Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ସପ୍ତାହ ଆରମ୍ଭରୁ ଖସିଲା ସୁନା ଦାମ୍ (gold price fall today) । ବିବାହ ସିଜିନ୍ ଆରମ୍ଭ ହୋଇଥିବାରୁ ଗ୍ରାହକଙ୍କୁ ଏବେ ଆଶ୍ବସ୍ତି ମିଳିଛି । କାହିଁକିନା ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।


COMMERCIAL BREAK
SCROLL TO CONTINUE READING

Also Read: Mr Gulua Wedding Pics: ହାତକୁ ଦି ହାତ ହେଲେ ମିଷ୍ଟର ଗୁଲୁଆ, ଜାଣନ୍ତୁ କିଏ ହେଲେ ତାଙ୍କ ସାତଜନ୍ମର ସାଥୀ ?


ଆଜି ଭାରତୀୟ ବଜାରରେ  ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬ ହଜାର ୨୯୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ସୁନା ୬୧ ହଜାର ୪୫୦ ଟଙ୍କା ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬,୯୦୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୦୬୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୫୦ ଓ ୨୨୦ ଟଙ୍କା ଦର ହ୍ରାସ ପାଇଛି। ସେହିପରି, ରୂପାରେ ବି  ୧୦୦ ଟଙ୍କା ଦର ହ୍ରାସ ପାଇଛି । ସେହିପରି ମାୟାନଗରୀ ମୁମ୍ବାଇରେ ବି ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬ ହଜାର ୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୯୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ପାଇଛି । 


ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନାଦରରେ ବଡ଼ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୭,୨୦୦ ଥିଲା ବେଳେ ୨୪ କ୍ୟାରେଟର ଦାମ୍ ୬୨,୪୦୦ ରହିଛି । ୨୨ ଓ ୨୪ କ୍ୟାରେଟରେ ୩୦୦ ଓ ୩୩୦ ଟଙ୍କା ହ୍ରାସ ପାଇଛି। ସେହିପରି ଓଡି଼ଶାର ପ୍ରମୁଖ ସହର ରାଜଧାନୀ ଭୁବନେଶ୍ବରରେ ବି ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୬,୭୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୧,୯୧୦ ଟଙ୍କା ରହିଛି । ତେବେ ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ଦର କମିଛି। ଏବଂ ରୂପା ଦର କେଜି ୭୭,୭୦୦ ରହିଥିବା ବେଳେ ୧୦୦ ଟଙ୍କା  କମିଛି। ସେହିପରି କଟକରେ ବି ସୁନା ଓ ରୂପା ଦର ହ୍ରାସ ପାଇଛି।