୍ୱାମୀକୁ ଛାଡିଆସିବା ପାଇଁ ପ୍ରବର୍ତ୍ତାଇ ଥିଲା। ଶ୍ରୀବତ୍ସର କଥାରେ ପଡି ବିବାହର ମାତ୍ର ୫ମାସ ପରେ ସ୍ୱାମୀଙ୍କୁ ଛାଡି ସେ ପଳାଇ ଆସିଥିଲେ। ପ୍ରେମିକ ସହ ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ ଓ ଅନ୍ୟାନ୍ୟ ସହର ବୁଲିଥିଲେ। ପରେ ସେମାନେ ହାଇଦ୍ରାବାଦରେ ସ୍ୱାମୀ ସ୍ତ୍ରୀ ଭଳି ରହିବା ସହ ଏକ ଚକୋଲେଟ କମ୍ପାନୀରେ କାମ କରୁଥିଲେ। ଆଉ ଓଡିଶା ଗଲେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶ୍ରୀବତ୍ସ ଗତ ୧୦ ତାରିଖରେ ଭୁବନେଶ୍ୱର ଆଣିଥିଲେ। ଆଉ ଶ୍ରୀବତ୍ସ ଚକମା ଦେଇ ତାଙ୍କୁ ଛାଡି କେଉଁ ଆଡେ ପଳେଇ ଯାଇଥିଲେ। 


ପ୍ରେମିକ ଠାରୁ ଧୋକା ପାଇବା ପରେ ଯୁବତୀ କଙ୍କଡାହାଡ଼ ଥାନାର ଦ୍ୱାରାସ୍ତ ହୋଇଥିଲେ। କିନ୍ତୁ ବାରମ୍ବାର ଥାନାକୁ ଗଲା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ପୀଡିତା ଅଭିଯୋଗ କରିଛନ୍ତି। ଏବେ ସେ ସ୍ତ୍ରୀର ମାନ୍ୟତା ପାଇଁ ଶ୍ରୀବତ୍ସଙ୍କ ଘର ସାମ୍ନାରେ ଶଙ୍ଖା, ସିନ୍ଦୁର ନେଇ ଧାରଣାରେ ବସିଛନ୍ତି। ସେପଟେ ଶ୍ରୀବତ୍ସଙ୍କ ବାପା ପଙ୍କଜ ଗୁରୁ କହିଛନ୍ତି ଯେ, ସେ ବିଷୟରେ କିଛି ଜାଣିନାହାନ୍ତି। ଯଦି ଉଭୟେ ବିବାହ କରିବାକୁ ଚାହୁଁଥିଲେ ତେବେ ତାଙ୍କୁ କାହିଁକି କହିଲେ ନାହିଁ ବୋଲି ସେ କହିଛନ୍ତି। ତେବେ ସେ ପୀଡିତାଙ୍କୁ ବୋହୂ ଭାବେ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


Also Read: Cruel love story: ତିନୋଟି ବଟିକା ଖାଇ ପ୍ରେମିକା ସହ ଯୌନ ସମ୍ପର୍କ ରଖିଲାବେଳେ ଘଟିଗଲା ଅଘଟଣ