Todays Gold Rate in India: ଉଛୁଳୁଛି ସୁନା ବଜାର । ସୁନା ଦର ବୃଦ୍ଧିରେ ଛାନିଆ ଗ୍ରାହକ। ବିବାହ ସିଜିନ୍ ରେ ଗ୍ରାହକଙ୍କୁ ମହଙ୍ଗା ମାଡ଼। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ପାଉଥିବାରୁ ଭାରତୀୟ ବଜାରରେ ଆଜି ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇଥିଲା। କିନ୍ତୁ ଆଜି  ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।  ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  


COMMERCIAL BREAK
SCROLL TO CONTINUE READING

ALSO READ: Budh Gochar 2024: ଦୁଇ ଦିନ ପରେ ବୁଧଙ୍କ ଗୋଚର, ଏହିସବୁ ରାଶି ଉପରେ ପଡି଼ବ ପ୍ରଭାବ


 


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୪, ୦୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୩୫୦ ଓ  ୨୪ କ୍ୟାରେଟରେ ୩୮୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୧୭୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୫୦ ଓ  ୨୪ କ୍ୟାରେଟରେ ୩୮୦ ଟଙ୍କା ବୃଦ୍ଧି ହୋଇଛି।  ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୪,୦୨୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ଦର ବଢିଛି।  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । 


ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪,୫୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୪୫୦ ଓ ୨୪ କ୍ୟାରେଟରେ ୪୯୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୪,୦୨୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ଦର ବଢିଛି।