Kitty O’Neil: ନୂଆଦିଲ୍ଲୀ: କିଟ୍ ଓ’ନିଲ୍ (Kitty O’Neil) ଜଣେ ପ୍ରସିଦ୍ଧ ଆମେରିକୀୟ ଷ୍ଟଣ୍ଟ ୱମ୍ୟାନ୍ (Stunt Woman) ଏବଂ ଅଭିନେତ୍ରୀ (Actress) ଯିଏ କି ପିଲାଦିନରୁ ନିଜର ଶ୍ରବଣ ଶକ୍ତି ହରାଇଥିଲେ। ଆଜି ହେଉଛି ତାଙ୍କର ୭୭ତମ ଜନ୍ମ ଜୟନ୍ତୀ। ଏହି ଦିନକୁ ଗୁଗୁଲ ଡୁଡୁଲ ସାହାଯ୍ୟରେ ପାଳନ କରିଛି। ସେ ହଲିଉଡର ଜଣେ ପ୍ରସିଦ୍ଧ ଷ୍ଟଣ୍ଟ ଡ୍ରାଇଭର ହେବା ପାଇଁ କଠିନ ପରିଶ୍ରମ କରିଥିଲେ। ତାଙ୍କୁ ହଲିଉଡ଼ର ଜଣେ ପ୍ରସିଦ୍ଧ ଷ୍ଟଣ୍ଟ ଡ୍ରାଇଭର ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ। ତେବେ ଆଜି ଗୁଗୁଲ କିଟ ଓନିଲଙ୍କୁ ଏହ ହଲଦିଆ ସୁଟ (Yellow Color Suit) ପିନ୍ଧାଇ ଡୁଡୁଲ ପ୍ରସ୍ତୁତ କରି ଜନ୍ମଦିନକୁ ପାଳନ କରୁଛି। ପିଲାଦିନରୁ ଶ୍ରବଣ ଶକ୍ତି ହରାଇ ଶୁଣିବା ପାଇଁ ବେଶ ସମସ୍ୟାର ସମ୍ମୁଖନ ହୋଇଥିଲେ। ତଥାପି ସେ ହଲିଉଡ଼ରେ ଜଣେ ଜଣାଶୁଣା ଷ୍ଟଣ୍ଟ ଡ୍ରାଇଭର ଭାବେ ପ୍ରସିଦ୍ଧି ଅର୍ଜନ କରିପାରିଥିଲେ। 2019 ସୁଦ୍ଧା ସେ ମହିଳାମାନଙ୍କର ଅବିଶ୍ୱାସନୀୟ ଭୂମି ଗତି ରେକର୍ଡ ଧରିଛି। 


COMMERCIAL BREAK
SCROLL TO CONTINUE READING

କିଟ ଓନିଲଙ୍କ ସମ୍ପର୍କରେ କିଛି
1-କିଟ୍ ଓନୀଲ ଜଣେ ଆମେରିକୀୟ ଷ୍ଟଣ୍ଟ ଓ୍ୱିମ୍ୟାନ ତଥା ଜଣେ ଅଭିନେତ୍ରୀ ରହିଥିଲେ। ସେ ୧୯୪୬ ମସିହାରେ ଟେକ୍ସାସ ସହରରେ ଜନ୍ମ ନେଇଥିଲେ। ସେ କୌଣସି ବେମାରୀ କାରଣରୁ ପିଲାଦିନରୁ ହିଁ ଶୁଣିବା ଶକ୍ତିକୁ ହରାଇଥିଲେ। ଏହା ସତ୍ତ୍ୱେ ହଲିଉଡର ସବୁଠାରୁ ଜଣାଶୁଣା ଡ୍ରାଇଭର ଓ ପରଫର୍ମର ଭାବେ ନିଜକୁ ପ୍ରସ୍ତୁତ କରିପାରିଥିଲେ। 


2-୧୯୭୬ ମସିହାରେ ଓନୀଲ ଏକ ହାଇଡ୍ରୋଜନ ପେରୋକ୍ସଆଇଡ଼ରେ ଚାଲୁଥିବା ଏକ ତିନି ଚକିଆ ରକେଟ କାରଙ୍କୁ ଚଳାଇ ମହିଳାଙ୍କ ପାଇଁ ଅବିଶ୍ୱସନୀୟ ଭୂମିଗତ ରେକର୍ଡ ପ୍ରତିଷ୍ଠା କରିଥିଲେ। ଘଣ୍ଟା ପ୍ରତି ୮୨୫.୧୨୭ କିଲୋମିଟର ଆଭରେଜ ସ୍ପିଡ଼ରେ ଗାଡ଼ି ଚଲାଇ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ଏହି ସମୟରେ ସେ ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୯୯ କିଲୋମିଟର ବେଗରେ ଚଳାଇଥିଲେ। ଏହି ସ୍ପିଡ଼ରେ ଗାଡ଼ି ଚଳାଇ ସେ ବିଶ୍ୱର ଦ୍ରୁତତମ ମହିଳା ଭାବେ ଉପାଧି ହାସଲ କରିଥିଲେ। କେବଳ ସେତିକି ନୁହେଁ ସେ ଉଚ୍ଚତମ ଫଲ ରେକର୍ଡ ମଧ୍ୟ ନିଜ ନାମରେ କରିଥିଲେ। ୧୯୭୯ ମସିହାରେ ଏକ ସିରିଏଲ ପ୍ରୋଗ୍ରାମରେ ସବୁଠାରୁ ଉଚ୍ଚରୁ ତଳକୁ ଡେଇଁ ଏହି ରେକର୍ଡ ସୃଷ୍ଚି କରିଥିଲେ। 


3-ଓନୀଲ ୨୦୧୮ ମସିହାରେ ନିମୋନିଆରେ ପୀଡ଼ିତ ହୋଇ ୭୨ ବର୍ଷ ବୟସରେ ଜୀବନ ହରାଇଥିଲେ। ୨୦୧୯ ମସିହାରେ ଓସ୍କାର ଇନ ମେମୋରିୟମ ସମ୍ମାନରେ ସମ୍ମାନୀତ ହୋଇଥିଲେ। ତାଙ୍କର ଜୀବନୀ ସମ୍ପର୍କରେ ଏକ ବାୟୋପିକ, ସାଇଲେଣ୍ଟ ଭିକ୍ଟ୍ରି: ଦ କିଟି ଓନୀଲ ଷ୍ଟୋରୀ, ୧୯୭୯ରେ ରିଲିଜ ହୋଇଥିଲା। ଯାହା ଭୂମିଗତ ରେକର୍ଡ ଉପଲବ୍ଧି ପ୍ରଦର୍ଶନ କରିଥିଲା। 


4-ସାଇଲେଣ୍ଟ ଭିକ୍ଟ୍ରି: ଦ କିଟି ଓନୀଲ ଷ୍ଟୋରି ନାମକ ଏହି ବାୟୋପିକ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେ ୨୦୧୯ ମସିହାରେ ଓସ୍କାର ଇନ ମେମୋରିୟମ ଆଓ୍ୱାର୍ଡରେ ତାଙ୍କୁ ସମ୍ମାନ କରାଯାଇଥିଲା। ସେ ୨୦୧୮ ମସିହାରେ ନିମୋନିଆ କାରଣରୁ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। 


Also Read: କାହିଁକି ଆସେ ଭୂମିକମ୍ପ, ଓଡ଼ିଶା ପାଇଁ ରହିଛି କେତେ ବିପଦ ?


Also Read: Rahul Gandhi Disqualified: ରଦ୍ଦ ହେଲା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା, ଲୋକସଭା ସଚିବାଳୟ ଜାରି କଲା ବିଜ୍ଞପ୍ତି, ଜାଣନ୍ତୁ ମାମଲା