Gold Rate Today in India: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ (occasion) ଆଉ ଦିନ କେଇଟା ପରେ ବିବାହ ସିଜିନ୍ ଆରମ୍ଭ ହେବ ( Wedding Season)। ଯଦି ଆପଣ ସୁନା (Gold Price Today) ଗହଣା କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ।  କାହିଁକିନା ଲଗାତର ସୁନା ଦର ହ୍ରାସ ହେବା ପରେ ଆଜି ଦର ପୁଣି ଥରେ ବୃଦ୍ଧି ପାଇଛି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଗତକାଲି ତୁଳନାରେ ସୁନା ଦର ଆଜି ବୃଦ୍ଧି ପାଇଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ ସୁନା ଦର କେତେ ରହିଛି । 


COMMERCIAL BREAK
SCROLL TO CONTINUE READING

Also Read: Odisha News: ହନିଟ୍ରାପ ସୁନ୍ଦରୀଙ୍କ ମାୟା ଜାଲରେ ଏକାଧିକ ଯବାନ୍, ରାତିରେ କଲ୍ କରି...


କେଉଁ ସହରରେ ସୁନା ଦର କେତେ ରହିଛି ?
ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମ୍ ପିଛା ୫୩,୫୦୦ ଟଙ୍କା ରହିଥିବା ବେଳେ ଗତକାଲି ୫୩,୩୦୦ ଟଙ୍କା ଥିଲା। ଅର୍ଥାତ୍ ଆଜି ସୁନା ଦର ୧୦ ଗ୍ରାମ୍ ପିଛା ୨୦୦ ଟଙ୍କା ବଢିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୮,୩୫୦ ଟଙ୍କା ରହିଥିବା ବେଳେ ଗତକାଲି ଏହି ଦର ୫୮,୧୩୦ ଟଙ୍କା ଥିଲା।  ସେହିପରି ରୂପା ଦର କିଲୋ ପିଛା ଆଜି ୭୨,୬୦୦ ଟଙ୍କା ରହିଛି । ଗତକାଲି ଏହି ଦର ୭୨,୧୦୦ ଟଙ୍କା ଥିଲା। ଏହି ଦର ଆଜି ୫୦୦ ଟଙ୍କା ରହିଛି। 


ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଭରି ପିଛା ୫୩,୩୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୫୮,୨୦୦ ରହିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସୁନା ଦର ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୫୩,୬୫୦ ଟଙ୍କା ରହିଛି । ସେହିପରି, ୨୪ କ୍ୟାରେଟ ସୁନାର ଭରି ପିଛା ୫୮,୫୩୦ ଟଙ୍କା ରହିଛି।  ଅନ୍ୟପଟେ, କୋଲକାତାରେ ୨୨ କ୍ୟାରେଟ୍ ସୁନା ଦାମ୍ ଭରି ପିଛା ୫୩,୩୫୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଭରି ପିଛା  ୫୮,୨୦୦  ରହିଛି। 


ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୩,୩୫୦ ଟଙ୍କା ରହିଛି। ଏହି ଦର ଗତକାଲି ୫୩,୧୫୦ ଟଙ୍କା ଥିଲା । ସେହିପରି ୨୪ କ୍ୟାରେଟ୍ ସୁନା ଦର ଭରି ପିଛା  ୫୮,୨୦୦ ଟଙ୍କା ରହିଛି । ଭରି ପିଛା ଏହି ଦର ୨୦୦ ଟଙ୍କା ବଢିଛି। ସେହିପରି ରୂପା ଦର କେଜି ପିଛା ୭୫,୫୦୦ ରହିଛି। ଗତକାଲି ଏହି ଦର ୭୫,୦୦୦ ହଜାର ଟଙ୍କା ଥିଲା ଏହି ଦରରେ ଆଜି ୫୦୦ ଟଙ୍କା ବଢିଛି।  ସେହିପରି କଟକରେ ୨୨ କ୍ୟାରେଟ୍ ସୁନା ଭରି ପିଛା ଆଜି ୫୩,୩୫୦  ଟଙ୍କା ରହିଛି । ସେହିପରି ଏହି ଦର ,ଗତକାଲି ୫୩,୧୫୦ ଟଙ୍କା ଥିଲା। ସେହିପରି ୨୪ କ୍ୟାରେଟ୍  ସୁନା ଦର ଆଜି ୫୮,୨୦୦ ଟଙ୍କା ଥିଲା। ସେହିପରି ଏହି ଦର ଗତକାଲି ୫୭,୯୮୦ ଟଙ୍କା ଥିଲା। ଆଜି ଏହି ଦରରେ ୨୨୦ ଟଙ୍କା ବୃଦ୍ଧି ହୋଇଛି।  ସମସ୍ତେ ଆଶା କରୁଥିଲେ ଯେ, ପାର୍ବଣ ଋତୁରେ ସୁନା ଶସ୍ତା ହେବ । କିନ୍ତୁ, ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ହେବାରୁ ସୁନା ଦର ଆଗକୁ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।