Earth: ଗୋଲାକାର ନାଁ ଅଣ୍ଡାକାର? ପୃଥିବୀର ଆକାର କିପରି ଜାଣନ୍ତୁ, ବହୁତ କମ୍ ଲୋକ ଜାଣିଛନ୍ତି ପୃଥିବୀ ଆକାର ସହ ଜଡ଼ିତ ତଥ୍ୟ
Earth Shape: ପିଲାଦିନେ ଆମକୁ ବିଦ୍ୟାଳୟରେ ପଢାଯାଇଛି ଯେ ପୃଥିବୀର ଆକାର ଦେଖିବାକୁ ଗୋଲାକାର। ପରେ ଜଣାପଡିଥିଲା ଯେ ପୃଥିବୀର ଆକାର ଗୋଲାକାର ନୁହେଁ ବରଂ ସାମାନ୍ୟ ଅଣ୍ଡାକାର। ହେଲେ ପ୍ରକୃତରେ ପୃଥିବୀର ଆକୃତି ଗୋଲାକାର କିମ୍ବା ଅଣ୍ଡାକାର ନୁହେଁ।
Real Shape of Earth: ପୃଥିବୀର ଆକାରକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣ ରହିଛି। କିଏ ଏହାକୁ ଗୋଲାକାର କହୁଥିବା ବେଳେ ଆଉ କେହି ଏହାକୁ ଅଣ୍ଡାକାର ବୋଲି କହିଥାନ୍ତି। ପିଲା ଦିନେ ଆମେ ବିଜ୍ଞାନରେ ପଢିଛି ଯେ, ପୃଥିବୀ ଦେଖିବାକୁ କମଳା ଲେମ୍ବୁ ପରି ଗୋଲ ଏବଂ ଏହାର ଦୁଇ ମେରୁ ଟିକେ ଚେପଟା। ଯଦି ଲୋକଙ୍କୁ ପଚରାଯାଏ ପୃଥିବୀର ଆକାର କିପରି, ତାହେଲେ ଅଧିକାଂଶ ଲୋକ ଉତ୍ତର ଦେବେ ଯେ ପୃଥିବୀର ଆକାର ଗୋଲାକାର କିମ୍ବା ଅଣ୍ଡାକାର ହେବ। ହେଲେ ସେମାନଙ୍କର ଦୋଷ ନୁହେଁ। କାରଣ ପିଲାଦିନେ ଆମକୁ ବିଦ୍ୟାଳୟରେ ପଢାଯାଇଛି ଯେ ପୃଥିବୀର ଆକାର ଦେଖିବାକୁ ଗୋଲାକାର। ପରେ ଜଣାପଡିଥିଲା ଯେ ପୃଥିବୀର ଆକାର ଗୋଲାକାର ନୁହେଁ ବରଂ ସାମାନ୍ୟ ଅଣ୍ଡାକାର। ହେଲେ ପ୍ରକୃତରେ ପୃଥିବୀର ଆକୃତି ଗୋଲାକାର କିମ୍ବା ଅଣ୍ଡାକାର ନୁହେଁ।
ବୈଜ୍ଞାନିକଙ୍କ କହିବା କଥା ଯେ ପୃଥିବୀର ଆୟୁଷ ହେଉଛି ୪.୫ ବିଲିୟନ ବର୍ଷ ଅର୍ଥାତ୍ ୪୫୦ କୋଟି ବର୍ଷ। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ବର୍ତ୍ତମାନ ସାତୋଟି ମହାଦେଶ ରହିଛି। ହେଲେ ପ୍ରାୟ ୨୦ କୋଟି ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରେ କେବଳ ଗୋଟିଏ ମହାଦେଶ ରହିଥିଲା। ଯାହା ପାଞ୍ଜିଆ ନାମରେ ଜଣାଶୁଣା ରହିଥିଲା। ଏହି ଏକମାତ୍ର ମହାଦେଶର ଚତୁର୍ଦ୍ଦିଗରେ ପନ୍ଥଲାସା ନାମରେ ଏକ ସମୁଦ୍ର ରହିଥିଲା। ପ୍ରତିବର୍ଷ ଅପ୍ରେଲ୍ ୨୨ ତାରିଖରେ ପୃଥିବୀ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଇଥାଏ।
ଆମେରିକାରେ ଅବସ୍ଥାନ କରୁଥିବା କନସ୍ପିରେସି ଥିଓରିଷ୍ଟ ବବ ନୋଡଲ ନାମକ ଜଣେ ବ୍ୟକ୍ତି ବିଶ୍ୱାସ କରୁଥିଲେ ଯେ ପୃଥିବୀ ହେଉଛି ସମତଳ। ଏହାକୁ ପ୍ରମାଣିତ କରିବାକୁ ଯାଇ ସେ ପ୍ରାୟ ୧୬ ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ପରୀକ୍ଷଣ ତାଙ୍କ ଉପରେ ଭାରୀ ପଡ଼ିଯାଇଥିଲା। ପରୀକ୍ଷଣରୁ ପ୍ରମାଣିତ ହୋଇଥିଲା ଯେ ପୃଥିବୀ ହେଉଛି ଗୋଲାକାର। ପୃଥିବୀର ଆକାର ସମ୍ପର୍କରେ ଜାଣିବା ପାଇଁ ବବ ନୋଡଲ ଲେଜର ଜିରୋସ୍କୋପ ଦ୍ୱାରା ହେଉଥିବା ପରୀକ୍ଷଣରେ ସମସ୍ତ ଟଙ୍କା ଖର୍ଚ୍ଚ କରିଥିଲେ।
ଜାଇରୋସ୍କୋପ ସହାୟତାରେ ପୃଥିବୀର ଘୂର୍ଣ୍ଣନ ଗତି ସମ୍ପର୍କରେ ଜଣାପଡ଼ିଥାଏ। ବବ ନୋଡଲ ଆଶା କରିଥିଲେ ଯେ ଏହା ଦର୍ଶାଇବ ଯେ ପୃଥିବୀ ଘୂର୍ଣ୍ଣନ କରେ ନାହିଁ। ୟୁଟ୍ୟୁବର୍ ବବ୍ ଭାବିଥିଲେ ଯେ ତାଙ୍କର ମହଙ୍ଗା ଉପକରଣ ଦର୍ଶାଇବ ଯେ ପୃଥିବୀ ଘୂର୍ଣ୍ଣନ କରେ ନାହିଁ। ହେଲେ ଯେତେବେଳେ ତାଙ୍କର ପରୀକ୍ଷଣ ବିଫଳ ହେଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଏକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଇଁ ଏହି ପରୀକ୍ଷଣ କରିଥିଲେ। ବବ ନୋଡଲ କହିଛନ୍ତି ଯେ ଆମେ ଯାହା ଦେଖିଲୁ, ତାହା ଏକ ଘୂର୍ଣ୍ଣନ ଗ୍ଲୋବ ସହାୟତାରେ ଘଟିଥାଏ। ହେଲେ ମୁଁ ଏହା ଆଶା କରୁ ନଥିଲ। ଆମେ ଆମର ଦାବି ପ୍ରତ୍ୟାହାର କରୁଛୁ। ଏହା ମଧ୍ୟ ଏକ ପ୍ରକାର ସମସ୍ୟା। ଆମେ ପ୍ରକୃତରେ ଏହାକୁ ଗ୍ରହଣ କରିବାକୁ ଚାହୁଁନଥିଲୁ ଏବଂ ଏହାକୁ ଖଣ୍ଡନ କରିବାର ଉପାୟ ମଧ୍ୟ ପାଇଲୁ।
ବବ ନୋଡଲଙ୍କ କହିବା କଥା ଯେ, ସମସ୍ତ ଚେଷ୍ଟା ପରେ ମଧ୍ୟ ସେ ବାରମ୍ବାର ଜିରୋସ୍କୋପ ସହାୟତାରେ ଦେଖିବାକୁ ପାଇଥିଲେ ଯେ ପୃଥିବୀର ଆକାର ଗୋଲାକାର। ଏହା ପରେ ସେ ସେହି ଲୋକଙ୍କ ସହିତ କଥାବାର୍ତ୍ତା କଲେ, ଯେଉଁମାନେ ପୃଥିବୀ ସମତଳ ବୋଲି ଭାବିଥାନ୍ତି। ସେ ଏହି ଲୋକଙ୍କ ସହ ଏକ ବୈଠକ କରିବା ବେଳେ ଆୟେରିକୀୟ ୟୁଟ୍ୟୁବର୍ ଜଣଙ୍କ କହିଛନ୍ତି ଯେ ସେ ସେମାନଙ୍କର ଦାବି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିରେ କୁହାଯାଇଛି ପୃଥିବୀ ଦେଖିବାକୁ ସମତଳ। ଏହାକୁ ପ୍ରମାଣିତ କରିବା ପାଇଁ ସେ ଜିରୋସ୍କୋଟ୍ ପରୀକ୍ଷଣରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ବବ ନୋଡଲ କହିଛନ୍ତି ଯାହା ପ୍ରମାଣିତ ହୋଇଛି ତାହାକୁ ଖାରଜ କରିଦେବା ଠିକ୍ ହେବ ନାହିଁ। ଏହା ପରେ ସେ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଇଁ ଆଉ ଏକ ପରୀକ୍ଷଣ କରିଥିଲେ। ଯେଉଁଥିରେ ସେ ଦୁଇଟି ଛିଦ୍ର ମାଧ୍ୟମରେ ରେକର୍ଡ କରିବା ପାଇଁ ଏକ କ୍ୟାମେରା ବ୍ୟବହାର କରିଥିଲେ ଏବଂ ଅନ୍ୟ ପାର୍ଶ୍ୱରେ ଠିଆ ହୋଇଥିବା ବ୍ୟକ୍ତି ଟର୍ଚ୍ଚ ଆଲୋକକୁ କ୍ୟାମେରା ଆଡକୁ ଆଲୋକିତ କରିଥିଲେ। ଏହା ପଛରେ ଧାରଣା ଥିଲା ଯେ ଯଦି ଆଲୋକ କ୍ୟାମେରାର ଛିଦ୍ର ମାଧ୍ୟମରେ ପ୍ରତିଫଳିତ ହୁଏ, ତାହା ମଧ୍ୟ ଭୂମିଠାରୁ ସମାନ ଉଚ୍ଚତାରେ, ତାହେଲେ ଏହା ପ୍ରମାଣିତ ହୋଇଯିବ ଯେ ପୃଥିବୀ ସମତଳ। ହେଲେ ଆଲୋକ ଏପରି ଦେଖାଗଲା ନାହିଁ ଏବଂ ଏହି ପରୀକ୍ଷଣ ମଧ୍ୟ ବିଫଳ ହୋଇଥିଲା।