Shocking News: କୌସାମ୍ବି: ଉତ୍ତର ପ୍ରଦେଶର (Uttarpradesh) କୌସାମ୍ବି ଜିଲ୍ଲାରେ (kousambi District) ପ୍ରୋବେସନ ଅଧିକାରୀ (Probation Officer) ଅସଦାଚରଣ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ (Social Media) ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଭିଡିଓରେ ଜିଲ୍ଲା ପ୍ରୋବେସନ ଅଧିକାରୀ (Probation officer) ରାଜନାଥ ନାମ ଅଧସ୍ତନ ମହିଳା ଅଧିକାରୀଙ୍କୁ ଅସଦାଚରଣ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ମହିଳା କର୍ମଚାରୀ ଜଣକ ଏସବୁ କାର୍ଯ୍ୟକୁ ନେଇ ବିରୋଧ କରୁଥିବା ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳୁଛି। କିନ୍ତୁ ମହିଳାଙ୍କ ବିରୋଧ ସତ୍ତ୍ୱେ ପ୍ରୋବେସନ ଅଧିକାରୀ ଜଣକ ଜବରଦସ୍ତି କରୁଥିବାର ନଜର ଆସିଛି। ତେବେ ଏହି ଅସଦାଚରଣର ଭିଡ଼ିଓ ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ସୁଜିତ କୁମାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି। ତେବେ ଏହି ଅସଦାଚରଣ ଘଟଣା ମହିଳା ବିକାଶ ଭବନସ୍ଥିତ ପ୍ରୋବେସନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଜିଲ୍ଲା ଅଧିକାରୀ ସୁଜିତ କୁମାର ଘଟଣା ସମ୍ପର୍କରେ କହିଛନ୍ତି କି ଜିଲ୍ଲା ପ୍ରୋବେସନ ଅଧିକାରୀ ଦ୍ୱାରା ଅଧସ୍ତନ ମହିଳା କର୍ମଚାରୀ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। କିଛି ଅଶ୍ଳିଳ ହ୍ୱାଟସଆପ ଚାଟ ମଧ୍ୟ ସାମ୍ନାକୁ ଆସିଛି। ସେପଟେ ଏହି ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ତିନି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛି। ଏହି କମିଟି ତଦନ୍ତ କରି ପ୍ରାଥମିକ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ଜିଲ୍ଲା ପ୍ରଶାସନକୁ ପ୍ରୋବେସନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି। 


ଜିଲ୍ଲା ଅଧିକାରୀ କହିଛନ୍ତି କି କର୍ମଚାରୀଙ୍କ ଆଚରଣ ନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବ, ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ଏକ ଚିଠି ଲେଖାଯାଇଛି। ଏଥିସହ ପୋଲିସ ଅଧୀକ୍ଷକ ବ୍ରଜେଶ ଶ୍ରୀବାସ୍ତବଙ୍କ ସହ କଥା ହେବା ପରେ ମନଞ୍ଜପୁର ପୋଲିସ ଷ୍ଟେସନରେ ଜିଲ୍ଲା ପ୍ରୋବେସନ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ଏଠାରେ କହି ରଖୁ କି ଜିଲ୍ଲା ପ୍ରୋବେସନ୍ ଅଫିସର ପଦ ସାଧାରଣତଃ ଜିଲ୍ଲା ସ୍ତରରେ ସାମାଜିକ କଲ୍ୟାଣ କିମ୍ବା ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗରେ ପ୍ରଶାସନିକ ଅଟେ। ଏହା ଏକ ଗେଜେଟେଡ୍ ସ୍ତରର ପୋଷ୍ଟ। ସେମାନଙ୍କର କାର୍ଯ୍ୟ ହେଉଛି ନ୍ୟାୟିକ କୋର୍ଟ ଏବଂ ଜେଲଗୁଡିକ ସହିତ ଯୋଗାଯୋଗ କରିବା, ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ସହ ନିୟମିତ ବୈଠକ କରିବା ଏବଂ ଗ୍ରାମ ସ୍ତରରେ ପ୍ରାଥମିକ ଅନୁସନ୍ଧାନ କରିବା ବିଭାଗର ମୂଖ୍ୟ କାମ।


Also Read: Srimandir New Opening Timing: ନୂଆବର୍ଷରେ ନୂଆ ନିୟମ, ଜାଣନ୍ତୁ କେତେବେଳେ କରିପାରିବେ ଦର୍ଶନ


Also Read: Shikhar Dhawan: ଦଳରୁ ବାଦ ପଡ଼ିବା ପରେ କାନ୍ଦି ପକାଇଲେ ଧଓ୍ୱନ, ସୋସିଆଲ ମିଡ଼ିଆରେ ରଖିଲେ ଏଭଳି କ୍ଷୋଭଭରା ମନ୍ତବ୍ୟ


Also Read: Russian Tourist Death Suspense: ବଦଳାଇଦେଲେ ପରମ୍ପରା, ଅନ୍ତିମ ସଂସ୍କାର ସମୟରେ ଏତେ ବଡ଼ ଭୁଲ୍ !