Driving Test: ଭୁବନେଶ୍ୱର: ଏଣିକି ଡ୍ରାଇଭି ଟେଷ୍ଟର ମୂଲ୍ୟାୟନ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା। ଡ୍ରାଇଭିଂ ଲାଇସେନ୍ସ ପାଇଁ ହେଉଥିବା ପରୀକ୍ଷାରେ ହେବନି ପାତରଅନ୍ତର। ପରୀକ୍ଷା ସମୟରେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ପାସ ଓ ଫେଲର ନିଷ୍ପତ୍ତି ମେସିନ ଦ୍ୱାରା ନିଆଯିବ ବୋଲି ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା। ଏହା ସଫଳହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା  ରାଜ୍ୟ ପରବିହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଣାପଡ଼ିଛି। ଖୁବଶୀଘ୍ର ଏହାକୁ ଉଦଘାଟନ କରାଯିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। 


ଡ୍ରାଇଭିଂ ଟେଷ୍ଟିଂ ବେଳେ ବିଭିନ୍ନ ସମୟରେ ପାତରଅନ୍ତର ହେଉଥିବା ଅଭିଯୋଗ ଆସୁଥିଲା। ଦାୟିତ୍ୱରେ ଥିବା ଏମଭିଆଇ ଉତ୍କୋଚ ନେଇ ଫେଲ ହେଉଥିବା ଚାଳକଙ୍କୁ ପାସ କରିଦେଉଥିବା ନଜିର ରହିଛି। ଡ୍ରାଇଭିଂ ଟେଷ୍ଟିଂ ବେଳେ ସ୍ୱଚ୍ଛତା ନ ରହିବାରୁ ଏହାରକୁ ପ୍ରଭାବ ଦେଖିବାକୁ ମିଳୁଥିଲା। ଅନେକ ଗାଡି ସିକ୍ଷା ନ କରି ଡ୍ରାଇଭିଂ ଲାଇସେନ୍ସ ପାଇବା ଦ୍ୱାରା ରାସ୍ତାରେ ଦୁର୍ଘଟଣା ଘଟିବାରୁ ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ସ୍ୱୟଂଚାଳିତ ଯାନ ପରୀକ୍ଷା ପ୍ରଣାଳୀକୁ ଆପଣାଯାଇଛି। ଏହାଦ୍ୱାରା ପରୀକ୍ଷା କରାଯାଉଥି6ବା ଟ୍ରାକକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। 


ଟ୍ରାକରେ କ୍ୟାମେରା, ସେନସର ଓ ରେଡାର ଦ୍ୱାରା ପରିଚାଳନା କରାଯିବ। ପରୀକ୍ଷା ଦେବାକୁ ଆସୁଥିବା ଗାଡି ଚାଳକ ଜଣକ କୌଣସି ତୃଟି କରିବା ମାତ୍ରେ ମେସିନ ସଙ୍ଗେ ସଙ୍ଗେ ଜଣାଇଦେବ ଏବଂ ପରୀକ୍ଷା ଦେଉଥିବା ଚାଳକ ଜଣକ ପାସ କି ଫେଲ ତାହା ମଧ୍ୟ ନିର୍ଦ୍ଧାରଣ କରିଦେବ। କ୍ୟାମେରା ଜରିଆରେ ଚାଳକ ଜଣକ ଠିକ ଭାବେ ଗାଡି ଚାଳନା କରୁଛନ୍ତି ନା ନାହିଂ ତାହା ପ୍ରମାଣ ରହିବ। ଏପରିକି ଯଦି କେହି ଅଭିଯୋଗ କରନ୍ତି ତେବେ ତାଙ୍କୁ ପ୍ରମାଣ ସ୍ୱରୂପ ଦେଖାଇ ମଧ୍ୟ ଦିଆଯାଇପାରିବ ବୋଲି ଜଣାପଡ଼ିଛି।