Ration Card Latest News: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖୁସି ଖବର, ବର୍ତ୍ତମାନ ପ୍ରତି ମାସରେ ମାଗଣା ରାସନ ସହ ମିଳିବ ଏତେ ଟଙ୍କା
Advertisement

Ration Card Latest News: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖୁସି ଖବର, ବର୍ତ୍ତମାନ ପ୍ରତି ମାସରେ ମାଗଣା ରାସନ ସହ ମିଳିବ ଏତେ ଟଙ୍କା

Free Ration Card Latest News: ନିକଟ ଅତୀତରେ ହରିୟାଣା ସରକାର ବିପିଏଲ ରାସନ କାର୍ଡଧାରୀ ଓ ଅନ୍ତ୍ୟେଦୟ କାର୍ଡଧାରୀକୁ ମାଗଣାରେ ଦୁଇ ଲିଟର ସୋରିଷ ତେଲ ଦେବାକୁ ଘୋଷଣା କରିଥିଲେ । ଜୁନ୍ ୨୦୨୧ରେ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ସରକାର ରାସନ ଡିପୋରେ ତୈଳ ବଣ୍ଟନକୁ ବନ୍ଦ କରିଦେଇଥିଲେ ।

Ration Card Latest News: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖୁସି ଖବର, ବର୍ତ୍ତମାନ ପ୍ରତି ମାସରେ ମାଗଣା ରାସନ ସହ ମିଳିବ ଏତେ ଟଙ୍କା

Ration Card Latest News: ଯଦି ଆପଣ ସରକାରଙ୍କ ମାଗଣା ରାସନ (Free Ration) ଯୋଜନା ଅଧୀନରେ ଗହମ-ଚାଉଳ ଇତ୍ୟାଦି ପାଉଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ । ନିକଟ ଅତୀତରେ ହରିୟାଣା ସରକାର (Haryana Government) ବିପିଏଲ ରାସନ କାର୍ଡଧାରୀ (BPL Ration Card Holders) ଓ ଅନ୍ତ୍ୟେଦୟ କାର୍ଡଧାରୀ (AAY) କୁ ମାଗଣାରେ ଦୁଇ ଲିଟର ସୋରିଷ ତେଲ (Mustard Oil) ଦେବାକୁ ଘୋଷଣା କରିଥିଲେ । ଜୁନ୍ ୨୦୨୧ରେ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ସରକାର ରାସନ ଡିପୋରେ ତୈଳ ବଣ୍ଟନକୁ ବନ୍ଦ କରିଦେଇଥିଲେ । ଏଥିସହିତ ତୈଳ ବଦଳରେ କାର୍ଡଧାରୀଙ୍କ ଆକାଉଣ୍ଟକୁ ମାସକୁ ୨୫୦ ଟଙ୍କା ପଠାଇବାକୁ ଯୋଜନା କରାଯାଇଥିଲା । 

ସେପଟେ ବର୍ତ୍ତମାନ ଏପରି ଲୋକଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି । ବର୍ତ୍ତମାନ ହରିୟାଣା ସରକାର (Haryana Government) ୨୫୦ ଟଙ୍କା ରାଶିକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି । ଏହାପୂର୍ବରୁ ସରକାର ୨୫୦ ଟଙ୍କା ଦେବାକୁ ଘୋଷଣା କରିଥିଲେ । ବର୍ତ୍ତମାନ ହରିୟାଣା ସରକାର ଏହି ପରିମାଣକୁ ୩୦୦ ଟଙ୍କାକୁ ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପରିବର୍ତ୍ତନର ଲାଭ BPL ଓ AAY ରାସନ କାର୍ଡଧାରୀ ୩୨ ଲକ୍ଷ ପରିବାରକୁ ମିଳିବ । ଏହି ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିମାସରେ ୩୦୦ ଟଙ୍କା ଦିଆଯିବ ।

ଅନ୍ୟପକ୍ଷରେ, କେତେକ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଦାବି କରାଯାଉଛି ଯେ ଯେବେଠାରୁ ରାଜ୍ୟ ସରକାର ୨୫୦ ଟଙ୍କାର ଘୋଷଣା କରିଥିଲା, ତାହା ପରଠାରୁ ହିତାଧିକାରୀମାନେ ତେଲ ପାଉ ନଥିଲେ । ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଲିଟର ତୈଳ ଭଣ୍ଡାର ସରକାରଙ୍କ ପାଖରେ ରହିଯାଇଛି । ମାର୍ଚ୍ଚରେ ଏହି ତେଲର ସମାପ୍ତି ବିଷୟରେ କୁହାଯାଉଛି । ଏହି ଖାଦ୍ୟକୁ ରାସନ କାର୍ଡଧାରୀଙ୍କ ମଧ୍ୟରେ ବାଣ୍ଟିବାକୁ ସରକାର ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ସହ ପୁଣି ହେଲା ଧୋକା! ICC କଲା ଏହି ବଡ଼ ଭୁଲ

ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମି ରାଗି ଯାଇ କ୍ରିକେଟ୍ ଛାଡ଼ିବାକୁ ଦେଇଥିଲେ ଧମକ, ଭାରତର ପୂର୍ବତନ କୋଚ୍ କଲେ ଖୁଲାସା

ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ

 

ଆପଣଙ୍କୁ କହିରଖୁଛୁ ଯେ, ସରକାରଙ୍କ ମାଗଣା ରାସନ ଯୋଜନା (Free Ration Scheme) ଅନୁଯାୟୀ ରାଜ୍ୟର ଲକ୍ଷ ଲକ୍ଷ କାର୍ଡଧାରୀଙ୍କୁ ମାଗଣାରେ ଗହମ ଓ ଚାଉଳ ଦିଆଯାଉଛି । ବିଗତ ଦିନରେ ହରିୟାଣା ସରକାର ମାଗଣା ରାସନ ସହିତ ସୋରିଷ ତେଲ ଦେବାକୁ ଘୋଷଣା କରିଥିଲେ ।