Google Search Crime: ଗୁଗୁଲ୍ ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍। ଯାହାକୁ ବ୍ୟବହାର କରି ଆପଣ ଘରେ ବସି ବିଶ୍ୱର କୋଣ ଅନୁକୋଣର ସମସ୍ତ ତଥ୍ୟ ପାଇପାରିବେ। ଆପଣଙ୍କୁ ଗୁଗୁଲ୍ ସର୍ଚ୍ଚ ରେ ପ୍ରଶ୍ନ ଟାଇପ୍ କରିବାକୁ ପଡିବ ଏବଂ ଆଖି ପିଛୁଳାକେ ଆପଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ। ହେଲେ ଗୁଗୁଲ୍ ସର୍ଚ୍ଚ ବ୍ରାଉଜର ରେ ପ୍ରତ୍ୟେକ ବିଷୟ ବସ୍ତକୁ ଖୋଜିବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହାର କାରଣ ହେଉଛି ଏପରି କିଛି ସମ୍ବେଦନଶୀଳ ବିଷୟ ବସ୍ତୁ ରହିଛି ଯାହାକୁ ସୁରକ୍ଷାଗତ କାରଣରୁ ଗମ୍ଭୀର ଶ୍ରେଣୀଭୁକ୍ତ କରାଯାଇଛି। ଯଦି ଆପଣ ଏଭଳି ବିଷୟ ଉପରେ କୌଣସି ପ୍ରକାରର ସନ୍ଧାନ କରନ୍ତି ତାହେଲେ ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ପଡିବ। ଏବେ ଆମେ ଆପଣଙ୍କୁ ଏପରି କିଛି ବିଷୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖୋଜିବା ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ। କାରଣ ଏପରି କରିବା ଦ୍ୱରା ଆପଣ ଜେଲଦଣ୍ଡ ଭୋଗିପାରନ୍ତି।  


COMMERCIAL BREAK
SCROLL TO CONTINUE READING

ଭିଡିଓ ପାଇରେସି (Video piracy)
ଗୁଗୁଲ୍ ସର୍ଚ୍ଚ ବ୍ରାଉଜର (Google Search Browser) ରେ ଯଦି ଆପଣ ଭିଡିଓ ପାଇରେସି ସମ୍ପର୍କରେ କିଛି ଅନୁସନ୍ଧାନ କରୁଛନ୍ତି, ତାହେଲେ ଏପରି କରିବା ଆପଣ ଜେଲ୍ ଯାଇପାରନ୍ତି। କାରଣ ଭାରତ (India) ଭଳି ଦେଶରେ ଏ ସମ୍ପର୍କରେ କଠୋର ନୀତି ନିୟମ ରହିଛି। ଏଭଳି ପରିସ୍ଥିତିରେ ଆପଣ ଭିଡିଓ ପାଇରେସି ଭଳି ବିଷୟବସ୍ତୁ ବାବଦରେ କୌଣସି ଅନୁସନ୍ଧାନ କରିବା ଠାରୁ ଦୂରେଇ ରହିବା ଆବଶ୍ୟକ।


ଶିଶୁ ଅପରାଧ (Child Crime)
କୌଣସି ଶିଶୁର ପ୍ରତିଛବି, ଯାହା ଭାରତରେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବରେ ବିବେଚନା କରାଯାଏ। ଏହି ପ୍ରସଙ୍ଗରେ ଅନଲାଇନ ମାଧ୍ୟମରେ ଅନେକ ବିଷୟବସ୍ତୁ ମହଜୁଦ ରହିଛି। ହେଲେ ଯଦି ଜଣେ ବ୍ୟକ୍ତି ମନୋରଞ୍ଜନ ପାଇଁ ଶିଶୁ ଅପରାଧ ସହ ଜଡିତ କୌଣସି ବିଷୟବସ୍ତୁ ଖୋଜନ୍ତି, ତାହେଲେ ସରକାର ଏପରି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରନ୍ତି। 


ମହିଳା ଅପରାଧ (Crime Against Women) 
ଅନେକ ଲୋକ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସହ ଜଡିତ ବିଷୟବସ୍ତୁ ଖୋଜିଥାନ୍ତି। ତାହା ଭିଡିଓ ହେଉ କିମ୍ବା ଫଟୋ। ଯଦି ଆପଣ ଏପରି ବିଷୟବସ୍ତୁ ଗୁଗୁଲ୍ ସର୍ଚ୍ଚ ବ୍ରାଉଜର ବ୍ୟବହାର କରି ଅନୁସନ୍ଧାନ କରୁଥାନ୍ତି, ତାହେଲେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ କିମ୍ବା ଆପଣ ଆଇନଗତ ଅସୁବିଧାରେ ପଡ଼ିପାରନ୍ତି।


ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା (Information About Weapons)
ଅସ୍ତ୍ରଶସ୍ତ୍ର ବିଷୟରେ ଜାଣିବା ପାଇଁ ଯଦି ଆପଣ ପ୍ରତିଦିନ ଗୁଗୁଲ୍ ସର୍ଚ୍ଚ କରନ୍ତି, ତାହେଲେ କ୍ରମାଗତ ଭାବରେ ଏପରି କରିବା ଦ୍ୱାରା ଆପଣ ଜେଲ ଯାଇପାରନ୍ତି। କାରଣ ଅନେକ ଅପରାଧି ଏପରି ଉପାୟ ଅବଲମ୍ବନ କରି ଅସ୍ତ୍ରଶସ୍ତ୍ର ବାବଦରେ ଅନୁସନ୍ଧାନ କରିଥାନ୍ତି। ଏହା ପରେ ସେମାନଙ୍କୁ ବେଆଇନ ଉପାୟ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରି ଏହାକୁ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରିଥାନ୍ତି। ଏଭଳି ବିଷୟବସ୍ତୁ ବାବଦରେ ଅନୁସନ୍ଧାନ କରିବା ଦ୍ୱାରା ଆପଣ ଜେଲ ଯାଇପାରନ୍ତି।