ନୂଆଦିଲ୍ଲୀ: ଆମ ଦୈନନ୍ଦିନ ଜୀବନରେ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆ (Social Media) ପ୍ଲାଟଫର୍ମ (Platform) ଫେସବୁକରେ (Facebook) ଜଡ଼ିତ ଥିଲେ। ଏହି ସୋସିଆଲ ମିଡ଼ିଆ (Social Media) ପ୍ଲାଟଫର୍ମକୁ (Platform) ସମସ୍ତେ ନିଜ ନିଜ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିଆସୁଛନ୍ତି। ଅତ୍ୟାଧିକ ବ୍ୟବହାର ପାଇଁ ଏହି ସୋସିଆଲ ମିଡ଼ିଆ (Social Media) ପ୍ଲାଟଫର୍ମ (Platform) ମଧ୍ୟ କଟକଣାକୁ କଡ଼ାକଡ଼ି କରିବାରେ ଲାଗିଛି। ଫଳରେ ଆସନ୍ତା ବର୍ଷ ଏପ୍ରିଲ ମାସରୁ ଫେସବୁକ  (Facebook) ଏକ ବଡ଼ ପରିବର୍ତ୍ତନ କରିବ ବୋଲି ସୂଚନା ଦେଇଛି। ତେବେ କଣ କଣ ସବୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି ଆସନ୍ତୁ ବିସ୍ତୃତ ଭାବେ ଜାଣିବା। 


COMMERCIAL BREAK
SCROLL TO CONTINUE READING

୨୦୦୬ ମସିହାରେ ଇଣ୍ଟରନେଟ ଦୁନିଆରେ ପ୍ରଥମ କରି ଫେସବୁକ ଲଞ୍ଚ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହାର ବ୍ୟବହାର ଏତେଟା ମାତ୍ରାରେ ହେଉନଥିଲା। କିନ୍ତୁ  ବର୍ତ୍ତମାନ ସମୟରେ ଏହା ବହୁଳ ଭାବରେ କରାଯାଉଛି। ସବୁରି କ୍ଷେତ୍ରରେ ଏହାର ଆବଶ୍ୟକତାକୁ ପ୍ରାଥମିକତା ଭାବେ ଦିଆଯାଉଛି। ବିଶେଷ କରି ନିଜର ପ୍ରଚାର ପ୍ରସାର, ଖବର ସରବରାହ କ୍ଷେତ୍ରରେ ଏହାର ବ୍ୟବହାର ବହୁଳ ପରିମାଣରେ କରାଯାଉଛି। ତେବେ ଫେସବୁକରେ ପ୍ରୋଫାଇଲ ଓ ପେଜ ଭାବେ ଆପଣ ଏଥିରେ ଆକାଉଣ୍ଟ ଖୋଲିପାରିବେ। ବହୁଳ ମାତ୍ରା ପେଜ ଓ ପ୍ରୋଫାଇଲ ଖୋଲାଯିବା ପରେ କମ୍ପାନୀ ପକ୍ଷରୁ କଟକଣାକୁ କଡ଼ାକଡ଼ି କରି ଆସୁଛି। ସୋସିଆଲ ମିଡ଼ିଆରେ କିଛିଟା ଫେକ ଆକାଉଣ୍ଟ, ଗୁଜବ ପ୍ରଚାରକୁ ରୋକିବା ପାଇଁ ପୂର୍ବରୁ ଅନେକ କଟକଣା ଗ୍ରହଣ କରିସାରିଛି ଫେସବୁକ। ତେବେ ଆସନ୍ତା ବର୍ଷଠାରୁ ଏହି କଟକଣାକୁ ଆହୁରି କଠୋର କରିଦେଇଛି ଫେସବୁକ। ଆସନ୍ତୁ ଜାଣିବା କଣ ଏହି କଟକଣା ସବୁ। 


ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଆସନ୍ତା ବର୍ଷ ଠାରୁ କଣ୍ଟେଣ୍ଟ ଉପରେ କଟକଣା ଲଗାଇବାକୁ ଯାଉଛି। ଇନଷ୍ଟାଣ୍ଟ ଆର୍ଟିକିଲକୁ ଫେସବୁକ ଆସନ୍ତା ବର୍ଷଠାରୁ ବନ୍ଦ କରିଦେବ। ଫେସବୁକ ଇଣ୍ଡିଆ ଗଣମାଧ୍ୟମ ସହିତ ଆଲୋଚନା କରିବା ପରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଫେସବୁକ ନେଇବରହୁଡ଼ ଆପକୁ ମଧ୍ୟ ବ୍ୟାନ କରିସାରିଛି। ଆପ୍ଟ-ଇନ ନାମରେ ଏହି ଆପ ବ୍ୟବହାର କରାଯାଉଥିଲା। ଏହି ଆପ ମାଧ୍ୟମରେ କେହି ବି ବନ୍ଧୁ ସହଜରେ ଆପଣଙ୍କ ନାଁରେ ପ୍ରୋଫାଇଲ ଆକାଉଣ୍ଟ ଖୋଲିବାର ସୁବିଧା ରହିଥିଲା। ମାତ୍ର ଏହି ସୁବିଧା ବନ୍ଦ ହୋଇଯିବା ଫଳରେ ଆପଣଙ୍କ ପାଇଁ ପ୍ରାଇଭେସିକୁ ବୃଦ୍ଧି କରିଥିଲା ଫେସବୁକ। 


ସେହିପରି ଲକଡାଉନ ସମୟରେ ଏବେ ଫେସବୁକ ହ୍ୟାକରମାନେ ସକ୍ରିୟ ହୋଇ ଉଠିଥିଲେ। ଘରେ ବସିବା କାରଣରୁ ସେମାନେ ବିଭିନ୍ନ ଲୋକଙ୍କ ଫେସବୁକକୁ ହ୍ୟାକ କରିବା ସହ ତାହାକୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏପରି କରି ପ୍ରାୟ ଶହେରୁ ଅଧିକ ଫେସବୁକ ଆକାଉଣ୍ଟ ହ୍ୟାକ କରାଯାଇଥିବା ଜଣାପଡିଛି। କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କ ଆକାଉଣ୍ଟ ମଧ୍ୟ ବାଦ ପଡ଼ିନଥିଲା। ତାଙ୍କ ଆକାଉଂଟକୁ ହ୍ୟାକ କରି ମେସେଞ୍ଜରକୁ ବ୍ୟବହାର କରି ଶତପଥିଙ୍କ ସାଙ୍ଗସାଥୀ ଓ ବନ୍ଧୁମାନଙ୍କୁ ଜରୁରୀ ଆବଶ୍ୟକ ଥିବା କହି ହ୍ୟାକରମାନେ ଟଙ୍କା ମାଗିଥିଲେ। ଏପରିକି କିଛି ବନ୍ଧୁ ତାଙ୍କୁ ଟଙ୍କା ପଠାଇଥିଲେ। ଏହି ଘଟଣା ସେତେବେଳେ ବେଶ ଚର୍ଚ୍ଚାରେ ରହିଥିଲା। ପରେ ଏହାକୁ ନେଇ ଫେସବୁକରେ ଅଭିଯୋଗ ହେବା ପରେ ଫେସବୁକ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।