Road Accident News In Odia: ଅଧା ରହିଲା ଦିଅଁ ଦର୍ଶନ । ମରିବା ପୂର୍ବରୁ ପୂରଣ ହେଲାନି ମନସ୍କାମନା । ସକାଳୁ ସକାଳୁ ପରିବାର ଯାଉଥିଲେ ଦିଆଁ ଦର୍ଶନ କରିବା ପାଇଁ । ବୋଧେ ଭଗବାନ ତାଙ୍କ ଭାଗ୍ୟରେ ଆଉ କିଛି ଲେଖିଥିଲେ। ଯେମିତି ରାସ୍ତାରେ ଛକି ବସିଥିଲା ଯମ। ଚାହୁଁ ଚାହୁଁ ନେଇଗଲା ୪ ଜୀବନ। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ( four dead in road accident) ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶର କୋନାସୀମା ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି (road accident in konaseema district)।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଅନାକପାଲି ଜିଲ୍ଲାର ଚୋଡାବରମ ଅଞ୍ଚଳର ଏକ ପରିବାରର ୯ ଜଣ ସଦସ୍ୟ ଏକ ଭ୍ୟାନ ଯୋଗେ ଆଜି(ଶନିବାର) ସକାଳେ  କୋଠାପେଟ ମଣ୍ତଳର ମଣ୍ତାପାଲି ଅଞ୍ଚଳରେ ଥିବା ଏକ ମନ୍ଦିରକୁ ଦିଅଁ ଦର୍ଶନ ପାଇଁ ଯାଉଥିଲେ। ଠାକୁର ଦର୍ଶନ କରି ଭଗବାନଙ୍କ କୃପା ଲାଭ କରିବା ପାଇଁ ସମସ୍ତେ ବେଶ୍ ବ୍ୟଗ୍ର ଥିଲେ। ଏହି ସମୟରେ ବିଶାଖା( Visakha ) ପଟୁ ଦୃତଗତିରେ ଆସୁଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଭ୍ୟାନକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଭ୍ୟାନରେ ଥିବା ୯ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହ ଉଦ୍ଧାର କରି ପୋଷ୍ଚମର୍ଟମ ପାଇଁ ପଠାଇଛି । ତେବେ, ଏହି ଦୁର୍ଘଟଣାରେ  ୯ ଜଣ ଆହତ ହୋଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ କରୁଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍  କରୁଛି । ତେବେ, କାରରେ କେତେ ଜଣ ବ୍ୟକ୍ତି ଥିଲେ ଏନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ପୋଲିସର ହସ୍ତଗତ ହୋଇ ନାହିଁ। ସେପଟେ ଦୁର୍ଘଟଣା ଘଟାଇଥିବା କାର୍ ଚାଳକ ଘଟଣାସ୍ଥଳରୁ ଫେରେରା ହୋଇଯାଇଛି । ପୋଲିସ୍ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାପା ମାରୁଛି । 


Also Read: Prabhas Net Worth 2023: ଜାଣିଛନ୍ତି କି କେତେ କୋଟି ସମ୍ପତିର ମାଲିକ ପ୍ରଭାସ?


 


Also Read: Shocking News: ନିଜ ହାତରେ କଲେ ନିଜର ‘ପିଣ୍ତଦାନ’, ପଚାରିବାରୁ କହିଲେ...


ନିକଟରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଏଭଳି  ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଛି। ରାଜପଥରେ  ରାସ୍ତା କଡରେ ଥିବା ଗାଡି ସହ ଏକ କାର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ପୂର୍ବ ଗୋଦବରୀ ପୋଲିସ କହିବାନୁଯାୟୀ, ନଲ୍ଲାଚାରଲା ଗାଁ ନିକଟରେ ଏକ କାର ରାଜପଥ ଦେଇ ଅତିକ୍ରମ କରିବା ସମୟରେ ରାସ୍ତା କଡରେ ଛିଡା ହୋଇଥିବା ଗାଡି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଏକ ଶିଶୁ ଓ ଦୁଇ ଜଣ ମହିଳା ମଧ୍ୟ ଅଛନ୍ତି। କାରରେ ଥିବା ଯାତ୍ରୀ ବିଜୟୱାଡାରୁ ରାଜାମହେନ୍ଦ୍ରବରମ ଯାଉଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।