Advertisement
Photo Details/zeeodisha/odisha2338093
photoDetails0hindi

Budh Gochar 2024: ଦୁଇ ଦିନ ପରେ ବୁଧଙ୍କ ଗୋଚର, ଏହିସବୁ ରାଶି ଉପରେ ପଡି଼ବ ପ୍ରଭାବ

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ମଧ୍ୟରୁ ବୁଧଙ୍କୁ ଗ୍ରହମାନଙ୍କର ରାଜକୁମାର ବୋଲି ବିବେଚନା କରାଯାଏ।  ବୁଧଙ୍କୁ ବକ୍ତବ୍ୟ, ଧନ ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ଜୁଲାଇ ୧୯ ତାରିଖ ସକାଳ ୧୦ ଟା ୫୦ ମିନିଟ୍ ସମୟରେ ସିଂହ ରାଶିକୁ ଗୋଚର କରିବେ। ତେବେ, ବୁଧଙ୍କ ଏହି ଗୋଚର କିଛି ରାଶି ପାଇଁ ଶୁଭଫଳ ଆଣିବ। ଖାସ୍ କରି ଏହି ଅବଧି ମଧ୍ୟରେ ତିନି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...  

1/3

ମେଷ: ବୁଧଙ୍କ ଚଳନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଏହି ଅବଧି ମଧ୍ୟରେ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ବେକାରିଙ୍କୁ ଚାକିରି ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। 

ALSO READ: Career Horoscope Today: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହି ସବୁ ରାଶି, ମିଳିପାରେ ବ୍ୟବସାୟରେ ଅଟକିଥିବା ଟଙ୍କା!

2/3

ମିଥୁନ : ବୁଧଙ୍କ କୃପା ଏହି ରାଶି ଉପରେ ବର୍ଷିବ। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ବିଦେଶରେ ପାଠ ପଢିବାର ସୁଯୋଗ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି।  ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ଦାମୀ ଉପହାର ମଧ୍ୟ ପାଇପାରନ୍ତି। 

 

3/3

ତୁଳା:  ବୁଧଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବିଶେଷ କରି କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଦରମା ବୃଦ୍ଧି ପାଇବ। ନିଜ ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। କିନ୍ତୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ମଧ୍ୟ ଆହୁରି ଥରେ ଯୋଡି ହେବ। ଆଶାୟୀଙ୍କୁ ମନ ଲାଗି ଚାକିରି ମଧ୍ୟ ମିଳିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )