IND vs AUS: ଲଢ଼େଇ ଯୋଗୁଁ ଟିମ୍ ଇଣ୍ଡିଆ ହାରିଛି ଦ୍ୱିତୀୟ ଦିନିକିଆ! ବିରେନ୍ଦ୍ର ସେହୱାଗ କହିଲେ ପୂରା କାହାଣୀ
Advertisement

IND vs AUS: ଲଢ଼େଇ ଯୋଗୁଁ ଟିମ୍ ଇଣ୍ଡିଆ ହାରିଛି ଦ୍ୱିତୀୟ ଦିନିକିଆ! ବିରେନ୍ଦ୍ର ସେହୱାଗ କହିଲେ ପୂରା କାହାଣୀ

Virender Sehwag: ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସ୍ୱତନ୍ତ୍ର ସାକ୍ଷାତ ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନ୍ ବିରେନ୍ଦ୍ର ସେହୱାଗ (Virender Sehwag) ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଷ୍ଟେଟ୍ ଆସୋସିଏସନ୍ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରଶ୍ନ ଉଠାଇଛନ୍ତି । ପରାଜୟ ପରେ ବିରେନ୍ଦ୍ର ସେହୱାଗ (Virender Sehwag) ପିଚ୍ ବିଷୟରେ ଏକ ବଡ଼ କଥା କହିଛନ୍ତି । 

IND vs AUS: ଲଢ଼େଇ ଯୋଗୁଁ ଟିମ୍ ଇଣ୍ଡିଆ ହାରିଛି ଦ୍ୱିତୀୟ ଦିନିକିଆ! ବିରେନ୍ଦ୍ର ସେହୱାଗ କହିଲେ ପୂରା କାହାଣୀ

Virender Sehwag On India vs Australia 2nd ODI: ବିଶାଖାପାଟନମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ (IND vs AUS 2nd ODI) ରେ ଭାରତକୁ ଅଷ୍ଟ୍ରେଲିଆ ଦଳ ୧୦ ୱିକେଟରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆ (Team India) ର ଏହି ଲଜ୍ଜାଜନକ ପରାଜୟ ପରେ ଚାରିଆଡ଼ୁ ସମାଲୋଚନା କରାଯାଉଛି । ଏହି ସମୟରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସ୍ୱତନ୍ତ୍ର ସାକ୍ଷାତ ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନ୍ ବିରେନ୍ଦ୍ର ସେହୱାଗ (Virender Sehwag) ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଷ୍ଟେଟ୍ ଆସୋସିଏସନ୍ ଠାରୁ ଆରମ୍ଭ କରି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ପର୍ଯ୍ୟନ୍ତ ପ୍ରଶ୍ନ ଉଠାଇଛନ୍ତି । ପରାଜୟ ପରେ ବିରେନ୍ଦର ସେହୱାଗ (Virender Sehwag) ପିଚ୍ ବିଷୟରେ ଏକ ବଡ଼ କଥା କହିଛନ୍ତି । 

ଏହା ଜଣା ଯେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳକୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୭ ରନରେ ଅଲଆଉଟ୍ ହୋଇଯାଇଥିଲେ । ଏହାର ଜବାବରେ କଙ୍ଗାରୁ ଦଳ ୧୧ ଓଭରରେ ୱିକେଟ୍ ନ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ୧୦ ୱିକେଟରେ ପରାଜୟ ବରଣ କରିଥିଲା । ଖେଳ ଶେଷ ବେଳକୁ ୨୩୪ଟି ବଲ୍ ବାକି ରହିଥିଲା । ବଲ ବାକି ରହି ଭାରତୀୟ ଦଳର ଏହା ମଧ୍ୟ ସବୁଠାରୁ ବଡ଼ ପରାଜୟ । 

ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ର ପରାଜୟକୁ ନେଇ ପୂର୍ବତନ ଭାରତୀୟ ଭେଟେରାନ ବିରେନ୍ଦ୍ର ସେହୱାଗ (Virender Sehwag) ଏକ ବଡ଼ କଥା କହିଛନ୍ତି । ସୋମବାର ଦେଶର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍ 18 ଇଣ୍ଡିଆର ଚୌପଲ କାର୍ଯ୍ୟକ୍ରମରେ ଭାରତର ପରାଜୟ ବିଷୟରେ ପ୍ରଶ୍ନ ପଚରାଯାଇଥିବା ବେଳେ ସେହୱାଗ କହିଛନ୍ତି ଯେ, ଷ୍ଟେଟ ଆସୋସିଏସନ ଓ ବିସିସିଆଇ ମଧ୍ୟରେ ଲଢ଼େଇ ଯୋଗୁଁ ଆମେ ଗ୍ରୀନ୍ ଟପ୍ କିମ୍ବା ଫାଷ୍ଟ ପିଚ୍ ପାଇଥାଉ ।

ବିରେନ୍ଦ୍ର ସେହୱାଗ (Virender Sehwag) କହିଛନ୍ତି ଯେ, ମୋର କ୍ୟାରିୟର ସମୟରେ ମଧ୍ୟ ଏପରି ଘଟିଛି । କାନପୁରରେ ଟ୍ରେନିଂ ଟ୍ରାକ୍ ମିଳିଥିବାବେଳେ ନାଗପୁର ଓ ମୋହାଲିରେ ଆମେ ଗ୍ରୀନ ଟପ୍ ପାଇଥିଲୁ । କିନ୍ତୁ ଏହା ମଧ୍ୟ ଗ୍ରହଣ କରିବାକୁ ହେବ ଯେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଭଲ ଖେଳିଛି । ଏଠାରେ କହି ରଖୁଛୁ ଯେ, ୩ଟି ମ୍ୟାଚର ସିରିଜରେ ୧-୧ରେ ବରାବର ରହିଛି । ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ମାର୍ଚ୍ଚ ୨୨ରେ ଖେଳାଯିବ ।

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ମହଙ୍ଗା ଭତ୍ତାରେ ହେଲା ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା!

ଅଧିକ ପଢ଼ନ୍ତୁ-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-୧୦ ପରେ ବର୍ଷ ଟିମ୍ ଇଣ୍ଡିଆକୁ ଫେରିଲେ ଏମଏସ ଧୋନିଙ୍କ ସାଥୀ, ଶେଷ ଦିନିକିଆରେ ମିଳିବ ସୁଯୋଗ!

ଦଳର ପ୍ରଦର୍ଶନ ଉପରେ ବିରେନ୍ଦ୍ର ସେହୱାଗ (Virender Sehwag) କହିଛନ୍ତି ଯେ, ପ୍ରତ୍ୟେକ ସିରିଜରେ ଥରେ ଆମ ଦଳ ନିଶ୍ଚିତ ଭାବେ ବିଚ୍ଛିନ୍ନ ହୋଇଯାଉଛି । ଯଦିଓ ଏହା ବିଶ୍ୱକପ ପୂର୍ବରୁ ହୁଏ ତେବେ ଠିକ ଅଛି । ଆମକୁ ବିଶ୍ୱକପ୍‌ରେ ଭଲ କରିବାକୁ ପଡ଼ିବ । ଟିମ୍ ଇଣ୍ଡିଆ ୨୦୧୩ ଠାରୁ ଆଇସିସି ଟ୍ରଫି ପାଇଁ ଅପେକ୍ଷା କରିଛି । ଟେଷ୍ଟ କ୍ରିକେଟରେ ୨ଟି ଟ୍ରିପଲ ଶତକ ହାସଲ କରିଥିବା ବିରେନ୍ଦ୍ର ସେହୱାଗ ବିଶ୍ୱକପରେ ଅଧିନାୟକଙ୍କ ବିଷୟରେ କହିଛନ୍ତି ଯେ କିଏ ନେତୃତ୍ୱ ନେବେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଦଳରେ ଭଲ ମିଶ୍ରଣ ଜରୁରୀ । ପୂର୍ବରୁ ବିରାଟ କୋହଲି ଅଧିନାୟକ ଥିଲେ ଓ ବର୍ତ୍ତମାନ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି । ବିଶ୍ୱକପ ପରେ ପରବର୍ତ୍ତୀ ଅଧିନାୟକଙ୍କୁ ଖୋଜାଯିବ ।