Gold Silver Price Today: ରାକ୍ଷୀ ପୂର୍ଣ୍ଣିମା ଯାଇଥିବା ବେଳେ  ଆଗକୁ ଜନ୍ମାଷ୍ଟମୀ ଓ ଗଣେଷ ପୂଜା ଆସିଛି । ତେବେ, ଏହାରି ପୂର୍ବରୁ ସୁନା ଦରରେ ବଡ ପରିବର୍ତ୍ତନ ହୋଇଛି ।  ଶସ୍ତା ହୋଇଛି ସୁନା! (Gold Silver Price)।  ଯଦି ଆପଣ ସୁନା ଗହଣା (Gold rate) କିଣିବାକୁ ଚାହାଁନ୍ତି ତେବେ ଏହି ଖବରଟି ଖାସ୍ ଆପଣଙ୍କ ପାଇଁ। ଏହି ବାଣିଜ୍ୟ ସପ୍ତାହର କ୍ରମାଗତ ତୃତୀୟ ଦିନରେ ସୁନା ଶସ୍ତା ହୋଇଛି(Gold Silver Price Today) ।


COMMERCIAL BREAK
SCROLL TO CONTINUE READING

Also Read: Shani Remedies: ଏହି ୫ ଉପାୟରେ କରନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ , ଜୀବନରୁ ଦୂରେଇ ଯିବ ସବୁ ଦୁଃଖ-କଷ୍ଟ


ଦେଶର ରାଜଧାନୀ ଦିଲ୍ଲୀରେ ଭରି ପ୍ରତି ୨୨ କ୍ୟାରେଟ୍ ସୁନାର ଦାମ୍ ଆଜି ୫୫,୨୦୦ ଟଙ୍କା ରହିଛି । ଗତକାଲି ଏହି ଦର ୫୫,୩୦୦ ରହିଥିଲା । ସେହିପରି ଭରି ପ୍ରତି ୨୪ କ୍ୟାରେଟ ସୁନା ଦର ଦିଲ୍ଲୀରେ ,୬୦,୨୦୦ ରହିଛି । ଗତକାଲି ୨୪ କ୍ୟାରେଟର ଦର ୬୦,୩୧୦ ଥିଲା । ସେହିପରି ଦିଲ୍ଲୀ ରୂପା କିଲୋ ପିଛା  ୭୭ହଜାର ୧୦୦ ଟଙ୍କା ଥିବା ବେଳେ ଗତକାଲି ରୂପା ଦର ଥିଲା ୭୭,୬୦୦। 


ମୁମ୍ବାଇରେ ଆଜି ଭରି ପ୍ରତି ୨୨ କ୍ୟାରେଟ୍ ସୁନା ଦର ୫୫,୦୫୦ ରହିଛି । ଗତକାଲି ଏହି ଦର  ୫୫,୧୫୦ ଥିଲା। ସେହିପରି ଭରି ପିଛା ୨୪ କ୍ୟାରେଟ୍ ର ଦର ୬୦,୦୫୦ ରହିଥିବା ବେଳେ ଗତକାଲି ୬୦,୧୬୦ ଥିଲା। ଅନ୍ୟପଟେ ରୁପା କିଲୋ ପିଛା ରେଟ୍  ଆଜି ମୁମ୍ବାଇରେ ୭୭,୧୦୦ ଥିଲା ବେଳେ ଗତକାଲି ୭୭,୬୦୦ ଥିଲା। ସେହିପରି ତାମିଲନାଡୁର ଚେନ୍ନାଇରେ  ୨୨ କ୍ୟାରେଟ ମୂଲ୍ୟ ୫୫,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୩୯୦ ଟଙ୍କା ରହିଛି। ସେହିପରି କୋଲକାତାରେ ସୁନା ଦର ୨୨ କ୍ୟାରେଟ୍ ର ରେଟ୍ ୫୫,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୬୦,୦୫୦ ଟଙ୍କା ରହିଛି। 


ଯଦି ଆମେ ଓଡି଼ଶାର ପ୍ରମୁଖ ସହର ବିଷୟରେ କଥା ହେବା । ତେବେ, ଭୁବନେଶ୍ବରରେ ୨୨ କ୍ୟାରେଟର ୧୦ ଗ୍ରାମ୍ ପ୍ରତି ରେଟ୍ ୫୫,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦର ୬୦,୦୫୦ ଟଙ୍କା ରହିଛି । ସେହିପରି କଟକରେ ୨୨ କ୍ୟାରେଟ୍ ର ଦାମ୍ ୧୦ ଗ୍ରାମ ପ୍ରତି ୫୫,୦୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୦,୦୫୦ ଟଙ୍କା ରହିଛି । 


୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମଧ୍ୟରେ କଣ ରହିଛି ପାର୍ଥକ୍ୟ ?
୨୪ କ୍ୟାରେଟ୍ ସୁନା ୯୯.୯ ପ୍ରତିଶତ ଶୁଦ୍ଧ  ଅଟେ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ ଅଟେ । ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯ % ଅନ୍ୟ ଧାତୁ ମିଶ୍ରଣ କରାଯାଇ ସୁନା ଅଳଙ୍କାର ପ୍ରସ୍ତୁତ କରାଯାଏ। ଏବଂ ୨୪ କ୍ୟାରେଟ୍ ସୁନା ସବୁଠାରୁ ଶୁଦ୍ଧ ଥିବାବେଳେ ଅତ୍ୟନ୍ତ ନମନୀୟ ଏବଂ ଦୁର୍ବଳ ହୋଇଥାଏ। ଏହି କାରଣରୁ ୨୪ କ୍ୟାରେଟ୍ ରେ ଖାସ୍ କରି ଅଳଙ୍କାର ତିଆରି ହୋଇପାରେ ନାହିଁ । 


ମିସ କଲ କରି ଜାଣିପାରିବେ ସୁନାରୂପା ଦର
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣ ଦର ଜାଣିପାରିବେ। ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।