Russian Tourist Death Suspense: ବଦଳାଇଦେଲେ ପରମ୍ପରା, ଅନ୍ତିମ ସଂସ୍କାର ସମୟରେ ଏତେ ବଡ଼ ଭୁଲ୍ !
Advertisement
Article Detail0/zeeodisha/odisha1506195

Russian Tourist Death Suspense: ବଦଳାଇଦେଲେ ପରମ୍ପରା, ଅନ୍ତିମ ସଂସ୍କାର ସମୟରେ ଏତେ ବଡ଼ ଭୁଲ୍ !

Russian Tourist Death: ଘନେଇବାରେ ଲାଗିଛି ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା। ପୋଲିସ କହିଛି ଶେଷକୃତ୍ୟ ନେଇ ଋଷ ଦୂତାବାସରୁ ଅନୁମତି ଆସିଛି ହେଲେ ମୃତଦେହକୁ କାହିଁକି ପୋଡ଼ିଦେଲେ ସେନେଇ କେହି ମୁହିଁ ଖୋଲୁନାହାଁନ୍ତି । ପୋତିବା ବଦଳରେ ଜାଳିଦେବା ମନୁଷ୍ୟକୃତ ଭୁଲ ନା କାହା ଚାପରେ କରାଯାଇଛି ଏହା ଏବେ ବଡ଼ପ୍ରଶ୍ନ। 

Russian Tourist Death Suspense:  ବଦଳାଇଦେଲେ ପରମ୍ପରା, ଅନ୍ତିମ ସଂସ୍କାର ସମୟରେ ଏତେ ବଡ଼ ଭୁଲ୍ !

Russian Tourist Death Suspense: ରାଜ୍ୟରେ ଏବେ ହଇଚଇ ସୃଷ୍ଟି କରିଛି ଋଷୀୟ ନାଗରିକଙ୍କ ମୃତ୍ୟୁ ଖବର। କାରଣ ଭାରତ ବୁଲିବାକୁ ଆସି ରାୟଗଡାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାରକୁ ନେଇ ବିବାଦ ମୁଣ୍ଡ ଟେକିଛି। ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟ ଧର୍ମାବଲମ୍ବୀ। ଆଉ ଆପଣ ବି ଜାଣନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ବ୍ୟକ୍ତିତ୍ୱଙ୍କ ମୃତ୍ୟୁ ପରେ ସେମାନଙ୍କ ମରଶରୀରକୁ ବିଧି ଅନୁସାରେ ମାଟିରେ କବର ବା ପୋତା ଯାଇଥାଏ। ହେଲେ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ନପୋତି ପୋଲିସ କିପରି ପୋଡ଼ିଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଓଡ଼ିଶାରେ ମୃତ୍ୟୁ ବରଣ କରିଥିବା ଋଷୀୟ ପର୍ଯ୍ୟଟକଙ୍କ ମୃତଦେହକୁ ପୋଡ଼ିବାର ଥିଲା ତେବେ ପୋଲିସ କାହାଠାରୁ ଅନୁମତି ନେଇଥିଲା।

ସୂଚନାନୁସାରେ ମୃତଦେହ ପୋଡ଼ିବା ପାଇଁ ଋଷ ଦୂତାବାସ (Russia Embassy) କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଅନୁମତି ନେଇଥିଲେ ନା ନାହିଁ ସେନେଇ ମୁହଁ ଖୋଲୁନି ପୋଲିସ। ସେପଟେ ତଦନ୍ତର ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ ଏନେଇ କିଛି ସୂଚନା ପାଇନଥିବା କହିଛନ୍ତି । ଫଳରେ ଏହି ମାମଲାରେ ତଦନ୍ତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ଡିସେମ୍ବର ୨୪ ତାରିଖରେ ଋଷ ପର୍ଯ୍ୟଟକ ସାଂସଦ ପାୱେଲ ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ତାରିଖରେ ତାଙ୍କର ଶେଷକୃତ୍ୟ ହୋଇଛି ହେଲେ ଏନେଇ ଋଷ ଦୂତାବାସ କୌଣସି ସୂଚନା ପ୍ରଦାନ କରିନାହିଁ। ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଋଷୀୟ ପର୍ଯ୍ୟଟକ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିଲେ ବି ମୃତଦେହ ନପୋତି କିମ୍ବା ତଦନ୍ତ ନେଇ କିଛି ଦିଗକୁ ଅନୁସରଣ ନକରି କାହା ଚାପରେ ପୋଡ଼ିଦେଲେ। 

Also Read: Palghar Rape Case: ପ୍ରଥମେ ବଙ୍ଗଳାରେ ଦୁଷ୍କର୍ମ, ପରେ ସମୁଦ୍ର କୂଳରେ ଗଣଦୁଷ୍କର୍ମ; ୮ ଜଣ ମିଶି ୧୬ ବର୍ଷର ନାବାଳିକା ସହ ୧୫ ଘଣ୍ଟା ଧରି କଲେ ଏପରି କୁକର୍ମ

ସେପଟେ ପୋଲିସ (Odisha Police) କହିଛି ଶେଷକୃତ୍ୟ ନେଇ ଋଷ ଦୂତାବାସରୁ ଅନୁମତି ଆସିଛି ହେଲେ ମୃତଦେହକୁ କାହିଁକି ପୋଡ଼ିଦେଲେ ସେନେଇ କେହି ମୁହିଁ ଖୋଲୁନାହାଁନ୍ତି । ପୋତିବା ବଦଳରେ ଜାଳିଦେବା ମନୁଷ୍ୟକୃତ ଭୁଲ ନା କାହା ଚାପରେ କରାଯାଇଛି ଏହା ଏବେ ବଡ଼ପ୍ରଶ୍ନ। ସୂଚନାନୁସାରେ, ଋଷର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସାଂସଦ ପାୱେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର୍ ବିଦେନୋଭଙ୍କ ରାୟଗଡାରେ ରହସ୍ୟଜନକ ମୃତ୍ୟୁ (Misterious Death In Rayagada) ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏହି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଏସଆଇଟି। 

Also Read: Arijit singh: ମମତା ବାନାର୍ଜୀଙ୍କୁ ପସନ୍ଦ ଆସିଲାନି 'ରଙ୍ଗ ଦେ ତୁ ମୋହେ ଗେରୁଆ'ଗୀତ, ପ୍ରୋଗ୍ରାମ କରିଦେଲେ ରଦ୍ଦ

ତଦନ୍ତ ପରିସରଭୁକ୍ତ ହୋଇଛନ୍ତି ରାୟଗଡା ଆସିଥିବା ଋଷ ଦମ୍ପତି(Russian Couple), ଦିଲ୍ଲୀର ଗାଇଡ ଓ ଓଡ଼ିଶା କାର୍ ଡ୍ରାଇଭରଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି। ସେପଟେ ଦୁଇ ବନ୍ଧୁ ଥିଲେ ପାୱେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର୍ ବିଦେନୋଭ। ଦୁହିଁଙ୍କ ମୃତ୍ୟୁକୁ ନେଇ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ରହୁଥିବା ହୋଟେଲ ଯାଇ ଛାନଭିନ କରୁଛନ୍ତି କେନ୍ଦ୍ରୀୟ ଗୁଇନ୍ଦାଗିରି ସଂସ୍ଥାର ଦୁଇ ଅଧିକାରୀ। ସେପଟେ ସନ୍ଦେହ ଉପୁଜାଇଛି ଭିସେରା ନମୂନା। ଖବର ଅନୁଯାୟୀ, ଭ୍ଲାଦିମିର୍ ବିଦେନୋଭ ଙ୍କ ଭିସେରା ନମୂନା ରଖାଯାଇଥିବା ବେଳେ ଆଣ୍ଟୋଭଙ୍କ ଭିସେରା ନମୂନା ରଖାଯାଇନି । ଯାହାକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି।