Horoscope Today 2 June 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
Advertisement

Horoscope Today 2 June 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 2 June 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୨ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Horoscope Today 2 June 2023: ମେଷ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହୁଛି । ଛାତ୍ରଛାତ୍ରୀମାନେ ଲିଖନ ପଠନରେ ମନନିବେଶ କରିବେ ।

ବୃଷ- ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ପ୍ରାପ୍ତ ହେବ । ବ୍ୟବସାୟ ଆଶାନୁରୂପକ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

ମିଥୁନ - ଈଶ୍ୱର ବିଶ୍ୱାସୀ ହେବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଗୃହକୁ ବିବାହ ଆଦି ପ୍ରସ୍ତାବ ଆସିବ ।

Also Read: Rahu Ketu Gochar 2023: ରାହୁ କେତୁ କରିବେ ରାଶି ପରିବର୍ତ୍ତନ, ଏହି ୪ ରାଶି ଉପରେ ମାଡି଼ ଆସିବ ବଡ଼ ବିପଦ!

Also Read: WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଉପରେ ବର୍ଷାର ଛାୟା; ମ୍ୟାଚ୍ ଧୋଇଗଲେ କାହାକୁ ମିଳିବ ଟ୍ରଫି? ଭାରତ ନା ଅଷ୍ଟ୍ରେଲିଆ

କର୍କଟ- ଶରୀର ସୁସ୍ଥ ରହିବ । ପୂର୍ବ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ ଅଧିକ ପୁଞ୍ଜିର ଆବଶ୍ୟକତା ପଡିବ ।

ସିଂହ- ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ । ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ଉତ୍ତମ ବୁଝାମଣା ପରିଲକ୍ଷିତ ହେବ ।

କନ୍ୟା- ପୂଜା ଅର୍ଚ୍ଚନାକୁ ମନ ବଳିବ । ତୀର୍ଥ ସ୍ଥାନ ପରିଦର୍ଶନ କରିବେ । ଦୟାଳୁ ସ୍ୱଭାବର ହେବେ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ । ସୁଖପୂର୍ଣ୍ଣ ଭ୍ରମଣ ହେବ ।

ତୁଳା- ବିଳାସ ବ୍ୟସନରେ ଦୀନଚର୍ଯ୍ୟା କରିବେ । ବେପରୁଆ ଭାବେ ଖର୍ଚ୍ଚ କରିବେ । କର୍ମ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ । ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ । ସୁବର୍ଣ୍ଣ ସଂପଦ ପ୍ରାପ୍ତିର ଯୋଗ ରହିଛି ।

ବିଛା- ଅନାବଶ୍ୟକ ଖର୍ଚ୍ଚ ବଢିବ । ଧାର କରଜ କରିପାରନ୍ତି । ଧୈର୍ଯ୍ୟଚ୍ୟୁତ ହେବେ । ପାଖଲୋକ ବିଶ୍ୱାସଘାତକତା କରିବେ । ପଡୋଶୀଙ୍କ ସମ୍ପର୍କରେ ତିକ୍ତତା ଆସିବ ।

ଧନୁ- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।

ମକର- ମନ ପ୍ରଫୁଲ୍ଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହର୍ଷ ଉଲ୍ଲାସରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ ।

କୁମ୍ଭ- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ କରି ସଫଳ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ । ଅପରାହ୍ନରେ ଦୂରଯାତ୍ରା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ- ଆଳସ୍ୟ ପରାୟଣ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ । ବିରକ୍ତିଭାବ ପ୍ରକାଶ ପାଇବ । ବ୍ୟୟ ଭାର ବୃଦ୍ଧି ପାଇବ । ପରିବାରରେ ଅଶାନ୍ତି ଉପୁଜିବ ।