Shani Remedies: ଏହି ୫ ଉପାୟରେ କରନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ , ଜୀବନରୁ ଦୂରେଇ ଯିବ ସବୁ ଦୁଃଖ-କଷ୍ଟ
Advertisement

Shani Remedies: ଏହି ୫ ଉପାୟରେ କରନ୍ତୁ ଶନିଦେବଙ୍କୁ ସନ୍ତୁଷ୍ଟ , ଜୀବନରୁ ଦୂରେଇ ଯିବ ସବୁ ଦୁଃଖ-କଷ୍ଟ

Shani Remedies:  ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies)।

ସୌଜନ୍ୟ- ସୋସିଆଲ ମିଡି଼ଆ

Shani Remedies: ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ (Shani Dev) ଏକ ନିଷ୍ଠୁର ଗ୍ରହ ବୋଲି  କୁହାଯାଏ। ଯଦିଓ ଶନି ଦେବଙ୍କୁ ଯେ କୌଣସି ଦିନରେ ପୂଜା କରାଯାଇପାରିବ, କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ,ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ସେହିପରି ଯଦି ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିଥାଏ। ଆଉ ଯଦି ଆପଣଙ୍କ ଜାତକରେ ଶନି ଦଶା ରହିଛି ତାହାଲେ ଶନିବାର ଦିନ ଏହି ସବୁ ପ୍ରତିକାର (Astro Tips) କରିବା ଦ୍ବାରା ଶନି ଦେବଙ୍କ କୃପା ଲାଭ ହେବା ସହ ଶନିଙ୍କ ଆର୍ଶିବାଦ ଲାଭ ହୋଇଥାଏ (Saturday Remedies)।

Also Read: Horoscope Today: ବ୍ୟବସାୟରେ ଆୟ ବଢିବା ସହ ମିଳିବ ଶୁଭଫଳ, ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ?

ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ ,କଟିବ ଶନିଦଶା:

-ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ ଆପଣ ଶନିବାର ଦିନ କଳା ବିରି, କଳା ଡାଲି , ଲୁହା ସାମଗ୍ରୀ,ସୋରିଷ ତେଲ, କଳା ବା ରାଶି ତେଳ ଓ କଳା ପୋଷାକ ଅସହାୟ ଲୋକଙ୍କୁ ଦାନ କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଶନିଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ। ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। 

-ସେହିପରି ଜାତକରେ ଶନିଦଶା ଚାଲିଥିଲେ ଆପଣ, ଶନିବାର ଦିନ ଓସ୍ତ ଗଛକୁ ପୂଜା କରନ୍ତୁ। ଖାସ୍ କରି ଶନିବାର ସକାଳେ ସ୍ନାନ ପରେ ଓସ୍ତ ଗଛ ନିକଟକୁ ଯାଇ ଆପଣ ସୋରିସ ତେଲରେ ପ୍ରସ୍ତୁତ ଦୀପ ଜାଳନ୍ତୁ ଏବଂ ଭୋଗ ଚଢାନ୍ତୁ। ଏବଂ ସଂନ୍ଧ୍ୟା ସମୟରେ ମଧ୍ୟ  ଓସ୍ତ ଗଛ ନିକଟରେ ଦୀପ ଜାଳନ୍ତୁ। ସାତୋଟି ଶନିବାର ଏଭଳି କରିବା ଦ୍ବାରା ଜାତକରୁ ଶନିଦଶା କଟିଥାଏ। କେବଳ ସେତିକି ନୁହେଁ ଏହା କରିବା ଦ୍ବାରା ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି।   

-ଯଦି ଆପଣଙ୍କ ଉପରେ ଶନି ସାଢେ ଶତିର ପ୍ରଭାବ ରହିଛି । ତେବେ, ଆପଣ ଶନିବାର ଦିନ,  କଳା ପୋଷାକ ପିନ୍ଧି ଶନି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତୁ। ଏବଂ ଶନିଦେବଙ୍କ ପ୍ରିୟ ଅପରାଜିତା ଫୁଲ ଚଢାନ୍ତୁ।  ଏହା ସହ  ଓଁ ଶନିଶ୍ଚରାୟ ନମଃ ମନ୍ତ୍ର  ଜପ କରନ୍ତୁ ।  ଫଳରେ ଆପଣ ଶନିଦେବଙ୍କ ଆଶିଷ ପାଇବେ। 

-ଶନିଦେବଙ୍କୁ ପୂଜାରେ ଆପଣ ସୋରିଷ କିମ୍ବା ଜଡା ତେଲ ତେଲ ଅର୍ପଣ କରିନ୍ତୁ। ଶନିବାର ଦିନ ଶନିଦେବଙ୍କୁ କଳା ରଙ୍ଗର ତେଲ ବା ସୋରିଷ ତେଲ ଅର୍ପଣ କରିବା ଦ୍ବାରା ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ।  ଏବଂ ଦିର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ସଫଳତା ମିଳେ। ଏହା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇବା ସହ ବ୍ୟବସାୟରେ ସଫଳତା ମିଳିଥାଏ । ଶନିଦେବଙ୍କୁ ପୂଜା କରିବା ଦ୍ବାରା ହନୁମାନ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। 

-ସେହିପରି ବିବାହରେ ବିଳମ୍ବ ହେଉଥିଲେ। ଶନିବାର ଦିନ ଓସ୍ତ ଗଛକୁ ପୂଜା କରନ୍ତୁ । ଏବଂ ସୋରିଷ ତେଲ ଜାଳନ୍ତୁ। ଦେଖିବେ ବିଳମ୍ବ ବିବାହ ଜନିତ ସମସ୍ୟା ଦୂର ହେବ।

-ଯଦି ଆପଣଙ୍କ ରାଶିରେ ଶନିଙ୍କ ସ୍ଥିତି ଦୁର୍ବଳ ଅଛି । ତେବେ, ଆପଣ ନିଜ ଘର ବଗିଚାରେ ଲାଜକୁଳିଲତା ବୃକ୍ଷ ଲଗାନ୍ତୁ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)