Todays Gold Rate in India: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର।  ପୁଣି ମହଙ୍ଗା ହେଲା ସୁନା।  ଲଗାତର ଦର ବୃଦ୍ଧି ଯୋଗୁଁ ଟେନସନରେ ଗ୍ରାହକ । ଗତକାଲି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୩୫୦ ଟଙ୍କା ବୃଦ୍ଧି ପାଇଥିଲା।  ତେବେ, ଆଜି ମଧ୍ୟ ସୁନାଦରରେ  ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।  ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।  ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  


COMMERCIAL BREAK
SCROLL TO CONTINUE READING

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୪, ୦୩୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୦୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୧୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୦୩୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ଦର ବଢିଛି।  


ALSO READ: Surya Shani Shadashtak Yog: ୫୦ ବର୍ଷ ପରେ ସୂର୍ଯ୍ୟ-ଶନିଙ୍କ ଅପୂର୍ବ ମିଳିନ, ୫ ରାଶିଙ୍କ ଆଣିବ ପାଇଁ ବଡ଼ ବିପଦ!


ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ସଫଳତା ପାଇବେ ଏହିସବୁ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବ ଅନୁକୂଳ!


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୩୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪,୫୨୦ ଟଙ୍କା ରହିଛି। ୨୨ ଓ ୨୪  କ୍ୟାରେଟ୍ ୧୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୮୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୪,୦୩୦ ଟଙ୍କା ରହିଛି । ତେବେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦  ଟଙ୍କା ଦର ବଢିଛି।