Gold-Silver Price: ଆଜି (ମଙ୍ଗଳବାର) ଅର୍ଥାତ ମାର୍ଚ୍ଚ ୨୧ରେ ଦେଶରେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ସୋମବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୫୪୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୨୨୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୯,୭୮୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୦୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୦୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୫୪,୮୦୦ ଟଙ୍କା ଥିଲା । 
 
ସେହିପରି ଦେଶରେ ରୁପା ମୂଲ୍ୟ (Silver Price) ରେ ମଧ୍ୟ ବୃଦ୍ଧି ଘଟିଛି । ଗତକାଲି ରୁପା ଦରରେ ୧୦୦ ଟଙ୍କାର ହ୍ରାସ ଘଟି ଥିଲା । ସେପଟେ ଆଜି ରୁପା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୦୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୨୧୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ୭,୨୦୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଲଟାଇମ୍ ହାଇରୁ ସୁନା ପ୍ରାୟ ୪୦୦ ଟଙ୍କା ଓ ରୁପା ୭,୮୮୦ ଟଙ୍କା ମିଳୁଛି ଶସ୍ତା 


ଅଗଷ୍ଟ ୨୦୨୦ ମାସରେ  ସୁନା (Gold Price) ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା ।​ ୧୦ ଅଗଷ୍ଟ ୨୦୨୦ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୫,୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​ ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୪୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ସେହିପରି ରୁପାର ସର୍ବକାଳୀନ ଉଚ୍ଚ ସ୍ତର ହେଉଛି କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା । ଅର୍ଥାତ ଆଜି ଯଦି ଆମେ ବର୍ତ୍ତମାନର ରୁପା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ରୁପା ବର୍ତ୍ତମାନ ପ୍ରତି କିଲୋଗ୍ରାମ ପିଛା ୭,୮୮୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । 


ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।


ଅଧିକ ପଢ଼ନ୍ତୁ-ଲଢ଼େଇ ଯୋଗୁଁ ଟିମ୍ ଇଣ୍ଡିଆ ହାରିଛି ଦ୍ୱିତୀୟ ଦିନିକିଆ! ବିରେନ୍ଦର ସେହୱାଗ କହିଲେ ପୂରା କାହାଣୀ


ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା!


ଅଧିକ ପଢ଼ନ୍ତୁ-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ


ଗହଣା ବଜାରର ଗଣିତକୁ ବୁଝନ୍ତୁ 


ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।