Space Tourism: ବେଲୁନ ସହାୟତାରେ କରନ୍ତୁ ମହାକାଶ ଯାତ୍ରା! ଫରାସୀ ଷ୍ଟାର୍ଟଅପ୍ ଦେଉଛି ଅଫର, ଖର୍ଚ୍ଚ କରିବାକୁ ହେବ ଏତିକି ଟଙ୍କା
Space Travel: ଜେଫାଲ୍ଟୋ ନାମକ ଏକ ଫ୍ରାନ୍ସ ଭିତ୍ତିକ ଷ୍ଟାର୍ଟଅପ୍ ପକ୍ଷରୁ ଯାତ୍ରୀଙ୍କୁ ଏକ ବିଶାଳ ବେଲୁନ୍ ସହାୟତାରେ ସ୍ପେସ୍ ଟୁର୍ ସୁବିଧା ପ୍ରଦାନ କରାଯିବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।
Space Travel Offer: ଅନେକ ଲୋକଙ୍କ ପାଇଁ ମହାକାଶ ହେଉଛି ଏକ ସ୍ୱପ୍ନ। ତାରାମଣ୍ଡଳ ଭ୍ରମଣ କରିବା ଏକ ସେମାନଙ୍କ ପାଇଁ ଏକ କଳ୍ପନା ମାତ୍ର। ଯେତେବେଳେ ଆପଣ ମହାକାଶ ଭ୍ରମଣ କରିବା ବିଷୟରେ କଳ୍ପନା କରନ୍ତି ସେତେବେଳେ ଆପଣଙ୍କ ମନକୁ ବିଭିନ୍ନ ପ୍ରକାର କଥା ଆସିଥାଏ। ଏକ ଉଚ୍ଚ ବୈଷୟିକ କ୍ଷମତାସୀନ ରକେଟ୍ କିମ୍ବା ଏକ ବିଶାଳ ସ୍ପେସ୍ ସୁଟ୍ ଯାହାକୁ ଆପଣ ବାନ୍ଧି ରଖିଥାଏ। ଏକଥା ଆପଣଙ୍କ ମନକୁ ଆସିଥାଏ। ସ୍ପେସ୍ ପର୍ସପେକ୍ଟିଭ୍ ନାମକ ଏକ ଫରାସୀ ଷ୍ଟାର୍ଟଅପ୍ ପକ୍ଷରୁ ଏପରି ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ଅଭିଜ୍ଞତା ବିକାଶ କରାଯାଉଛି। ଯେଉଁଥିରେ ଯାତ୍ରୀଙ୍କୁ ଏକ ବିଶାଳ ବେଲୁନ୍ ସହାୟତାରେ ସ୍ପେସ୍ ଟୁର୍ ସୁବିଧା ପ୍ରଦାନ କରାଯିବ।
ସ୍ପେସ୍ ଡଟ୍ କମ୍ (Space.com) ଅନୁଯାୟୀ, ଜେଫାଲ୍ଟୋ (Zephalto) ନାମକ ଏକ ଫ୍ରାନ୍ସ ଭିତ୍ତିକ ଷ୍ଟାର୍ଟଅପ୍ (France Based Startup) ଅଧିକ ଉଚ୍ଚତାରେ ଉଡୁଥିବା ଷ୍ଟ୍ରାଟୋସଫେରିକ୍ ବେଲୁନ୍ (Stratospheric Balloons) ଉଡ଼ାଣ ପାଇଁ ଫ୍ରାନ୍ସ ସ୍ପେସ୍ ଏଜେନ୍ସି (French Space Agency) ସେଣ୍ଟର ନ୍ୟାସନାଲ୍ ଡି’ଟୁଡସ୍ ସ୍ପାଟିଆଲେସ୍ (Centre National D'Etudes Spatiales) ସହିତ ସହଭାଗୀ ହୋଇଛି।
ବେଲୁନ ମଧ୍ୟରେ ରହିଥାଏ ଗ୍ୟାସ
ଏହି ବିଶାଳକାୟ ବେଲୁନ୍ ହାଇଡ୍ରୋଜେନ୍ କିମ୍ବା ହିଲିୟମ୍ ଗ୍ୟାସ୍ ଦ୍ୱାରା ପରିପୂର୍ଣ୍ଣ ହେବ। ଏହି ବେଲୁନ ପୃଥିବୀର ବାୟୁମଣ୍ଡଳରୁ ପ୍ରାୟ ୧୫ ମାଇଲ ଅର୍ଥାତ ୨୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିପାରିବ ବୋଲି ଜଣାପଡ଼ିଛି। ଏହି ବେଲୁନ ସହାୟତାରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନିମ୍ନରେ ଅବସ୍ଥିତ ରହିଥିବା ଦୁନିଆର ଏକ ଅପୂର୍ବ ଦୃଶ୍ୟ ଦେଖାଇବ।
ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହାର ଉଡ଼ାଣ ଆସନ୍ତା ୨୦୨୫ ବର୍ଷରୁ ଆରମ୍ଭ ହେବାର ଯୋଜନା ରହିଛି। ଯେଉଁଥିରେ କମ୍ପାନୀ ୧୧ ହଜାର ଡଲାର ମୂଲ୍ୟରେ ଏହାର ବୁକିଂ ଆରମ୍ଭ କରିଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ହେଉଛି ୮ ଲକ୍ଷ ୯୮ ହଜାର ୭୬୬ ଟଙ୍କା। ପ୍ରାୟ ୬ ଜଣ ଯାତ୍ରୀ ଏବଂ ଦୁଇ ଚାଳକଙ୍କୁ ନେଇଯିବା ପାଇଁ ଏହି ବେଲୁନ ମଧ୍ୟରେ ପର୍ଯ୍ୟାପ୍ତ ସ୍ଥାନ ରହିବ। ସ୍ପେସ୍ ଡଟ୍ କମ୍ ଅନୁଯାୟୀ ଏହା ଫ୍ରାନ୍ସ ଠାରେ ଅବସ୍ଥିତ ସ୍ପେସପୋର୍ଟ (Spaceport in France) ଠାରୁ ଏହାର ଉଡ଼ାଣ ଭରିବ।
ବିଶ୍ୱବ୍ୟାପୀ ସେବା ବିସ୍ତାର କରିବାକୁ ଚାହୁଁଛି କମ୍ପାନୀ
କମ୍ପାନୀ ବିଶ୍ୱବ୍ୟାପୀ ଏହାର ବ୍ୟବସାୟକୁ ବିସ୍ତାର କରିବାକୁ ଯୋଜନା କରୁଛି ଏବଂ ବିଭିନ୍ନ ମହାଦେଶରେ ସ୍ପେସପୋର୍ଟ ସ୍ଥାପନ କରି ସମଗ୍ର ବିଶ୍ୱରେ ଏହାର ପ୍ରସାର ବୃଦ୍ଧି କରିବାକୁ ଯୋଜନା କରୁଛି। କମ୍ପାନୀ ଏହାର ମହାକାଶ ଭ୍ରମଣ ଅଭିଜ୍ଞତାକୁ (Space Tour Experience) ଏକ ବ୍ୟାପକ ଦର୍ଶକଙ୍କ ନିକଟରେ ଉପଲବ୍ଧ କରାଇବା ଏବଂ ଏହି ଶିଳ୍ପ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।
କମ୍ପାନୀ ପକ୍ଷରୁ ୧ ଲକ୍ଷ ୩୨ ହଜାର ଡଲାର ମୂଲ୍ୟରେ ଜଣେ ବ୍ୟକ୍ତିଙ୍କ ପିଛା ମହକାଶରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାକୁ ଯୋଜନା କରିଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ହେଉଛି ୧ କୋଟି ୭ ଲକ୍ଷ ୮୭ ହଜାର ୬୪୭.୨୦ ଟଙ୍କା। ଏହା ମାଧ୍ୟମରେ ଯାତ୍ରୀଙ୍କୁ ଉଚ୍ଚ ମାନର ଫରାସୀ ଭୋଜନ (Excellent French Cuisine) ଯୋଗାଇ ଦେବାର ବ୍ୟବସ୍ଥା ରହିଛି। କମ୍ପାନୀ ବ୍ରହ୍ମାଣ୍ଡର ୱିଣ୍ଡୋ ସିଟ୍ ଦୃଶ୍ୟ (Window Seat View of Universe) ସହିତ ଯାତ୍ରୀଙ୍କୁ ଏପରି ସୁବିଧା ପ୍ରଦାନ କରିବ। ଏହି ସଂସ୍ଥା "କାଲିବର ଡାଇନିଂ ଏକ୍ସପେରିୟନ୍ସ" (Caliber Dining Experience) ସହିତ ୱାଇ-ଫାଇ (WiFI Service during Space Tour) ସୁବିଧା ପ୍ରଦାନ କରିବ। ଯାହା ଦ୍ୱାରା ଯାତ୍ରୀ ପୃଥିବୀ ପୃଷ୍ଠରେ ଅବତରଣ କରିବା ପୂର୍ବରୁ ସେମାନଙ୍କର ସ୍ପେସ୍ ଫଟୋ ପୋଷ୍ଟ କରିବାକୁ ସକ୍ଷମ ହୋଇପାରିବେ।