Flight Service: ଭୁବନେଶ୍ୱରରୁ ସିଙ୍ଗାପୁର ସିଧା ଉଡିବ ବିମାନ, ଏତିକି ରହିଛି ଟିକେଟ୍ ମୂଲ୍ୟ
Flight Service: ଦୁବାଇ ପରେ ଏବେ ସିଙ୍ଗାପୁରକୁ ସିଧା ଉଡିବ ବିମାନ (direct flight from bhubaneswar to singapore)। ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଫଳରେ ଓଡି଼ଶାବାସୀଙ୍କ ପାଇଁ ଯାତ୍ରା ଆହୁରୀ ସହଜ ହେବ। ଏବଂ ଜାଣି ନିଅନ୍ତୁ ଭୁବନେଶ୍ବରରୁ ସିଙ୍ଗାପୁରକୁ କେତେ ରହିଛି ଟିକେଟ୍ ମୂଲ୍ୟ । ପଢନ୍ତୁ ଏହି ରିପୋର୍ଟ...
Flight Service: ବିକାଶ ପଥରେ ଆଗଉଛି ଓଡି଼ଶା(Odisha)। ଦିର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଇଛି । ଦୁବାଇ ପରେ ଏବେ ସିଙ୍ଗାପୁରକୁ ସିଧା ଉଡିବ ବିମାନ (direct flight from bhubaneswar to singapore)। ଓଡିଶାବାସୀଙ୍କ ପାଇଁ ସିଙ୍ଗାପୁର ଯାତ୍ରା ହେବ ଆହୁରି ସହଜ। କେବଳ ସେତିକି ନୁହେଁ,ବାଣିଜ୍ୟକ କାରବାର ମଧ୍ୟ ବଢିବ । ଯାହା ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବ । ଆସନ୍ତା ଶନିବାର ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ତେବେ, ସିଧାସଳଖ ବିମାନ ଚଳାଚଳ କରିବା ଦ୍ବାରା ସିଙ୍ଗାପୁର (singapore) ଓ ଓଡି଼ଶା (Odisha) ମଧ୍ୟରେ ଏକ ବ୍ୟବସାୟିକ ସମ୍ପର୍କ ସୃଷ୍ଟି ହେବା ସହ ବହୁ ବିଦେଶୀ ପର୍ଯ୍ୟଟକ ଓଡିଶା ମୁହାଁ ହେବେ।
ଜାଣି ନିଅନ୍ତୁ କେତେ ରହିଛି ଟିକେଟ୍ ମୂଲ୍ୟ?: ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ, ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଯିବା ଓ ଆସିବା ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧୫ ହଜାର ଟଙ୍କା ରଖାଯାଇଛି । ଭୁବନେଶ୍ବରରୁ ସିଙ୍ଗାପୁର ଅଭିମୁଖେ, ବିମାନ ସକାଳ ୬ଟା ୨୫ ମିନିଟ୍ ସମୟରେ ଉଡାଣ ଆରମ୍ଭ କରିବ । ଏବଂ ସିଙ୍ଗାପୁରରେ ଦିନ ୧ଟା ୫ ମିନିଟରେ ପହଞ୍ଚିବ । ସେହିପରି ସିଙ୍ଗାପୁରରୁ ବିମାନ ଦିନ ୨ଟା ୧୦ରୁ ବାହାରି ଭୁବନେଶ୍ବରରେ ଅପରାହ୍ନ ୩ଟା ୫୦ ମିନିଟରେ ପହଞ୍ଚିବ । ଅନ୍ୟପଟେ, ଭୁବନେଶ୍ବରରୁ ବ୍ୟାଙ୍କକ୍ ବିମାନ ଅପରାହ୍ନ ୪ଟା ୫୦ ମିନିଟରେ ବାହାରି ରାତି ୯ଟା ୧୦ରେ ବ୍ୟାଙ୍କକରେ ପହଞ୍ଚିବ । ବ୍ୟାଙ୍କକରୁ ବିମାନ ରାତି ୧୦ଟା ୧୦ ମିନିଟରେ ବାହାରି ରାତି ୧୧ଟା ୧୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ମେ ୧୫ ତାରିଖରେ, ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ସେବା ବା ଡିରେକ୍ଟ ଫ୍ଲାଇଟ୍ ସର୍ଭିସ୍ ଆରମ୍ଭ ହୋଇଥିଲା।Direct Flight Service From Bhubaneswar To Dubai)। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ (Biju Patnaik International Airport)ବନ୍ଦରରୁ ଦୁବାଇକୁ ( Dubai) ଉଡିଥିଲା ବିମାନ । ( ମେ ୧୫)ସୋମବାର ସନ୍ଧ୍ୟା ୬ଟା ୩୦ ମିନିଟରେ ଏହି ସେବାର ଶୁଭାରମ୍ଭ କରିଥିଲେ ମୁଖମନୀନ୍ତ୍ରୀ ନବୀନ ପଟ୍ଟନାୟକ । ସପ୍ତାହକୁ ତିନି ଦିନ ଅର୍ଥାତ୍ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ଚଳାଚଳ କରିବ । ଏହି ବିମାନ ସେବା ଆରମ୍ଭ ହେବା ଫଳରେ ଓଡି଼ଶାବାସୀଙ୍କ ଲାଗି ଦୁବାଇ ଯାତ୍ରା ସହଜ ହୋଇଛି। ଏହି ସେବା ଆରମ୍ଭ ହେବା ଦ୍ବାରା ଓଡ଼ିଶାରେ ଅଧିକ ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ରହିଛି । ଉତ୍କଳ ଦିବସ (Utkal divas) ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଭୁବନେଶ୍ବର- ଦୁବାଇ ସିଧାସଳଖ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ। ଟିକେଟ ମୂଲ୍ୟ ଗୋଟିଏ ପାଶ୍ବ ପାଇଁ ୧୦ ହଜାର ଟଙ୍କା ଥିବା ବେଳେ ରାଉଣ୍ତ ଟ୍ରିପ୍ ପାଇଁ ୨୦ ହଜାର ଟଙ୍କାରୁ ଆରମ୍ଭ ହେବାକୁ ଥିବା ସ୍ଥିର ହୋଇଥିଲା । କିନ୍ତୁ ଟିକେଟ୍ ବୁକିଂ ସମୟରେ ଏହା ୨୬ରୁ ୨୮ ହଜାର ଟଙ୍କା ଦେଖାଉଥିବାରୁ ଏହାକୁ ନେଇ ଦ୍ବନ୍ଦ ଦେଖାଦେଇଛି।