Akash NG Missile ଭୁବନେଶ୍ୱର: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ସେନା। ଆକାଶ କ୍ଷେପଣାସ୍ତ୍ରର ଚାନ୍ଦିପୁର ଘାଟିରୁ ସଫଳ ପରୀକ୍ଷଣ କରିଛି ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ସଂଗଠନ। ଶୁକ୍ରବାର ଚାନ୍ଦିପୁର ଘାଟିରୁ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଆକାଶ ଏନଜି ଅତି ନିମ୍ନ ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ସଠିକତା ସହି ମାରିବାରେ ସଫଳ ହୋଇପାରିବ ବୋଲି DRDO  ଭିଡିଓ ମଧ୍ୟ ପ୍ରକାଶ କରିଛି। ଏହି ମିଶାଇଲ ଘଣ୍ଟା ପ୍ରତି ୩୦୮୭ କିଲୋମିଟର ବେଗରେ ଗତି କରିଥାଏ। ଶତ୍ରୁକୁ ଆଖି ପଲକରେ ଟାର୍ଗେଟ କରି ମାରିବାରେ ସଫଳ ହେବ ବୋଲି ଡିଆରଡିଓ କହିଛି। ଗୋଟିଏ ସେକେଣ୍ଡରେ ପ୍ରାୟ ଏକ କିଲୋମିଟର ଦୂରତା ଅତିକ୍ରମ କରିବାର କ୍ଷମତା ରହିଛି। ଆକାଶ ଏନଜିର ପୁରୁଣା ସଂସ୍କରଣ ଭାରତୀୟ ସେନାରେ ଏବେ ନିୟୋଜିତ ରହିଛି। 


COMMERCIAL BREAK
SCROLL TO CONTINUE READING

ଏଲଏସିରେ ନିୟୋଜିତ ରହିଛି ଆକାଶ କ୍ଷେପଣାସ୍ତ୍ର
ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖା ଦେବା ପରଠାରୁ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସିରେ ଆକାଶ କ୍ଷେପଣାସ୍ତ୍ର ନିୟୋଜିତ ରହିଛି। ଏହା ବ୍ୟତୀତ ଏହି ମିଶାଇଲ ଗ୍ୱାଲିୟର, ଜଲପାଇଗୁଡ଼ି, ତେଜପୁର, ଜୋରହାଟ ଓ ପୁଣେ ବେସରେ ମଧ୍ୟ ନିୟୋଜିତ ହୋଇଥିବାର ସୂଚନା ରହିଛି। 


 



ଆକାଶ ମିଶାଇଲ ବିଶେଷତ୍ତ୍ୱ
ଏହା ଭୂମିରୁ ଆକାଶକୁ ଗତି କରୁଥିବା କ୍ଷେପଣାସ୍ତ୍ର। ଏଥିରେ ଡୁଆଲ ପ୍ଲସ ସଲିଡ଼ ରକେଟ ମିଟରର ବ୍ୟବହାର ହୋଇଛି। ଏହି ମିଶାଇଲ ରେଞ୍ଜ ୪୦ ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହି ମିଶାଇଲରେ ମଲ୍ଟି ସେକେଣ୍ଡ ରାଡାର ଲଗାଯାଇଛି। ଏକ ସଙ୍ଗେ ଏହି ମିଶାଇଲ ଏକାଧିକ ଶତ୍ରୁ ରକେଟକୁ ମାରି ଖସାଇବାର କ୍ଷମତା ରହିଛି। ଏହାକୁ ଯେକୌଣସି ମୋବାଇଲ ପ୍ଲାଟଫର୍ମରୁ ଲଞ୍ଚ କରାଯିବାର ସୁବିଧା ରହିଛି। ଏହାର ମୋଟ ଓଜନ ହେଉଛି ୭୨୦ କିଲୋଗ୍ରାମ। ଏହାର ମୋଟ ଲମ୍ବ ୧୯ ଫୁଟ ଓ ଚଉଡ଼ା ୧.୧୬ ଫୁଟ। ଏହା ମୋଟ ୬୦ କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାର କ୍ଷମତା ରହିଛି। ଏହା ୨୦ କିଲୋମିଟର ଉଚ୍ଚା ପର୍ଯ୍ୟନ୍ତ ଶତ୍ରୁପକ୍ଷ ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ମାରି ଖସାଇବାର କ୍ଷମତା ରହିଛି।