କୋଲକାତା: ରାଜଡଙ୍ଗା ମେନ୍‌ ରୋଡରେ ଥିବା ଆକ୍ରୋପଲିସ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମଲରେ ଜନସାଧାରଣ ସପିଂ କରୁଥିବା ସମୟରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଖବର ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିବା ପରେ ତୁରନ୍ତ ୧୦ଟି ଗାଡି ନିୟୋଜିତ କରାଯାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ମଲ ଭିତରେ ଅନେକ ବ୍ୟକ୍ତି ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଉଦ୍ଧାରକାରୀ ଟିମ ଅକ୍ସିଜେନ ମାସ୍କ ପିନ୍ଧି ମଲ ଭିତରକୁ ପ୍ରବେଶ କରିଛନ୍ତି । ଖବର ମୁତାବକ, ମଲର ପଞ୍ଚମ ମହଲାରେ ଥିବା ଫୁଡ କୋର୍ଟରେ ପ୍ରଥମେ ନିଆଁ ଲାଗିଥିଲା ଓ ପରେ ନିଆଁ ଅନ୍ୟତ୍ର ବ୍ୟାପିଯାଇଥିଲା । ଖୁବ ଜୋରରେ ନିଆଁ ଜଳିବା ସହ ଧୂଆଁ ବହୁ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା । ଜଣେ ଅଧିକାରୀଙ୍ଗ ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତାହତ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ । ମଲ ଚାରିପଟକୁ କର୍ଡନ କରାଯାଇଥିବା ଜଣାପଡିଛି । ଉକ୍ତ ରାସ୍ତାରେ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି ।


Also Read- ପାଳଙ୍ଗରେ ଭରି ରହିଛି ଏହିସବୁ ଭିଟାମିନ, ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ, ଦୂର ଏହି ସବୁ ରୋଗ...


Also Read- Top 10 News Today: ପଢ଼ନ୍ତୁ ଅପରାହ୍ମର ୧୦ଟି ବଡ଼ ଖବର