Shocking News: ନିଜ ହାତରେ କଲେ ନିଜର ‘ପିଣ୍ତଦାନ’, ପଚାରିବାରୁ କହିଲେ...
Advertisement
Article Detail0/zeeodisha/odisha1741545

Shocking News: ନିଜ ହାତରେ କଲେ ନିଜର ‘ପିଣ୍ତଦାନ’, ପଚାରିବାରୁ କହିଲେ...

Shocking News: ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହ ମତଭେଦ ପରେ ଜୀବତ ଅବସ୍ଥାରେ ନିଜର ଶେଷକୃତ୍ୟ କରିଥିଲେ।

ସୌ(ସୋସିଆଲ ମିଡିଆ)

Shocking News: ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟେ ଯାହା ଆଖିରେ ନଦେଖିଲେ ବା କାନରେ ନ ଶୁଣିଲା ଯାଏଁ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହା ଶୁଣି ଆପଣ ସହଜରେ ବିଶ୍ବାସ କରିପାରିବେ ନାହିଁ । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପିଲାମାନଙ୍କ ସହ ମତଭେଦ ପରେ ଜୀବତ ଅବସ୍ଥାରେ ନିଜର ଶେଷକୃତ୍ୟ କରିଥିଲେ।

ସୂଚନାଯୋଗ୍ୟ, ଏଭଳି ଏକ ଅଜବ ଘଟଣା ଉତ୍ତରପ୍ରଦେଶ (Uttar Pradesh) ଉନ୍ନାଓ ଜିଲ୍ଲାରୁ ସାମ୍ନାକୁ ଆସିଛି । ଜଣେ ବୃଦ୍ଧ ନିଜ ପତ୍ନୀ ଓ ପିଲାମାନଙ୍କ ସହ ମତଭେଦ ପରେ ଜୀବିତ ଥିବା ଅବସ୍ଥାରେ ନିଜର ଅନ୍ତିମ ସଂସ୍କାର କରିଛନ୍ତି। ଖାଲି ଏତିକି ନୁହେଁ, ବୃଦ୍ଧ ଜଣଙ୍କ ମୃତ ବ୍ୟକ୍ତଙ୍କ ଲାଗି ହେଉଥିବା ସମସ୍ତ ରୀତିନୀତି ଅନୁଯାୟୀ ନିଜକ ଶେଷକୃତ୍ୟ ମଧ୍ୟ ସମ୍ପନ୍ନ କରିଥିଲେ । ଏହାପରେ ଗାଁ ତଥା ଆଖପାଖର ପ୍ରାୟ ୩୦୦ ଲୋକଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ପଠାଇ ନିଜର ତେର ଭୋଜି ଖାଇବାକୁ ଦେଇଥିଲେ । ଏହି ଅଜବ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

ସ୍ତ୍ରୀ ଓ ପିଲାଙ୍କଠାରୁ ଅଲଗା ରହୁଥିଲେ ବୃଦ୍ଧ

ଉନ୍ନାଓ ଜିଲ୍ଲା ନବାବଗଞ୍ଜ ବ୍ଲକ କେୱାନା ନିବାସୀ ଜଟାଶଙ୍କରଙ୍କ ପରିବାର କହିଲେ ପତ୍ନୀ ମୁତ୍ରି ଦେବୀଙ୍କ ସମତେ ୫ ପୁଅ ଓ ଦୁଇ ଝିଅ । ତାଙ୍କର ସମସ୍ତ ସନ୍ତାନ ଅବିବାହିତ ଅଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଟାଶଙ୍କର ତାଙ୍କ ପିଲା ଓ ପତ୍ନୀଙ୍କ ସହ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଏହି କାରଣରୁ, ସେ ପରିବାରଠାରୁ ଅଲଗା ହୋଇ କ୍ଷେତରେ ରହିଆସୁଛନ୍ତି ।

ଦୁଇ ବର୍ଷ ପୂର୍ବେ ନିର୍ମାଣ କରିଥିଲେ ସମାଧି ଲାଗି ଚାନ୍ଦିନୀ

ଜଟାଶଙ୍କର ଦୁଇ ବର୍ଷ ପୂର୍ବେ ତାଙ୍କ କ୍ଷେତରେ ଏକ କଂକ୍ରିଟ୍ ଚାନ୍ଦିନୀ ତିଆରି କରିଥିଲେ । ସେ ଗ୍ରାମବାସୀଙ୍କୁ କହିଥିଲେ ଯେ, ଯେତେବେଳେ ତାଙ୍କର ମୃତ୍ୟୁ ହେବ ସେମାନେ ଏଠାରେ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ (last rites Rituals) ସମ୍ପନ୍ନ କରିବା ପରେ ଏହି ସ୍ଥାନରେ ଏକ ସମାଧି ନିର୍ମାଣ କରିବେ । ସେ ସମୟରେ ଗାଁ ଲୋକେ ତାଙ୍କର ଏହି କଥାକୁ ଥଟ୍ଟାରେ ନେଇଥିଲେ । ପରେ ବୃଦ୍ଧ ଜଣଙ୍କ ରୀତିନୀତି ଅନୁଯାୟୀ ନିଜର ଅନ୍ତିମ ସଂସ୍କାର କରିବା ପରେ ଜୀବିତ ଅବସ୍ଥାରେ ନିଜର ତେର ଭୋଜି ଖାଇବା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ଏହା ବି ପଢନ୍ତୁ-Shocking News: ମରିଯାଇଛି ଭାବି ୫ ମାସ ଧରି କାନ୍ଦୁଥିଲେ ପରିବାର, ହେଲେ ମୋମୋ ଖାଉଥିବାର...

ପତ୍ନୀଙ୍କ ସହ ଝଗଡା ପରେ ଦଶମ ରୀତିନୀତି ସହ କରିଥିଲେ ତେର ଭୋଜି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ଜଟାଶଙ୍କର ପୁଣିଥରେ ତାଙ୍କ ପତ୍ନୀଙ୍କ ସହ ଝଗଡା ହୋଇଥିଲା। ଏହା ପରେ ବୃଦ୍ଧ ଜଣଙ୍କ ପଣ୍ଡିତଙ୍କୁ ଡକାଇ ସମସ୍ତ ରୀତିନୀତି ଅନୁଯାୟୀ ନିଜର ଦଶାହ କାର୍ଯ୍ୟ କରିଥିଲେ। ଏହାର ଦୁଇ ଦିନ ପରେ ଅର୍ଥାତ୍ ଜୁନ୍ ୧୫ ତାରିଖରେ ବୃଦ୍ଧ ଗାଁ ତଥା ଏହାର ଆଖପାଖ ଅଞ୍ଚଳର ୩୦୦ ଲୋକଙ୍କୁ ତାଙ୍କ ତେର ଭୋଜି ଖାଇବାକୁ ନିମନ୍ତ୍ରଣ କରିଥିଲେ । ଜୀବିତ ଥାଇ ନିଜର ଶେଷକୃତ୍ୟ କରିଥିବା ଜଟାଶଙ୍କରଙ୍କୁ ଏନେଇ ପଚରାଯିବାର ସେ କହିଥିଲେ ଯେ, ମୋର ମୃତ୍ୟୁ ପରେ ମୋ ପରିବାର ଲୋକେ ମୋର ଶେଷକୃତ୍ୟ କରିବେ ନାହିଁ । ସେଥିପାଇଁ ମୁଁ ଜୀବିତ ଥିବା ଅବସ୍ଥାରେ ନିଜର ଦଶାହ ସହ ସମସ୍ତ ଶେଷକୃତ୍ୟ ରୀତିନୀତି ଅନୁଯାୟୀ ସଂପୂର୍ଣ୍ଣ କରୁଛି । ଯାହା ଦ୍ବାରା ମୋ ଆତ୍ମା ​​ଶାନ୍ତି ପାଇପାରିବ ।