Goods Train Derailed: ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ୍‍ ନିକଟସ୍ଥ ମଞ୍ଚେଶ୍ୱରଠାରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ଏହାଦ୍ୱାରା ୧୦ଟି ଟ୍ରେନର ଚଳାଚଳ ବ୍ୟାହତ ହୋଇଛି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୦୮୫୩୪ ପଲାସା ପୁରୀ ଏବଂ ୦୮୪୩୨ ପୁରୀ-କଟକ ଟ୍ରେନକୁ ଆଜିପାଇଁ ବାତିଲ କରାଯାଇଛି। ସେହିପରି ପୁରୀ- ରାଉରକେଲା ଟ୍ରେନକୁ  ପୁରୀରୁ-ଅନୁଗୁଳ ଯାଏ ବାତିଲ କରାଯାଇଥିବା ବେଳେ ରେଉରକେଲା- ପୁରୀ ଟ୍ରେନକୁ ଅନୁଗୁଳଠାରେ ରୋକା ଯାଇଛି। ଆଜି ୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି।  ପୁରୀ-ରାଉରକେଲାସକାଳ ୫ଟା ବଦଳରେ ଦୁଇଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ପୁରୀ-ହାଓଡ଼ାକୁ ମଧ୍ୟ ଦୁଇଘଣ୍ଟା ବିଳମ୍ବରେ ଚାଲୁ କରାଯାଇଛି। ସକାଳ ୫ଟା ୪୫ ବଦଳେ ଏହି ଟ୍ରେନ ୭ଟା ୪୫ରେ ନିର୍ଦ୍ଧାରଣ କରାଯାଇଛି। ପୁରୀ-ବଡ଼ବିଲ ଟ୍ରେନ ସକାଳ ୬ଟା ୪୫ ବଦଳରେ  ସକାଳ ୮ଟା ୪୫, ଭୁବନେଶ୍ୱର ହାଓଡ଼ା ଟ୍ରେନ ୬ଟା ବଦଳରେ ୮ଟା, ଭୁବନେଶ୍ୱର- ସୋନପୁର ଟ୍ରେନ ଆଜି ସକାଳ ୬ଟା ୩୫ ବଦଳରେ ୮ଟା ୩୫, ଏବଂ ଭୁବନେଶ୍ୱର ଲୋକମାନ୍ୟ ତିଲକ ଗାଡ଼ିକୁ ୭ଟା ୨୦ ବଦଳରେ ଦୁଇଘଣ୍ଟା ବଳମ୍ବରେ ଅର୍ଥାତ ସକାଳ ୯ଟା ୨୦ରେ ଚଳାଇବାକୁ  ସମୟ ନିର୍ଦ୍ଧାରଣ କରାଯାଇଛି। 


ପୂର୍ବତଟ ରେଳପଥର ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ଟା ୩୫ ମିନିଟ ସମୟରେ ଏକ ମାଲଗାଡ଼ି ମଞ୍ଚେଶ୍ୱରଠାରେ ଲାଇନଚ୍ୟୁତ୍‍ ହେବାରୁ ଡାଉନ ଲାଇନ୍‍ ପ୍ରଭାବିତ ହୋଇଥିଲା। ରେଳ କର୍ମଚାରୀ ଓ ଅଧିକାରୀମାନେ ଏହାକୁ କିପରି ସ୍‍ୱଭାବିକ କରାଯାଇପାରିବ ସେଥିନେଇ ଉଦ୍ୟମ କରିଥିଲେ। ସକାଳ ୫ଟା ୫ ମିନିଟ ସମୟରେ ରେଳ ଲାଇନ ଗାଡ଼ି ଚଳାଚଳ ପାଇଁ ପ୍ରସ୍ତୁତ ହୋଇଥିଲା। ଏଠାରେ ଉଭୟ ଯିବା ଏବଂ ଆସିବା ଲାଇନ୍‍ ଠିକ୍‍ ଥିବା ସ୍ପଷ୍ଟ ହେବାରୁ ରେଳ ଚଳାଚଳ ଲାଗି ଅନୁମତି ମିଳିଥିଲା।