Today Horoscope: ଏହି ୩ଟି ରାଶି ପାଇଁ ରହିଛି ଘାତବାର! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର
Advertisement
Article Detail0/zeeodisha/odisha1678166

Today Horoscope: ଏହି ୩ଟି ରାଶି ପାଇଁ ରହିଛି ଘାତବାର! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

Horoscope Today 3 May 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୩ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Today Horoscope: ଏହି ୩ଟି ରାଶି ପାଇଁ ରହିଛି ଘାତବାର! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

Horoscope Today 3 May 2023: ମେଷ: ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ। ଦେହ ଓ ମନ ସୁସ୍ଥ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ। ବ୍ୟବସାୟରେ ଅଗ୍ରଗତି ହେବ।  

ବୃଷ: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ। ଆୟ ଉତ୍ତମ ହେବ। ପାରିବାରିକ ସୁଖ ଶାନ୍ତି ଲାଭ କରିବେ।

ମିଥୁନ: ମନୋବଳ ଟାଣ ରହିବ। ଯୋଜନା ଫଳପ୍ରସୁ ହେବ। ଦେହ ସୁସ୍ଥ ରହିବ। ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ। ବ୍ୟବସାୟରେ ଲାଭପ୍ରଦ ହେବ। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ।

କର୍କଟ: ଦେହ ଓ ମନ ଭଲ ରହିବ। କର୍ତ୍ତବ୍ୟ ପରାୟଣ ହେବେ। ଦାୟିତ୍ୱର ସହ କର୍ମ  ସମ୍ପାଦନ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଅଧିକ ପୁଞ୍ଜି ନବେଶ ଆପଣଙ୍କୁ ଫାଇଦା ଦେବ।

ସିଂହ: ମାନସିକ ଶାନ୍ତି ବଜାୟ ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ନିର୍ବାହ କରିବେ। ଦାନ ଧର୍ମ ପ୍ରତି ମନ ବଳିବ। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ।

କନ୍ୟା: ଦେହ ପୀଡାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ। ପୂଜା ସେବା ପାଇଁ ମନ ବଳିବ। କର୍ମକ୍ଷେତ୍ର ସହଜ ସରଳ ହେବ। ଆୟ ବ୍ୟୟ ସମାନ ରହିବ। ରାଜନୈତିକ ବ୍ୟକ୍ତି ବିଶେଷ ସଭାସିମିତିରେ ଯୋଗ ଦେଇ ଜନତାଙ୍କ ଆଦର ଅଭ୍ୟର୍ଥନା ଲାଭ କରିବେ। 

ତୁଳା: ମନ ଭଲ ରହିଲେ ମଧ୍ୟ ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ। କର୍ମକ୍ଷେତ୍ରରେ ଶାନ୍ତି ବଜାୟ ରହିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ। ଦୂରଯାତ୍ରା ବିପଜ୍ଜନକ ହୋଇପାରେ। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ।

ବିଛା: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଦେହ ଓ ମନ ଭଲ ରହିବ। ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ। ପରିବାରରେ ହସଖୁସି ଲାଗି ରହିବ। ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ।

ଧନୁ: ଅସୁସ୍ଥ ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ପ୍ରଶଂସା କମ୍ ମିଳିବ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ଦୂରଯାତ୍ରା କରନ୍ତୁ ନାହିଁ। କ୍ରୀଡାବିତ୍ ସତର୍କତା ଅବଲମ୍ୱନ କରନ୍ତୁ।

ମକର: ଶରୀର ଆରୋଗ୍ୟ ରହିବ। ଦୃଢ ମନ ନେଇ କାର୍ଯ୍ୟ କରିବେ। ଆୟ ଓ ବ୍ୟୟ ସମାନ ରହିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହେବ। ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି  ହେବ।

କୁମ୍ଭ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିପାରେ। ମାନ ସମ୍ମାନ ମିଳିବ। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ଅକସ୍ମାତ ଧନ ଲାଭର ସୂଚନା ମିଳୁଛି। ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ। ପାରିବାରିକ ଜୀବନ ଆନନ୍ଦମୟ ହେବ।  

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତ କରିବେ। ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କାହାରିକୁ ଧାର କରଜ ଦିଅନ୍ତୁ ନାହିଁ। ଅଚିହ୍ନା ଅପରିଚିତଙ୍କ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ହେବ।

Also Read: Cyclone Alert: ଖରାଦିନିଆ ବାତ୍ୟା ଆଶଙ୍କା, ସମସ୍ତ ପ୍ରସ୍ତୁତି ଶେଷ କହିଲେ ରାଜ୍ୟ ସରକାର

Also Read: NCP Chief: ଶରଦ ପାୱାରଙ୍କ ପରେ କିଏ ହେବ ଏନସିପି ମୁଖ୍ୟ? ରେସରେ ଆଗରେ ଅଛନ୍ତି ଏହିସବୁ ନେତା

Also Read: Surya Gochar 2023: ଏହି ରାଶିକୁ ଚଳନ କରିବେ ସୂର୍ଯ୍ୟ, ବର୍ଷିବ ସମ୍ମାନ, ଧନ, ଯଶ