Facebook New Features: ଉପଭୋକ୍ତାଙ୍କ ତଥ୍ୟକୁ ଟ୍ରାକିଂ କରି ଉନ୍ନତ ବିଜ୍ଞାପନ ପରାମର୍ଶ ଦେବା ପାଇଁ ସୋସିଆଲ ମିଡ଼ିଆ ସାଇଟ ଫେସବୁକ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ହେଲେ ଉପଭୋକ୍ତାଙ୍କ ସହମତି ବିନା ସେମାନଙ୍କ ଗୋପନୀୟତା ଉପରେ ଅନେକ ଥର ହସ୍ତକ୍ଷେପ କରୁଥିବାର ଅଭିଯୋଗ ଫେସବୁକ ବିରୋଧରେ ଆସି ସାରିଛି। ବର୍ତ୍ତମାନ ଫେସବୁକ୍ ଏହାର ମୋବାଇଲ୍ ଆପ୍ ସଂସ୍କରଣରେ "ଲିଙ୍କ୍ ହିଷ୍ଟ୍ରି" (Link History) ନାମକ ଏକ ନୂତନ ବୈଶିଷ୍ଟ୍ୟ (Feature) ଉପସ୍ଥାପନ କରିଛି। ଏହି ବୈଶିଷ୍ଟ୍ୟ ଆପଣଙ୍କୁ କମ୍ପାନୀ ସହିତ ଆପଣଙ୍କର ବ୍ରାଉଜିଂ କାର୍ଯ୍ୟକଳାପର ରେକର୍ଡ ଅଂଶୀଦାର ନକରିବାର ବିକଳ୍ପ ପ୍ରଦାନ କରିଥାଏ। ଏହି ବୈଶିଷ୍ଟ୍ୟ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଘୋଷଣା କରିଥିଲା।


COMMERCIAL BREAK
SCROLL TO CONTINUE READING

ଡିଭାଇସ ଠାରେ ସକ୍ରିୟ ହୋଇଛି ଏହି ବୈଶିଷ୍ଟ୍ୟ
ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଶିଷ୍ଟ୍ୟ ଆପଣଙ୍କ ଡିଭାଇସ ଠାରେ "ଡିଫଲ୍ଟ" (Default Feature) ଭାବରେ ସକ୍ରିୟ ହୋଇଥାଏ। ଯାହାର ଅର୍ଥ ହେଉଛି ଫେସବୁକ୍ ଆପଣ କ୍ଲିକ୍ କରୁଥିବା ସମସ୍ତ ଲିଙ୍କ୍ ସହ ଜଡ଼ିତ ଏକ ରେକର୍ଡ ରଖିଥାଏ। ଏହି ସୂଚନା ବ୍ୟକ୍ତିଗତ ବିଜ୍ଞାପନ ପ୍ରଦାନ ପାଇଁ ବ୍ୟବହୃତ ହୋଇଥାଏ। ହେଲେ ତଥାପି ବର୍ତ୍ତମାନ ଉପଭୋକ୍ତା ଏପରି ଧରଣର ସେବା ନେବାକୁ ପ୍ରତ୍ୟାଖ୍ୟାନ କରିପାରିବେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଦାବି କରିଛି ଯେ ଗୋଟିଏ ସ୍ଥାନରେ ଆପଣଙ୍କ ବ୍ରାଉଜିଂ କାର୍ଯ୍ୟକଳାପକୁ ବଞ୍ଚାଇବା ପାଇଁ ଏହା ଏକ ସହଜ ଉପାୟ। ଯାହା ନିଶ୍ଚିତ କରିଥାଏ ଯେ ଆପଣ କୌଣସି ଲିଙ୍କ୍ ହରାଇବେ ନାହିଁ। ଯଦି ଆପଣ "ଲିଙ୍କ୍ ହିଷ୍ଟ୍ରି", "ଡିଫଲ୍ଟ" ଭାବରେ "ଏନାବୁଲ" (Enable) କରି ରଖନ୍ତି, ତାହେଲେ ଫେସବୁକ୍ ଏହାର ପ୍ଲାଟଫର୍ମ ଠାରେ ବିଜ୍ଞାପନରେ ଉନ୍ନତି ଆଣିବା ପାଇଁ ଆପଣଙ୍କ ତଥ୍ୟକୁ ବ୍ୟବହାର କରିପାରେ। 


ଆପଣଙ୍କ ପରିଦର୍ଶନ କରାଯାଉଥିବା ସମସ୍ତ ଲିଙ୍କ୍ ଟ୍ରାକ୍ କରିଥାଏ ଫେସବୁକ୍
ଫେସବୁକ୍ ଏକ ବ୍ଲଗ୍ ପୋଷ୍ଟ ମାଧ୍ୟମରେ କହିଛି ଯେ ଏହାର "ଲିଙ୍କ୍ ହିଷ୍ଟ୍ରି" ହେଉଛି ବିଗତ ୩୦ ଦିନ ମଧ୍ୟରେ ଫେସବୁକ୍ ମୋବାଇଲ୍ ବ୍ରାଉଜର ଦ୍ୱାରା ପରିଦର୍ଶନ କରାଯାଇଥିବା ୱେବସାଇଟ ସହ ଜଡ଼ିତ ଏକ ସଂକଳନ। ଯେକୌଣସି ସମୟରେ "ଲିଙ୍କ୍ ହିଷ୍ଟ୍ରି" ସକ୍ରିୟ ଏବଂ ନିଷ୍କ୍ରିୟ କରିବାକୁ ଉପଭୋକ୍ତାଙ୍କ ପାଖର ବିକଳ୍ପ ରହିଛି। ଯେତେବେଳେ "ଲିଙ୍କ୍ ହିଷ୍ଟ୍ରି ଏନାବୁଲ" (Link History Enable) ହୋଇଥାଏ, ସେତେବେଳେ ଫେସବୁକ ମୋବାଇଲ୍ ବ୍ରାଉଜର (Facebook Mobile Browser) ମାଧ୍ୟମରେ ଆକ୍ସେସ୍ ହୋଇଥିବା ଲିଙ୍କ (Link Access by Facebook Mobile Browser) ୩୦ ଦିନ ପାଇଁ ଗଚ୍ଛିତ ହୋଇ ରହିଥାଏ। ଫେସବୁକ ମୋବାଇଲ୍ ବ୍ରାଉଜର ଠାରୁ ସୂଚନା, "ଲିଙ୍କ୍ ହିଷ୍ଟ୍ରି" ସହିତ ମେସେଞ୍ଜର ଚାଟ୍ ସହିତ ଲିଙ୍କ୍ (Facebook Messenger Chat Link) ଅନ୍ତର୍ଭୂକ୍ତ କରି ଗୋପନୀୟତା ନୀତିରେ ବିସ୍ତୃତ ମେଟା ଟେକ୍ନୋଲୋଜି ବ୍ୟବହାର କରି ବିଜ୍ଞାପନ ବଢାଇବା ପାଇଁ ବ୍ୟବହୃତ ହୋଇପାରେ। ସେହି ସମୟରେ ଯଦି ଆପଣ ସେଟିଂ ବନ୍ଦ କରିଦିଅନ୍ତି, ତାହେଲେ ଫେସବୁକ୍ ୯୦ ଦିନ ମଧ୍ୟରେ ଆପଣଙ୍କ "ଲିଙ୍କ୍ ହିଷ୍ଟ୍ରି" ବିଲୋପ (Link History Delete) କରିବାକୁ ସୁଯୋଗ ଦେବାର ପ୍ରତିଜ୍ଞା କରିଥାଏ। ଏହା ମନେ ରଖିବା ଆବଶ୍ୟକ ଯେ ଏହି ବୈଶିଷ୍ଟ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ଉପଲବ୍ଧ ହୋଇନାହିଁ। ସମୟ ସହିତ ଏପରି ସେବାକୁ ବିଶ୍ୱ ସ୍ତରରେ ଆରମ୍ଭ କରାଯିବ।


କିପରି ବନ୍ଦ କରିବେ "ଲିଙ୍କ୍ ହିଷ୍ଟ୍ରି" ବିକଳ୍ପ
୧. "ଲିଙ୍କ୍ ହିଷ୍ଟ୍ରି" ବନ୍ଦ କରିବାକୁ ହେଲେ, ଫେସବୁକ୍ ଆପ୍ ସହ ଜଡ଼ିତ ଯେକୌଣସି ଲିଙ୍କ୍ ଉପରେ ଟ୍ୟାପ୍ କରି ଫେସବୁକ ମୋବାଇଲ୍ ବ୍ରାଉଜର୍ ଖୋଲନ୍ତୁ।
୨. ଏହା ପରେ ଡାହାଣ ପାର୍ଶ୍ୱର ନିମ୍ନ ଭାଗରେ "More Action" ଉପରେ କ୍ଲିକ୍ କରନ୍ତୁ।
୩. ଏହା ପରେ "Browser Settings" ଚୟନ କରନ୍ତୁ।
4. "ଲିଙ୍କ୍ ହିଷ୍ଟ୍ରି" ଅନୁମତି ଦେବା ପରେ ଏଠାରେ ଆପଣ ବିକଳ୍ପ "Turn On" କରନ୍ତୁ ଏବଂ "Don't Allow Tap" କରି ନିଶ୍ଚିତ କରନ୍ତୁ।