Gold Rate Today: ଗତ ୨ ଦିନ ତଳେ ସୁନା ଦର ଲଗାତର ଭାବେ ରେକର୍ଡ଼ ଭାଙ୍ଗିଥିଲା। କିନ୍ତୁ ଗତକାଲି ଦର ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା। ଆଗକୁ ପାର୍ବଣ ଆସୁଥିବାରୁ ଦର ବୃଦ୍ଧି ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ, ଆଜି ଭାରତରେ ସୁନା ଦରରେ କେତେ ପରିବର୍ତ୍ତନ ହୋଇଛି ନା ଦର ସ୍ଥିର ରହିଛି ଆସନ୍ତୁ ଜାଣିବା, କେଉଁଠି କେତେ ରହିଛି ଆଜିର ସୁନାଦର...


COMMERCIAL BREAK
SCROLL TO CONTINUE READING

ALSO READ: Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ କିଣିବେ ନୂଆ ଗାଡି଼!


ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧,୫୧୦ ଟଙ୍କା ରହିଛି। ତେବେ, ଆଜି ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ। ସେହିପରି, ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ର ରେଟ୍ ୧୦ ଗ୍ରାମ୍ ପିଛା ୬୫,୬୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୧ ,୬୬୦ ଟଙ୍କା ରହିଛି । ତେବେ, ଏଠାରେ କେବଳ ୨୨ କ୍ୟାରେଟ୍ ପିଛା ୧୦୦ ଟଙ୍କା ଦର ଖସିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। 


ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୧,୫୧୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ପରିବର୍ତ୍ତନ ହୋଇନାହିଁ। ଚେନ୍ନାଇରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୧,୫୧୦ ଟଙ୍କା ରହିଛି। ସେପଟେ, ରାଜଧାନୀ ଭୁବନେଶ୍ବରରେ ସୁନାଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ।  ଏଠାରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୫,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ମୂଲ୍ୟ ୭୧,୫୧୦ ଟଙ୍କା ରହିଛି।