World Malaria Day 2023: ଖରାଦିନ ଆସିବା ମାତ୍ରେ ମଶାଙ୍କ ପ୍ରାଦୁର୍ଭାବ ବଢିଯାଇଥାଏ । ଫଳରେ ମଶା (mosquito) ଡେଙ୍ଗୁ, ଚିକୁଙ୍ଗୁନିଆ ଓ ମ୍ୟାଲେରିଆ ଭଳି ଅନେକ ରୋଗ ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ଏପ୍ରିଲ ମାସ ୨୫ ତାରିଖରେ ସମଗ୍ର ବିଶ୍ୱରେ ମ୍ୟାଲେରିଆ ଦିବସ ପାଳନ କରାଯାଏ । ମାଈ ଆନୋଫେଲ୍ସ (Anopheles)  ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ (Malaria) ହୋଇଥାଏ। ଯଦି ଠିକ୍ ସମୟରେ ମ୍ୟାଲେରିଆର ଚିକିତ୍ସା କରାଯାଇଥାଏ ତେବେ ରୋଗୀ ୨ରୁ ୫ ଦିନ ମଧ୍ୟରେ ସୁସ୍ଥ ହୋଇପାରିବେ। ସାଧାରଣତଃ ମ୍ୟାଲେରିଆ ହେବାପରେ ଜଣେ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଯାଏ  ତଥାପି ବି, ମ୍ୟାଲେରିଆ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ହୋଇଥାଏ। ମ୍ୟାଲେରିଆ (Malaria) ରୋଗୀ ସଠିକ୍  ସମୟରେ ଔଷଧ ଓ ଖାଦ୍ୟ ଖାଇବା ଦ୍ବାରା ଶୀଘ୍ର ସୁସ୍ଥ ହୋଇଥାଆନ୍ତି।  ତେବେ ଆଜି ଆସନ୍ତୁ ଜାଣିବା ମ୍ୟାଲେରିଆ ରୋଗର ଲକ୍ଷଣ ଓ ଏହି ଦିନର ଇତିହାସ ବିଷୟରେ।


COMMERCIAL BREAK
SCROLL TO CONTINUE READING

ମ୍ୟାଲେରିଆ ରୋଗ କ’ଣ?


ମ୍ୟାଲେରିଆ ପ୍ରକୃତରେ ଏକ ପ୍ରକାର ପରଜୀବୀ ପ୍ଲାଜାମୋଡିୟମ୍ ଦ୍ବାରା ସୃଷ୍ଟି ହୋଇଥାଏ। ମାଈ ଆନୋଫେଲ୍ସ ମଶା କାମୁଡ଼ିବା ଦ୍ୱାରା ଏହା ବ୍ୟାପିଥାଏ | ସଂକ୍ରମିତ ଅନୋଫେଲ୍ସ ମଶା ଜଣେ ବ୍ୟକ୍ତିଙ୍କୁ କାମୁଡ଼ିବା ଦ୍ବାରା ମ୍ୟାଲେରିଆ ସଂକ୍ରମଣ ହୋଇଥାଏ। ଯଦି ମ୍ୟାଲେରିଆ ହୋଇଥିବା ବ୍ୟକ୍ତିଙ୍କର ଉପଯୁକ୍ତ ଚିକିତ୍ସା ନହୁଏ ତେବେ ଏହା ମଧ୍ଯ ସାଂଘାତିକ ପ୍ରମାଣିତ ହୋଇପାରେ ।


ମ୍ୟାଲେରିଆ କିପରି ହୁଏ?


ଆନୋଫେଲସ୍ (Anopheles) ମଶା କାମୁଡ଼ିବା ଦ୍ୱାରା ପ୍ଲାଜାମୋଡିୟମ୍ ନାମକ ଏକ ପରଜୀବୀ ରକ୍ତରେ ପହଞ୍ଚି ଶରୀରର ଲାଲ ରକ୍ତ କଣିକାକୁ ନଷ୍ଟ କରିବାକୁ ଲାଗେ । ଏହି ମଶା ପ୍ରାୟତଃ ଆର୍ଦ୍ର ଓ ଜଳୀୟ ସ୍ଥାନରେ ଦେଖାଯାଇଥାଆନ୍ତି । ଏଥିଲାଗି ଘର ସହ ମଶା ଦମନ ଲାଗି ଘରର ଚାରିପାଖରେ ଜମିଥିବା ପାଣିକୁ ସଫା କରନ୍ତୁ।


ମ୍ୟାଲେରିଆ ଲକ୍ଷଣ


ମ୍ୟାଲେରିଆ ହୋଇଥିଲେ ଜ୍ୱର ସହିତ ମୁଣ୍ଡବିନ୍ଧା (Headache) ହୋଇଥାଏ । ଶରୀର ଓ ମାଂସପେଶୀରେ ମଧ୍ୟ ଯନ୍ତ୍ରଣା ହୋଇଥାଏ ।


ମ୍ୟାଲେରିଆ ରୋଗୀଙ୍କୁ ଖୁବ ଜୋରରେ ଜ୍ୱର (High temperature fever) ହୋଇଥାଏ । ଜ୍ୱର ଆସିବା ସମୟରେ ରୋଗୀ ଅତ୍ୟଧିକ ଥଣ୍ଡା ଅନୁଭବ କରଥାଆନ୍ତି ।


ମ୍ୟାଲେରିଆ ରୋଗୀ କ୍ଳାନ୍ତ ଓ ଅଶାନ୍ତ ଅନୁଭବ କରନ୍ତି । ଯଦି ଆପଣଙ୍କର ଠାରେ ଏହିସବୁ ସମସ୍ୟା ଦେଖାଦେଇଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।  


ମ୍ୟାଲେରିଆ ରୋଗୀଙ୍କୁ ଡାଇରିଆ (Diriyah Disease) ସମସ୍ୟା ମଧ୍ୟ ହୋଇପାରେ । ମନ ବିଚଳିତ ହେବା ସହ ବାନ୍ତି ଓ ରାତିରେ ଝାଳ ବାହାରେ ତେବେ ତୁରନ୍ତ ଏନେଇ ଡାକ୍ତରଙ୍କୁ ଦେଖିବା ଉଚିତ୍ ।


ଯଦି ଆପଣଙ୍କଠାରେ ଉପରୋକ୍ତ ଲକ୍ଷଣ ଦେଖାଯାଇଥାଏ,  ତାହାଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଲ୍ୟାବ ପରୀକ୍ଷା ମାଧ୍ୟମରେ ମ୍ୟାଲେରିଆ ନିର୍ଣ୍ଣୟ କରାଯାଏ। ଏଥିପାଇଁ ମ୍ୟାଲେରିଆ ପରଜୀବୀ ଓ ମ୍ୟାଲେରିଆ ଆଣ୍ଟିଜେନ୍ ପରୀକ୍ଷା କରାଯାଏ।


ମ୍ୟାଲେରିଆ ଦିବସର ଇତିହାସ


ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ୨୦୦୭ ମସିହାରେ ବିଶ୍ୱରେ ମ୍ୟାଲେରିଆ ଦିବସ (World Malaria Day 2023) ପାଳନ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ଥର ଆଫ୍ରିକୀୟ ଦେଶ ଗୁଡ଼ିକରେ ମ୍ୟାଲେରିଆ ଦିବସ ପାଳନ କରାଯାଇଥିଲା। ସେ ସମୟରେ ଏହି ଦେଶରେ ମୃତ୍ୟୁର ପ୍ରମୁଖ କାରଣ ମ୍ୟାଲେରିଆ ଥିଲା । ତେବେ ଏହି ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଆରମ୍ଭ ହୋଇଥିଲା।


ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମ୍ୟାଲେରିଆ ଦିବସର ଏକ ବିଶେଷ ଥିମ୍ (Malaria theme 2023)ଉପରେ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ଚଳିତ ବର୍ଷ ମ୍ୟାଲେରିଆ ଦିବସ 2023ର ବିଷୟବସ୍ତୁ ହେଉଛି “Ready To Combat Malaria” । ଏହି ଥିମର ଉଦ୍ଦେଶ୍ୟ ହେଉଛି, ଲୋକଙ୍କୁ ମ୍ୟାଲେରିଆର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସଚେତନ କରିବା ।


Also Read- Kochi Water Metro: ଆଜିଠାରୁ ପାଣିରେ ଦୌଡ଼ିବ ମେଟ୍ରୋ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି