Advertisement
Photo Details/zeeodisha/odisha2339611
photoDetails0hindi

Surya Shani Shadashtak Yog: ୫୦ ବର୍ଷ ପରେ ସୂର୍ଯ୍ୟ-ଶନିଙ୍କ ଅପୂର୍ବ ମିଳିନ, ୫ ରାଶିଙ୍କ ଆଣିବ ପାଇଁ ବଡ଼ ବିପଦ!

Surya Shani Shadashtak Yog: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ମଧ୍ୟରୁ ଶନି ଓ ସୂର୍ଯ୍ୟଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଙ୍କୁ ପ୍ରାଣ ଓ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଉଥିବା ବେଳେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ୨ଟି ଗ୍ରହ ପରପ୍ପରର ଶତ୍ରୃ ଅଟନ୍ତି। ଯଦି ଶନି ଓ ସୂର୍ଯ୍ୟ ଗୋଟିଏ ଯୋଗ ସୃଷ୍ଟି କରନ୍ତି । ତେବେ, ଏହାର ପ୍ରଭାର ସମସ୍ତ ୧୨ଟି ରାଶି ଉପରେ ପଡି଼ବ। ଗତକାଲି  (ଜୁଲାଇ ୧୬) ସୂର୍ଯ୍ୟ କର୍କଟ ରାଶିକୁ ଚଳନ କରିଛନ୍ତି। ଏବଂ ଶନି କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଫଳରେ ଶନି ସୂର୍ଯ୍ୟଙ୍କ ଅଷ୍ଟମ ଘରେ ଓ ସୂର୍ଯ୍ୟ ଶନିଙ୍କ ଅଷ୍ଟମ ଘରେ ବିରାଜିଛନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟ-ଶନିଙ୍କ ଏହି ସଂଯୋଗ ସୂର୍ଯ୍ୟ-ଶନି ସଦାସ୍ତକ ଯୋଗ (Surya Shani Shadashtak Yog)  ସୃଷ୍ଟି କରିଛି। ଏହି ଯୋଗ ଦିର୍ଘ ୫୦ ବର୍ଷ ପରେ ସୃଷ୍ଟି ହୋଇଛି।  ଏହି ସୂର୍ଯ୍ୟ-ଶନି ଶଦାସ୍ତକ ଯୋଗ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।...

 

1/5

କର୍କଟ:  ସୂର୍ଯ୍ୟ-ଶନି ଶଦାସ୍ତକ ଯୋଗ ଏହି ରାଶି ପାଇଁ ବିପଦ ଡାକି ଆଣିବ। ଏହି ଅବଧି ମଧ୍ୟରେ ହେବାକୁ ଥିବା କାମ ମଧ୍ୟ ବି ବିଗିଡି଼ ଯିବ। ଫଳରେ କାମରେ ଅନେକ ସମସ୍ୟା ସୃଷ୍ଟି ହେବ । କେବେଳ ସେତିକି ନୁହେଁ, ପରିଶ୍ରମର ଉପଯୁକ୍ତ ଫଳ ମିଳିବ ନାହିଁ । ଏହି ସମୟରେ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବିବାଦ ଦେଖାଦେଇପାରେ। ଟଙ୍କା ବିନିଯୋଗ ପାଇଁ ଏହା ଏକ ଶୁଭ ସମୟ ନୁହେଁ ।  ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।  ଏଥିସହିତ ନିଜ ଜୀବନସାଥିଙ୍କ ସହ ମତାନ୍ତର ମନାନ୍ତର ଦେଖାଦେବ।

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ସଫଳତା ପାଇବେ ଏହିସବୁ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବ ଅନୁକୂଳ!

2/5

ସିଂହ: ସୂର୍ଯ୍ୟ-ଶନି ସଦାସ୍ତକ ଯୋଗ ଏହି ରାଶି ପାଇଁ  ଅଶୁଭ ଫଳ ପ୍ରଦାନ କରିବ। ଅର୍ଥିକ ସମସ୍ୟା ଉପୁଜିବ। ଧାର-କରଣ କରିପାରନ୍ତି। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କୌଣସି ଟଙ୍କା ବିନିଯୋଗ କରିବା ପୂର୍ବରୁ ଆପଣଙ୍କ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ, ନଚେତ୍ କ୍ଷତି ସହିବେ। ଧନ ହାନୀର ମଧ୍ୟ ଯୋଗ ରହିଛି । ସେହିପରି ଆୟ କମ୍ ହେବା ସହ ଖର୍ଚ୍ଚ ବଢିବାର ମଧ୍ୟ ସମ୍ଭାବନା ରହିଛି। ପରିବାରରେ ଅଶାନ୍ତି ଲାଗି ରହିବ । ବୈବାହିତ ଜୀବନରେ ଝଡ଼ ଉପୁଜିବ। ନିଜ ଜୀବନସାଥୀଙ୍କ ସହ ଝଗଡା ହୋଇପାରେ। କ୍ୟାରିୟରରେ ବିଫଳତାର ସାମ୍ନା କରିବେ।

 

3/5

କନ୍ୟା :  ଏହି ରାଶିର ବ୍ୟକ୍ତିଙ୍କୁ ଆଜିଠୁ ସାବଧାନ ଓ ସତର୍କତାର ସହିତ ଚଳିବାକୁ ପଡିବ। ଅଯଥା ଖର୍ଚ୍ଚ ବଢିବ। ଏଥି ସହିତ ଆପଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଆବଶ୍ୟକ ।  ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇପାରେ । ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ଏହା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଆପଣଙ୍କୁ ଏକ ପ୍ରକାର ବଡ଼ ବିବାଦର ସାମ୍ନା କରିବାକୁ ପଡିପାରେ। ଏହା ବ୍ୟତୀତ ଅର୍ଥ କାରବାରରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ।

 

4/5

ଧନୁ : ବିଶେଷ କରି  କ୍ରୋଧ ଏବଂ ବିତର୍କରୁ ଆପଣ ଦୂରେଇ ରୁହନ୍ତୁ। ଯେଉଁମାନେ ଚାକିରିରେ କରୁଛନ୍ତି ସେମାନେ ଏହି ସମୟରେ ଦେଖିଚାହିଁ କାର୍ଯ୍ୟାଳୟରେ କାମ କରିବାକୁ ପଡିବ।  ଚାକିରିରେ ହେବାକୁ ଥିବା ପଦୋନ୍ନତି ଆପଣଙ୍କୁ ମିଳି ନ ପାରେ। କ୍ୟାରିଅରକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ଏହି ଅବଧି ମଧ୍ୟରେ ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବୈବାହିକ ଜୀବନରେ ମଧ୍ଯ ସମସ୍ୟା ଦେଖାଦେବ ।  ଏହି ସମୟ ପ୍ରେମୀ ଯୁଗଳଙ୍କ ପାଇଁ ଅଶୁଭ ଫଳ ପ୍ରଦାନ କରିବ । 

 

5/5

କୁମ୍ଭ : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ଦିନ ଚ୍ୟାଲେଂଜି ରହିବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ନକରାତ୍ମକ ଚିନ୍ତାଧାରାରେ ବୁଡି ରହିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଏଥିପାଇଁ ଆପଣ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାବଣା ହୋଇପାରେ।  ଏହାକୁ ଧୌର୍ଯ୍ୟର ସହକାରେ କଥାବାର୍ତ୍ତା କରି ସମାଧାନ୍ କରନ୍ତୁ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)