Cold Water News In Odia: ଖରାଦିନ(Summer Season) ଆସିଲା ମାତ୍ରେ ପ୍ରବଳ ଗରମ ପବନ ବୋହିବା ଆରମ୍ଭ ହୋଇଯାଏ । ଗରମକୁ ସହ୍ୟ ନକରି ପାରି ପ୍ରାୟତଃ ସବୁ ଲୋକ ଥଣ୍ଟା ପାଣି ପିଇବା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ସମୟ ପାଟିକୁ ଶାନ୍ତି ଦେଉଥିବା ଏହି ଥଣ୍ଡା ପାଣି (Cold Water) ଶରୀର ପାଇଁ କେତେ ହାନିକାରକ ସାବ୍ୟସ୍ତ ହୋଇପାରେ ।


COMMERCIAL BREAK
SCROLL TO CONTINUE READING

Cold Water News In Odia: ଖରାଦିନ(Summer Season) ଆସିଲା ମାତ୍ରେ ପ୍ରବଳ ଗରମ ପବନ ବୋହିବା ଆରମ୍ଭ ହୋଇଯାଏ । ଗରମକୁ ସହ୍ୟ ନକରି ପାରି ପ୍ରାୟତଃ ସବୁ ଲୋକ ଥଣ୍ଟା ପାଣି ପିଇବା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ସମୟ ପାଟିକୁ ଶାନ୍ତି ଦେଉଥିବା ଏହି ଥଣ୍ଡା ପାଣି (Cold Water) ଶରୀର ପାଇଁ କେତେ ହାନିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା ଥଣ୍ଡାପାଣି ପିଇବା (drinking cold water)ଦ୍ୱାରା କେଉଁ ପ୍ରକାର ରୋଗର ଆପଣ ଶିକାର ହେବେ । ଗରମରେ ଥଣ୍ଡା ପାନୀୟ ପିଇବା ମହଙ୍ଗା ପଡିପାରେ! ଆପଣ ମଧ୍ୟ ଅତ୍ୟଧିକ ଥଣ୍ଡାପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ(cold water disadvantages) ।


ଫ୍ରିଜ୍ ପାଣି ଶରିର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ (fridge) ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ, । ଯାହାକି ଶରୀରକୁ ଗଲାପରେ କ୍ଷତି ପହଞ୍ଚାଇଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ପୁରା ସିଷ୍ଟମ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଇଛି ।


ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ : ଅଧିକତର ଥଣ୍ଡାପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ । ଏହା ଏପରି ହେବା କାରଣ ଥଣ୍ଡାପାଣି ଦ୍ୱାରା ରକ୍ତ କଣିକା ସଙ୍କୁଚିତ ହୋଇଯାଏ । ଏହି କାରଣରୁ ପେଟରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହଞ୍ଚିପାରେ ନାହିଁ । ଯାହାଦ୍ୱାରା ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗିଥାଏ ।


ଶରୀରରେ ପୋଷକ ତତ୍ତ୍ୱର ଅଭାବ : ଆମ ଶରୀରରେ ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଥାଏ । ଏହି ସମୟରେ ଥଣ୍ଡାପାଣି ପିଇବା ଦ୍ୱାରା ଆମକୁ ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅଧିକ ସମୟ ଲାଗିଥାଏ । ଏହାଦ୍ୱାରା ପୋଷକ ତତ୍ତ୍ୱରେ ଅଭାବ ଦେଖାଯାଏ ।


ଗଳା ଖରାପ ହୋଇପାରେ : ବେଳେବେଳେ ଦେଖାଯାଏ ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା କଥାବାର୍ତ୍ତା କରିବାରେ ଅସୁବିଧା ଉପୁଜେ । ଏମିତି କି ଗଳା ବସିବା ସହ ଖରାପ ହେବାର ସମସ୍ୟା ମଧ୍ୟ ଦେଖାଯାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତାହେଲେ ମନେ ରଖନ୍ତୁ ଏହାଦ୍ୱାରା ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହେବା ବହୁତ୍ ସାଧାରଣ କଥା ଅଟେ ।


Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।


Also Read: Today Horoscope: ଏହି ୩ଟି ରାଶି ପାଇଁ ରହିଛି ଘାତବାର! ଏହି ସବୁ ରାଶିରେ ହେବ ଧନ ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର