Advertisement
Photo Details/zeeodisha/odisha2384967
photoDetails0hindi

Budh Gochar 2024: ବୁଧଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ କିଣିବେ ନୂଆ ଗାଡି଼!

Budh Gochar August 2024: ବୌଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ସିଂହରୁ ବାହାରି ଅଗଷ୍ଟ ୨୨ ତାରିଖ ସକାଳ ୬ଟା ୨୨ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ।  ଏହି ରାଶିରେ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରହିବେ। ବୁଧଙ୍କୁ ଅର୍ଥ, ବ୍ୟବସାୟ, ଧନ, ବୁଦ୍ଧି ଓ ଜ୍ଞାନର କାରକ ବୋଲି ବିବେଚନା କରାଯାଏ। ଯଦି ଜାତକରେ ବୁଧଙ୍କ ସ୍ଥିତି ସୁଦୃଢ ରୁହେ। ତେବେ, ଜଣେ ବ୍ୟକ୍ତି ଜୀବନରେ ଧନ ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରେ ବୋଲି ବିଶ୍ବାସ ରହିଛି । ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଏହି ଚଳନ କେଉଁ ରାଶିଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି।...

 

1/4

ମେଷ: ବୁଧଙ୍କ ଚଳନ  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପ୍ରଭାବ ପକାଇବ। ବିଶେଷକରି ଦିର୍ଘ ଦିନର ଆଶା ପୂରଣ ହେବ। ବୁଧଙ୍କ ଶୁଭ ପ୍ରଭାବରୁ ଏହି ଅବଧି ମଧ୍ୟରେ ନୂତନ ଗାଡି ଓ ଘର କିଣିବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଲଟେରି କିମ୍ବା ସେୟାର ମାର୍କେଟ୍ ରେ ଅଧିକ ଲାଭବାନ୍ ହେବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭ ଦ୍ବି-ଗୁଣିତ ମିଳିବ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଯେଉଁମାନେ ଅବିବାହିତ ଅଛନ୍ତି , ସେମାନଙ୍କୁ ମନଲାଖି ସାଥୀଟେ ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଏହି ସମୟ ମଧ୍ୟରେ ଭଲ ଚାକିରି ମିଳିବ। 

ALSO READ: Career Horoscope Today: କର୍ମକ୍ଷେତ୍ରରେ ଏହିସବୁ ରାଶିଙ୍କ ପାଇଁ ଅନୁକୂଳ ରହିବ ଆଜିର ଦିନ, କ୍ୟାରିୟରକୁ ନେଇ ମିଳିପାରେ ଖୁସି ଖବର!

ALSO READ: Shani Vakri 2024: ଏହିସବୁ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଶନିଙ୍କ ଓଲଟା ଚଳନ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡି଼ବ ପ୍ରଭାବ?

2/4

ମିଥୁନ: ବୁଧଙ୍କ ଚଳନ ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରାଇବ। ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ଚେଷ୍ଟା ଜାରି ରଖନ୍ତୁ ଶୁଭଫଳ ପାଇବେ। ଆୟ ବୃଦ୍ଧି ହେବ।  ଏହି ସମୟ ମଧ୍ୟର ନୂଆ ଅଳଙ୍କାର କ୍ରୟ କରିପାରନ୍ତି । ଦିର୍ଘ ଦିନ ଧରି ଲାଗିରହିଥିବା ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟର ଉନ୍ନତି ହେବ। ବୈବାହିତ ଜୀବନ ସୁଖମୟ ହେବା ସହ ପ୍ରେମୀ ସମ୍ପର୍କ ଆହୁରି ମଜବୁତ୍ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ନୂତନ ନିଯୁକ୍ତି ନେଇ ମିଳିପାରେ ଖୁସି ଖବର!

3/4

କନ୍ୟା: ଅଗଷ୍ଟ ୨୨ ରୁ ଏହି ରାଶିର ଲୋକଙ୍କର ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ସଞ୍ଚୟ ପୂର୍ବ ଅପେକ୍ଷା ଅଧିକ ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଶିକ୍ଷା ଓ ରିସର୍ଚ୍ଚ ରେ ଜଡିତ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ । କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ବୈବାହିତ ଜୀବନ ସୁଖମୟ ହେବା ସହ ସାଥୀଙ୍କ ସହ ଏକ ଭ୍ୟାକେସନ୍ ରେ ଯାଇପାରନ୍ତି।

 

4/4

ତୁଳା : ବୁଧଙ୍କ ଚଳନ ଏହି ରାଶି ଉପରେ ବେଶ୍ ସକରାତ୍ମକ ପ୍ରଭବା ପକାଇବ। ଏହି ଅବଧି ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଦରମା ବଢିବ। ନୂତନ ଜମି ଓ ଗାଡି଼ କିଣିବାର ସ୍ବପ୍ନ ପୂରା ହେବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ଶେଷ କରିବାରେ ସଫଳ ହେବେ। କୌଣସି ପ୍ରକାର ଶୁଭକାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)