Gold Silver Price: ଭାରତରେ ବିବାହ ସିଜନ ଚାଲିଛି, ଏଭଳି ପରିସ୍ଥିତିରେ ସୁନା (Gold) ଚାହିଦା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯଦି ଆପଣ ଏହି ବିବାହ ସିଜନରେ ସୁନା କିମ୍ବା ମୂଲ୍ୟବାନ ଅଳଙ୍କାର (Jewelry) କିଣିବାକୁ ଚିନ୍ତା କରୁଛନ୍ତି । ତେବେ ଆପଣଙ୍କ ପାଖରେ ଏକ ବଡ଼ ସୁଯୋଗ ଅଛି । ସୁନା ଏହାର ସର୍ବକାଳୀନ ରେକର୍ଡ ରେଟ୍ ଅପେକ୍ଷା ପ୍ରତି ୧୦ ଗ୍ରାମ ୩୦୦୦ ଟଙ୍କା ଶସ୍ତାରେ ବିକ୍ରି ହେଉଛି । ଗତକାଲି ଅର୍ଥାତ୍ ବୁଧବାର  ସର୍ରାଫା ବଜାରରେ ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ଏହାପୂର୍ବରୁ ଗତ ଦୁଇ ଦିନ ଧରି ସୁନା ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଥିଲା । ଆସନ୍ତୁ ଜାଣିବା ଆଜି ବଜାରରେ ସୁନା ମୂଲ୍ୟ କ’ଣ ରହିଛି...


COMMERCIAL BREAK
SCROLL TO CONTINUE READING

ବୁଧବାର ସର୍ରାଫା ବଜାରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏହାପୂର୍ବରୁ ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ଘଟିଥିବାର ଦେଖାଯାଇଥିଲା । ଗୁଡ୍ ରିଟର୍ନସ୍ ୱେବସାଇଟ୍ ଅନୁଯାୟୀ, ଆଜି ସର୍ରାଫା ବଜାରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୫୨,୪୦୦ ଟଙ୍କା ରହିଛି । ଏହାପୂର୍ବରୁ ସୋମବାର ମଧ୍ୟ ସୁନା ମୂଲ୍ୟରେ ପ୍ରତି ୧୦ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ଘଟିଛି ।


ଏହା ବ୍ୟତୀତ ୨୪ କ୍ୟାରେଟ୍ ସୁନା ମୂଲ୍ୟ (Gold Price) ରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ଏହାପୂର୍ବରୁ ମଙ୍ଗଳବାର ଦିନ ପ୍ରତି ୧୦ ଗ୍ରାମ ପିଛା ୭୦ ଟଙ୍କା ହ୍ରାସ ଘଟିଥିବାର ଦେଖାଯାଇଥିଲା । ଗୁଡ୍ ରିଟର୍ନସ୍ ୱେବସାଇଟ୍ ଅନୁଯାୟୀ, ଆଜି ସର୍ରାଫା ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୫୭,୧୬୦  ଟଙ୍କା ରହିଛି । ଏହାପୂର୍ବରୁ ସୋମବାର ଦିନ ମଧ୍ୟ ପ୍ରତି ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ୧୫୦ ଟଙ୍କା ହ୍ରାସର ଘଟିଥିଲା ।


ଅଗଷ୍ଟ ୨୦୨୦ ମାସରେ  ସୁନା (Gold Price) ସର୍ବକାଳୀନ ଉଚ୍ଚ ରେଟରେ ପହଞ୍ଚିଥିଲା ।​ ଅଗଷ୍ଟ ୨୦୨୦ରେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୫୫,୪୦୦ ଟଙ୍କା ମୂଲ୍ୟରେ ପହଞ୍ଚିଥିଲା ।​ ଆଜି ଯଦି ଆମେ ବର୍ତ୍ତମାନର ସୁନା ମୂଲ୍ୟ (Gold Price) କୁ ଏହାର ସର୍ବକାଳୀନ ରେକର୍ଡ ରେଟ ସହିତ ତୁଳନା କରୁ, ତେବେ ଆପଣ ଦେଖିବେ ଯେ ସୁନା ବର୍ତ୍ତମାନ ପ୍ରତି ୧୦ ଗ୍ରାମ ପିଛା ୩୦୦୦ ଟଙ୍କା ଶସ୍ତା ମୂଲ୍ୟରେ ବିକ୍ରି ହେଉଛି ।


ଉଲ୍ଲେଖନୀୟ କଥା ହେଉଛି, ଗତ କିଛି ଦିନ ହେବ ସୁନା ଓ ରୁପା ମୂଲ୍ୟରେ କ୍ରମାଗତ ଅସ୍ଥିରତା ଚାଲିଛି । ସୁନା ଓ ରୂପା ମୂଲ୍ୟ ବେଳେବେଳେ ହ୍ରାସ ହୁଏ ଓ ବେଳେବେଳେ ବଢ଼ିବାରେ ଲାଗେ । ଏଭଳି ପରିସ୍ଥିତିରେ ଗ୍ରାହକ ନିଜର କ୍ରୟକୁ ନେଇ ସଂଶୟରେ ଅଛନ୍ତି । ସୁନା ଓ ରୁପା କିଣିବା ସେମାନଙ୍କ ପାଇଁ କେବେ ଲାଭଦାୟକ ହେବ ଲୋକମାନେ ବୁଝିପାରୁ ନାହାଁନ୍ତି । ଅନ୍ୟପକ୍ଷରେ, ଶର୍ରାଫା ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ବର୍ତ୍ତମାନ ଲୋକମାନେ ସୁନା ଓ ରୁପା ଶସ୍ତା କିଣିବା ପାଇଁ ଏକ ବଡ଼ ସୁଯୋଗ ପାଇଛନ୍ତି । କାରଣ ଆଗାମୀ ଦିନରେ ସୁନା ସହିତ ରୁପା ମୂଲ୍ୟ ଆହୁରି ବୃଦ୍ଧି ପାଇବ । ଏହାସହ ଉଭୟ ମୂଲ୍ୟବାନ ଧାତୁ ନୂତନ ରେକର୍ଡ ସୃଷ୍ଟି କରିପାରେ ।


ଅଧିକ ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖୁସି ଖବର, ବର୍ତ୍ତମାନ ପ୍ରତି ମାସରେ ମାଗଣା ରାସନ ସହ ମିଳିବ ଏତେ ଟଙ୍କା


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ସହ ପୁଣି ହେଲା ଧୋକା! ICC କଲା ଏହି ବଡ଼ ଭୁଲ


ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମି ରାଗି ଯାଇ କ୍ରିକେଟ୍ ଛାଡ଼ିବାକୁ ଦେଇଥିଲେ ଧମକ, ଭାରତର ପୂର୍ବତନ କୋଚ୍ କଲେ ଖୁଲାସା


ଗହଣା ବଜାରର ଗଣିତକୁ ବୁଝନ୍ତୁ 


ସୁନା-ରୁପାର ଯେଉଁ ଦାମ କୁହାଯାଇଛି,  ତା' ଠାରୁ ଆପଣଙ୍କୁ ଅଧିକ ଦାମ୍ ଦେବାକୁ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଜିଏସଟି ଓ ଅଳଙ୍କାର ତିଆରି ଚାର୍ଜ ଏଥିରେ ଅନ୍ତର୍ଭୂକ୍ତ ହୋଇଥାଏ । ଏହାସହ ଅଳଙ୍କାରର ଲାଭ ମଧ୍ୟ ଏଥିରେ ଯୋଗ କରାଯାଇଥାଏ । ଏପରି ପରିସ୍ଥିତିରେ ଜିଏସଟି ଓ ଅଳଙ୍କାରର ଆନୁମାନିକ ଲାଭ ଯୋଡିବା ପରେ IBJA ଦ୍ୱାରା ଜାରି ରେଟ୍ ଦେବାକୁ ପଡ଼ିଥାଏ । ଏଠାରେ କହି ରଖୁଛୁ ଯେ, IBJA ଦ୍ୱାରା ଜାରି କରାଯାଇଥିବା ରେଟ୍ ସାରା ଦେଶରେ ସର୍ବମାନ୍ୟ ହୋଇଥାଏ ।