Naba Das Murder Case Update: ନବ ଦାସ ହତ୍ୟା ଘଟଣା(Naba Das Murder Case)କୁ ନେଇ ଦିନକୁ ଦିନ ସସପେନ୍ସ ବଢିବାରେ ଲାଗିଛି । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା (Naba Das Murder) ଘଟଣାର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ମଙ୍ଗଳବାର ରାତିରେ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସ୍‌ଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳ(gopal das)କୁ ଚୌଦ୍ୱାର ଜେଲ୍‌(chaudwar jail)ର ୩ନମ୍ବର ସେଲ୍‌ରେ ରଖାଯାଇଛି। ଏଥି ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। ଚୌଦ୍ୱାର ଜେଲ୍‌ରେ ସ୍ୱତନ୍ତ୍ର ସିସିଟିଭି ସର୍ଭିଲାନ୍ସରେ ଗୋପାଳ ରହିବ । ତେବେ, ଏହି ଚୌଦ୍ବାର ଜେଲର ସେଲ ନମ୍ବର ୩ରେ ପୂର୍ବରୁ ଆତ୍ମଘୋଷିତ ବାବା ସାରଥୀ ରହୁଥିଲେ। ତେବେ, ସାରଥୀ ଜେଲରୁ ମୁକୁଳିଯିବାର ଦିର୍ଘ ଦିନ ବିତି ଗଲାଣୀ । ବର୍ତ୍ତମାନ ସେହି ସେଲରେ ଗୋପାଳ ରହୁଛି । ତେବେ,ଗତକାଲି ଗୋପାଳ ଚୌଦ୍ୱାର ଜେଲ୍‌ର ୩ନମ୍ବର ସେଲ୍‌କୁ ଆସିବା ପରେ ତାଙ୍କୁ ରୁଟି ଓ ଡାଲମା ଖାଇବାକୁ ରାତ୍ରି ଭୋଜନରେ ଦିଆଯାଇ ଯାଇଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

 ଝାରସୁଗୁଡ଼ା ଏସଡିଜେଏମ୍‌ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବ୍‌ଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି। ଗୋପାଳକୁ ଏକ ସ୍ବତନ୍ତ୍ର ଟିମ୍‌ ନେଇ ଚୌଦ୍ବାର(chaudwar jail) ଆସିଛନ୍ତି। ଏଥି ପାଇଁ ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଥିଲେ। ପୂର୍ବରୁ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା । ସିଫ୍ଟ ଅନୁଯାୟୀ ୩ ଜଣ ସିକୁରିଟି ଗାର୍ଡ ଅଭିଯୁକ୍ତ ଗୋପାଳ ଦାସକୁ ଜଗିବେ। ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ସକ୍ରିୟ ରହିବ। ଝାରସୁଗୁଡ଼ାରେ ମାମଲା ରୁଜୁ ହେଇ ଥିବାରୁ କଟକରୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଶୁଣାଣି ହେବ। ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଜେଲ ମାନୁଆଲ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା। କେହି ଚାହିଁଲେ ଜେଲ ନିୟମ ଅନୁଯାୟୀ ଗୋପାଳକୁ ଦେଖା କରିପାରିବେ।


Also Read : Naba Das Death: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା, ଅନୁଭୂତ ବଖାଣିଲେ ପ୍ରତ୍ୟେକ୍ଷଦର୍ଶୀ


Also Read : CBSE Board Exams 2023: ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କେବେ ଶେଷ ହେବ ଏକଜାମ୍?


Also Read : Berhampur News: ମାଡିଗଲା ସ୍କୋର୍ପିଓ, ଘଟଣାସ୍ଥଳରେ ୩ ମୃତ୍ୟୁ, ୧୦ରୁ ଅଧିକ ଆହତ


ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲ୍‌(chaudwar jail) ରେ କଡ଼ାସୁରକ୍ଷା ଭିତରେ ରଖାଯିବ। ଏକ ହାଇ ସିକ୍ୟୁରିଟି ସେଲ୍‌ରେ ଗୋପାଳକୁ ରଖାଯିବ। ଏକ ସ୍ବତନ୍ତ୍ର ଟିମ୍‌ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ଗୋପାଳ ଦାସକୁ ଚୌଦ୍ୱାର ଜେଲ୍‌ ସ୍ଥାନାନ୍ତରିତ ନେଇ ଜେଲ୍‌ ଡିଜି କହିଛନ୍ତି,ସ୍ଥାନାନ୍ତର ପାଇଁ ଗୋପାଳ ନିଜେ ଇଚ୍ଛ କରି କୋର୍ଟରେ କହିଥିଲା। ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ୧୮ ଦିନ ବିତିଛି। କିନ୍ତୁ ହତ୍ୟାକାଣ୍ଡ ପଛର କାରଣ ଏବେ ବି ରହସ୍ୟ ହୋଇ ରହିଛି। ଗୁଳିକାଣ୍ଡ ଦିନଠୁ ଯେଉଁ ପ୍ରଶ୍ନ ଉଠିଥିଲା, ସେହି ପ୍ରଶ୍ନର ଉତ୍ତର ଆଜି ବି ମିଳି ନାହିଁ । ଅଭିଯୁକ୍ତ ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ, ଏହା ପଛର କାରଣ କଣ, ତାର ଖୁଲାସ କ୍ରାଇମବ୍ରାଞ୍ଚ ଏବେ ବି କରିନାହିଁ। ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଜିବାକୁ ଅଭିଯୁକ୍ତ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ବାରମ୍ବାର ରିମାଣ୍ଡରେ ନେଇ ତନାଘନା କରିଥିଲେ ମଧ୍ୟ ସେଭଳି କିଛି ସଫଳତା ଏଯାଏଁ ହାସଲ କରିପାରିନି।