Emotional Story: ମଣିଷର ଆବଶ୍ୟକତା ଅନେକ ରହିଥାଏ । ଯାହା ପାଖରେ ଟଙ୍କା ଥାଏ ସେ ସବୁକିଛି ଖୁବ ସହଜରେ ହାସଲ କରିନିଏ । କିନ୍ତୁ ଅଭାବ ତଥା ଦାରିଦ୍ର ସୀମାରେଖା (Poverty line) ତଳେ ଥିବା ଲୋକଙ୍କ ପାଇଁ ନିଜ ସ୍ୱପ୍ନକୁ ଶାକାର କରିବା କାଠିକର ପାଠ ହୋଇଥାଏ । ଆଉ ଯଦି କୌଣସି କାରଣରୁ ତାହା ସମ୍ଭବ ହୋଇଥାଏ ତେବେ ଖୁସିର ସୀମା ନଥାଏ । ସେମିତି ଏକ ଭାବବିହ୍ୟୁଳ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ଅନେକ ସମୟରେ ଛୋଟ ଛୋଟ ଖୁସି ମଣିଷକୁ ଅନେକ ଶାନ୍ତି ଦେଇଥାଏ । ପରିବାରରେ ଛୋଟ ସମୟରେ ଘଟିଥିବା ଘଟଣା ଗୁଡିକ ସାରା ଜୀବନ ମନେ ରହିଥାଏ । ପିଲାଦିନେ ସ୍କୁଲ କିମ୍ୱା କୌଣସି ଅନୁଷ୍ଠାନରୁ ମିଳୁଥିବା ଟଫି ମଧ୍ୟ ଏକ ନିଆରା ଖୁସି ଦେଇଥାଏ । ଠିକ୍ ସେହିପରି ଢଙ୍ଗରେ ଏକ ପରିବାରରେ ଦେଖିବାକୁ ମିଳିଛି ଏକ ନିଆରା ଖୁସି । ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ହୋଇଥିବା ଉକ୍ତ ଭିଡିଓଟି ଏହା ଦର୍ଶାଉଛି ଯେ, ପ୍ରକୃତରେ ଜୀବନର ଅସଲ ଖୁସି ଏଠାରେ ହିଁ ରହିଛି । ଅଭାବ ଅନଟନ ମଧ୍ୟରେ ବି ଏକ ନିଆରା ଖୁସି ରହିଥାଏ ତାହା ଏହି ଭିଡ଼ିଓରେ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ସବୁଠୁ ବଡ଼ କଥା ହେଉଛି ବାପା ଆଉ ପୁଅଙ୍କ ମଧ୍ୟରେ କିପରି ସମ୍ପର୍କ (Father and son relation) ରହିଛି ତାହା ଆପଣଙ୍କ ହୃଦୟକୁ ନିଶ୍ଚେ ପ୍ରଭାବିତ କରିବ ।


ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓଟି ମାତ୍ର ୧୫ ସେକେଣ୍ଡର । ଏହି ହୃଦୟସ୍ପର୍ଶୀ ଭିଡିଓରେ ଜଣେ ବାପା ଏବଂ ପିଲା ଏକ ଛୋଟ ଘର ସାମ୍ନାରେ ସାଇକେଲ (Bicycle) ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ, ବ୍ୟକ୍ତି ଜଣକ କିଣିଥିବା ସାଇକେଲଟିକୁ ଖୁବ ସଜାଇଛନ୍ତି । ପରେ ସାଇକେଲ୍ ଉପରେ ପାଣି ଛିଞ୍ଚିବା ସହିତ ପୂଜା କରିଛନ୍ତି । ଉକ୍ତ ସମୟରେ ପିଲାଟିର ଖୁସି କହିଲେ ନସରେ । ଭିଡିଓରେ ଯେଉଁ ସାଇକେଲଟି ଦେଖିବାକୁ ମିଳିଛି ତାହା ପୁରୁଣା ହୋଇପାରେ ସତ କିନ୍ତୁ ପୁରୁଣା ଜିନିଷ କିଣିବାରେ ମଧ୍ୟ ଏପରି ଖୁସି ଥାଏ ତାହା ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଛି । ଏହା ପ୍ରମାଣିତ କରିଛି ଯେ, କଷ୍ଟ ଉପାର୍ଜିତ ଧନରେ ଆପଣ ଯେକୌଣସି ସାମଗ୍ରୀ କିଣନ୍ତୁ ନା କାହିଁକି ସେଥିରେ ନିଆରା ଖୁସି ରହିଥାଏ ।


ଏହି ଭିଡିଓଟି ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଆକାଉଣ୍ଟ @ @AwanishSharan ରୁ ଆଇଏଏସ୍ ଅଫିସର ଅୱାନିଶ ଶରଣ ସେୟାର କରିଛନ୍ତି । ଭିଡିଓଟି ସେୟାର କରିବାବେଳେ ଏହାର କ୍ୟାପସନରେ ଏହା ଲେଖାଯାଇଛି ଯେ, ' ଏହି ସାଇକେଲଟି ସେକେଣ୍ଡ୍ ହ୍ୟାଣ୍ଡ୍ (Second hand) । କିନ୍ତୁ ସେମାନଙ୍କ ମୁହଁରେ ଥିବା ଖୁସିରୁ ଲାଗୁଛି ଏହି ସେକେଣ୍ଡ୍ ହ୍ୟାଣ୍ଡ୍ ସାଇକେଲଟି ଏମାନଙ୍କ ପାଇଁ ନୂଆ ମର୍ସିଡିଜ୍ ବେଞ୍ଜ୍ ଠାରୁ କିଛି କମ୍ ନୁହେଁ ।


Video- https://twitter.com/AwanishSharan/status/1527843138210975746?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1527843138210975746%7Ctwgr%5E8f25a5b621a4e5b8581039b527fca8e1fb371e22%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fias-shared-emotional-video-of-son-reactions-after-father-buying-second-hand-bicycle-4418364


ମେ ୨୧ ତାରିଖରେ ସେୟାର କରାଯାଇଥିବା ଏହି ଭିଡିଓଟିକୁ ପ୍ରାୟ ୮୫ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ଏଥିରେ ପାଖାପାଖି ସାଢେ ୩ ହଜାର ଲୋକ ନିଜର ମତାମତ ଦେଇଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ, 'ବୋଧେ ସାରା ଦୁନିଆର ଖୁସିର ଭଣ୍ଡାର ଏଠାରେ ଅଛି । ଅନ୍ୟ ଜଣେ ବ୍ୟକ୍ତି ମତ ଦେଇଛନ୍ତି ଯେ, ଖୁସି ହେବାପାଇଁ କୌଣସି ଟଙ୍କା ଦରକାର ନାହିଁ ତଥା ଖୁସିର କୌଣସି ମୂଲ୍ୟ ନାହିଁ । ଜଣେ ବ୍ୟକ୍ତି ଆଇଏସଏସ ଅଫିସରଙ୍କୁ ପରାମର୍ଶ ଦେଇ ଏହା ଲେଖିଥିଲେ ଯେ, ସାର୍ ଆପଣ ଏହି ଭିଡିଓଟି ସେୟାର କରିବା ପରିବର୍ତ୍ତେ ଯଦି ସେମାନଙ୍କୁ ନୂଆ ସାଇକେଲଟିଏ ଦେଇଥାନ୍ତେ ତେବେ ଖୁବ ଭଲ ହୋଇଥାନ୍ତା ।


Also Read- Heart Transplant: ଆଶ୍ଚର୍ଯ୍ୟ ! ମଣିଷ ଛାତିରେ ଘୁଷୁରୀ ହାର୍ଟ, ଆମେରିକା ରଚିଲା ଆଉ ଏକ ଇତିହାସ


Also Read- Ollywood News: ‘ରାମ୍’ ରେ ଦୁଇ ମେଗା ଆକ୍ସନ ସୁପରଷ୍ଟାର ଅରିନ୍ଦମ - ଅନୁଭବ ଏକାଠି