School Close: ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ଲୋକଙ୍କ ଜୀବନ ଶୈଳୀ ଉପରେ ସିଧା ସଳଖ ପ୍ରଭାବ ପକାଇଛି। ପ୍ରଦୂଷଣ ସହ ଲଢ଼ିବା ଏବେ ଲୋକଙ୍କ ପାଇଁ ଖୁବ୍ କଷ୍ଟସାଧ୍ୟ ହେଉଛି। ଏହାରି ମଧ୍ୟରେ ଦିଲ୍ଲୀ ସରକାର ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖିରେ ପୂର୍ବରୁ ସ୍କୁଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ହରିୟାଣା ସରକାର(Haryana Government) ପିଲାମାନଙ୍କୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ହରିୟାଣାର ତିନୋଟି ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଗୁରୁଗ୍ରାମ(Gurugram) ଏବଂ ଫରିଦାବାଦ ପ୍ରଶାସନ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।ଆଜିଠୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଫରିଦାବାଦ ଡେପୁଟି କମିଶନର ବିକ୍ରମ ସିଂ ଏହି ନିଷ୍ପତ୍ତି ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅନଲାଇନ୍ କ୍ଲାସ୍ ଜାରି ରହିବ-


ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ ରହିଲେ ମଧ୍ୟରେ କୋରୋନା କାଳ ଭଳି ଅନଲାଇନ ଜରିଆରେ ପିଲାଙ୍କ କ୍ଲାସ ନିଆଯିବାର ବ୍ୟବସ୍ଛା କରାଯାଇଛି।ତେବେ ଗତ ଏକ ସପ୍ତାହ ଧରି ଦିଲ୍ଲୀ-ଏନସିଆରରେ(Delhi-NCR) ଲାଗି ରହିଥିବା ପ୍ରଦୂଷଣ ଏଠାକାର ବାସିନ୍ଦାଙ୍କ ଶ୍ୱାସରୁଦ୍ଧ କରିବାରେ ଲାଗିଛି। ଏହା ବିଶ୍ୱର ଶିଳ୍ପାଞ୍ଚଳ ଦେଶର ପ୍ରଦୂଷିତ ସହରମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି।ଏ ନେଇ ଗୁରୁଗ୍ରାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଚେୟାରମ୍ୟାନ୍ ତଥା ଡେପୁଟି କମିଶନର ନିଶାନ୍ତ କୁମାର ଯାଦବ ନିର୍ଦ୍ଦେଶ ଦେଇଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ଯେପରି ବ୍ୟାଘାତ ନହୁଏ ସେଥିପାଇଁ ଅନଲାଇନ୍ କ୍ଲାସ ଜାରି ରହିବ।


ଏହି  ନିର୍ଦ୍ଦେଶ ନଭେମ୍ବର ୭ ତାରିଖରୁ ଜିଲ୍ଲାର ସମସ୍ତ ବେସରକାରୀ ତଥା ସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରାଯିବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ଜାରି ରହିବ। ଶ୍ରୀଯୁକ୍ତ ଯାଦବ କହିଛନ୍ତି ଯେ ବାୟୁର ଗୁଣବତ୍ତା ସୂଚକାଙ୍କରେ କ୍ରମାଗତ ବୃଦ୍ଧି ହେତୁ ପରିସ୍ଥିତି 'କ୍ରମିକ ପ୍ରକ୍ରିୟା କାର୍ଯ୍ୟ ଯୋଜନା' (GRAP) ର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି। ଏହାପୂର୍ବରୁ ହରିୟାଣା ସରକାର ଏନସିଆରର ଜିଲ୍ଲା ଡେପୁଟି କମିଶନରଙ୍କୁ ସେମାନଙ୍କ ଜିଲ୍ଲାର ସ୍ଥିତିର ଆକଳନ କରିବାକୁ ଏବଂ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ କହିଛନ୍ତି। ଗତ କିଛି ଦିନ ହେବ ଗୁରୁଗ୍ରାମ ସମେତ କେତେକ ଜିଲ୍ଲାର ବାୟୁ ଗୁଣବତ୍ତା ସୂଚକାଙ୍କ 'ଗୁରୁତର' ବର୍ଗରେ ରହିଆସିଛି।


-ଉଭୟ ଘରୋଇ ଏବଂ ସରକାରୀ ପ୍ରି-ସ୍କୁଲ୍, ପ୍ରି-ପ୍ରାଥମିକ ଏବଂ ପ୍ରାଥମିକ ଶ୍ରେଣୀଗୁଡିକ ଆଜିଠୁ ବନ୍ଦ।


-ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍।


-ବାୟୁ ଗୁଣବତ୍ତା ପରିସ୍ଥିତି ଏବଂ ସରକାରୀ ନିର୍ଦ୍ଦେଶ ଉପରେ ନିର୍ଭର କରି ଅଫଲାଇନ କ୍ଲାସ ଆରମ୍ଭର ନିର୍ଦ୍ଦେଶ ଦିଆଯିବ।


-ଝାଜ୍ଜର ଜିଲ୍ଲାରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଛୁଟି।


-ଫରିଦାବାଦରେ, ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ଦୀପାବଳି ପର୍ଯ୍ୟନ୍ତ ସ୍କୁଲ ଛୁଟି।


ସେପଟେ ଆଜି ସକାଳୁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ସରକାର ଧାର୍ଯ୍ୟ କରିଥିବା ନିରାପଦ ସୀମାଠାରୁ ପ୍ରାୟ ସାତରୁ ଆଠ ଗୁଣ ଅଧିକ ବୋଲି ରେକର୍ଡ କରାଯାଇଛି। କ୍ରମାଗତ ସପ୍ତମ ହେବ ବିଷାକ୍ତ ଧୂଆଁ ଘେରି ରହିଛି ଏହି ସମଗ୍ର ଅଞ୍ଚଳ।


Also Read: East Coast Railway: ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଦୂରଗାମୀ ଟ୍ରେନ୍ ସେବା ବୃଦ୍ଧି କଲା ପୂର୍ବତଟ ରେଳବାଇ